ମୁଖ୍ୟ ପ୍ରାୟୋଜକ ପାଇଁ ବିସିସିଆଇ ବିଡ ଆହ୍ବାନ

ମୁମ୍ବାଇ,03/09:ଭାରତୀୟ କ୍ରିକେଟ ଟିମର ମୁଖ୍ୟ ପ୍ରାୟୋଜକ ହେବାକୁ ଚାହୁଁଥିବା ସଂସ୍ଥାଗୁଡ଼ିକ ଠାରୁ ଦରଖାସ୍ତ ଆହ୍ୱାନ କରିଛି ବିସିସିଆଇ। ‘ଡ୍ରିମ୍ ଇଲେଭେନ୍’ ଓହରି ଯିବା ପରେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରାୟୋଜକ ଲାଗି ବିସିସିଆଇ ମଙ୍ଗଳବାର ସାନି ବିଡ୍ ଆହ୍ବାନ କରିଛି। ତେବେ ଏହି ପ୍ରକ୍ରିୟାରୁ ଅନ୍‌ଲାଇନ୍ ମନି ଗେମିଂ ଓ କ୍ରିପ୍ଟୋ କରେନ୍ସି କଂପାନିଗୁଡ଼ିକୁ ବାଦ୍ ଦିଆଯାଇଛି। ଅର୍ଥାତ୍ ଏହି କ୍ଷେତ୍ରରେ କାମ କରୁଥିବା କଂପାନିମାନେ ଏଣିକି ଆଉ ଭାରତୀୟ ଦଳର ପ୍ରାୟୋଜକ ହୋଇପାରିବେ ନାହିଁ। ଅନ୍‌ଲାଇନ୍ ମନି ଗେମିଂକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ନୂଆ ଆଇନ ଆଣିବା ପରେ ବିସିସିଆଇ ଏଭଳି ପଦକ୍ଷେପ ନେଇଛି। ଆଇଇଓଆଇ କିଣିବାର ଶେଷ ତାରିଖ ସେପ୍ଟେମ୍ବର ୧୨ ରହିଥିବା ବେଳେ ଆବେଦନ ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୬ ରହିଛି। ପୂର୍ବରୁ ଭାରତୀୟ କ୍ରିକେଟ ଟିମର ମୁଖ୍ୟ ପ୍ରାୟୋଜକ ଡ୍ରିମ ୧୧ ରହିଥିଲା। କିନ୍ତୁ ସଂସଦରେ ପ୍ରମୋସନ ଓ ରେଗୁଲେସନ ଅଫ ଅନଲାଇନ ଗେମିଂ ବିଲ ୨୦୨୫ ପାରିତ ହେବା ପରେ ଡ୍ରିମ ୧୧ ସହ ବିସିସିଆଇ ସମସ୍ତ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଥିଲା। ଏହାପରେ ବିସିସିଆଇ ନୂଆ ପ୍ରାୟୋଜକ ସନ୍ଧାନରେ ରହିଥିବା ଗତ ମାସରେ ବୋର୍ଡର ସମ୍ପାଦକ ଦେବଜିତ ସାଇକିଆ କହିଥିଲେ।
୨୦୨୩ ଜୁଲାଇରେ ୩ ବର୍ଷ ପାଇଁ ଡ୍ରିମ ୧୧ ମୋଟ ୩୫୮ କୋଟିରେ ପ୍ରାୟୋଜକ ଦାୟିତ୍ୱ ପାଇଥିଲା। ଏହାପୂର୍ବରୁ Byju ଭାରତୀୟ କ୍ରିକେଟର ମୁଖ୍ୟ ପ୍ରାୟୋଜକ ରହିଥିଲା। ଏବେ ପୁଣି ଗୋଟିଏ ନୂଆ ସଂସ୍ଥା ଭାରତୀୟ କ୍ରିକେଟ ଟିମର ପ୍ରାୟୋଜକ ସାଜିବ। ବିସିସିଆଇ କହିଛି ଯେ ୫ ଲକ୍ଷ ଟଙ୍କା ସହ ଆବଶ୍ୟକ ଜିଏସ୍‌ଟି ବଳରେ ଆଇଇଓଆଇ ଉପଲବ୍ଧ ହେବ। ଏହି ୫ ଲକ୍ଷ ଟଙ୍କା ଫେରସ୍ତ ହେବନି। ବିଡର୍ସମାନେ ଆଇଇଓଆଇ ପାଇଁ ଦେଇଥିବା ଟଙ୍କାର ତଥ୍ୟକୁ sponsorship@bcci.tvକୁ ଇ-ମେଲ କରିବେ। ଆବଶ୍ୟକ ଫି’ ମିଳିବା ପରେ ହିଁ ଆଇଇଓଆଇ ଦସ୍ତାବିଜ ବିଡର୍ସଙ୍କୁ ଉପଲବ୍ଧ କରାଯିବ। ବିଡର କିମ୍ବା ତାଙ୍କ ଅଧୀନରେ ଥିବା କମ୍ପାନୀ ସିଧାସଳଖ କ୍ରିପ୍ଟୋ ଟ୍ରେଡିଂ କିମ୍ବା କ୍ରିପ୍ଟୋ ଏକ୍ସଚେଞ୍ଜ କିମ୍ବା କ୍ରିପ୍ଟୋ ଟୋକନ କିମ୍ବା ସେଭଳି ବ୍ୟବସାୟରେ ସାମିଲ ହୋଇ ନଥିବା ଦରକାର। ଚ୍ଛାୟା ବ୍ରାଣ୍ଡ ଜରିଆରେ କୌଣସି ବିଡର ଆବେଦନ କରିପାରିବେ ନାହିଁ। ଯଦି କୌଣସି ବିଡର ଏକାଧିକ ବ୍ରାଣ୍ଡ କିମ୍ବା ଦ୍ରବ୍ୟର ବ୍ୟବସାୟ କରୁଛନ୍ତି ଓ ତାଙ୍କର କୌଣସି ବ୍ରାଣ୍ଡ କିମ୍ବା ଦ୍ରବ୍ୟ ବ୍ଲକ ବା ବ୍ୟାନ ବର୍ଗରେ ଆସୁଥିବ, ତା’ହେଲେ ସେ ପ୍ରାୟୋଜକ ପାଇଁ ଆବେଦନ କରିପାରିବେ ନାହିଁ।

  • Related Posts

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ନ୍ୟୁୟର୍କ,04।09: ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି ଚଳିତ ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଏହା ହେଉଛି ବିଶ୍ବମାନ୍ୟତାର ୩୨ତମ ସ୍ଥାନରେ ଥିବା ଭାମ୍ବ୍ରିଙ୍କ କ୍ୟାରିୟର୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ୍ କ୍ବାର୍ଟର୍‌ଫାଇନାଲ୍ ପ୍ରବେଶ। ଚତୁର୍ଦଶ ସିଡ୍‌ ଭାମ୍ବ୍ରି…

    Continue reading
    ଆଜିଠାରୁ ପୁରୁଷ ଏସିଆ କପ୍‌ ହକି ସୁପର-୪ ମୁକାବିଲା, ଦକ୍ଷିଣ କୋରିଆ-ଭାରତ ମୁହାଁମୁହିଁ

    ରାଜଗିର,03/09 : ପୁରୁଷ ଏସିଆ କପ୍‌ ହକିର ଲିଗ୍‌ ପର୍ଯ୍ୟାୟ ଶେଷ ହୋଇଛି। ଆଜିଠାରୁ ସୁପର-୪ ମୁକାବିଲା ହେବ। ସୁପର-୪ରେ ଗ୍ରୁପ-ଏ ରୁ ଭାରତ ଓ ଚୀନ ରହିଥିବାବେଳେ ଗ୍ରୁପ-ବିରୁ ଦକ୍ଷିଣ କୋରିଆ ଓ ମାଲେସିଆ ରହିଛନ୍ତି। ଭାରତ ୩ରେ ପ୍ରଥମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଠକେଇ ଅଭିଯୋଗ ପରେ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁ ବଷ୍ଟିଅନ୍ ବାନ୍ଦ୍ରା ବନ୍ଦ

    ଆସୁଛି ଦଶହରା,୨୦ ସୁଦ୍ଧା ସହରାଞ୍ଚଳ ରାସ୍ତା ମରାମତି

    ଘର ସଫା କରିବ ରୋବଟ୍

    ୟୁଏସ୍ ଓପନ୍ ଗ୍ରାଣ୍ଡସ୍ଲାମ୍‌ର କ୍ବାର୍ଟର୍‌ଫାଇନାଲ୍‌ରେ ପ୍ରବେଶ କଲେ ଭାରତୀୟ ଟେନିସ୍ ତାରକା ୟୁକି ଭାମ୍ବ୍ରି

    ସେମିକନ୍ ଇଣ୍ଡିଆ ୨୦୨୫: ୨୬୫୫ କୋଟି ଟଙ୍କାର ରାଜିନାମା ସ୍ବାକ୍ଷର କଲେ ରାଜ୍ୟ ସରକାର

    ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ-୨ରେ ୫୦ ସିଟ ବୃଦ୍ଧି କଲା ଏନ୍ଏମ୍ସି ଭୁବନେଶ୍ବର