ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଧର୍ମେନ୍ଦ୍ର

ବୈଶିଙ୍ଗା: ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ମୟୂରଭଞ୍ଜଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବାର ରହିଥିବାବେଳେ ଗତକାଲି ଟ୍ରେନ ଯୋଗେ ଆସି ରାତି ପ୍ରାୟ ୪ଟା ସମୟରେ ବାଲେଶ୍ୱରରେ ପହଞ୍ଚି ଥିଲେ। ପରେ ସେଠାରୁ ସୋମବାର ସକାଳୁ ପ୍ରାୟ ୮ଟା ସମୟରେ ମୟୁରଭଞ୍ଜ ଅଭିମୁଖେ ବାହାରିଥିଲେ। ଏହି ଗସ୍ତ ସମୟରେ ତାଙ୍କ ସହିତ ରାଜ୍ୟ କ୍ୟାବିନେଟର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବାଲେଶ୍ୱର ବିଧାୟକ ମାନସ ଦତ୍ତ ଓ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ମଧ୍ୟ ଉପସ୍ଥିତ ଅଛନ୍ତି ।
ମନ୍ତ୍ରୀ ଶ୍ରୀ ପ୍ରଧାନ ବାଲେଶ୍ୱରରୁ ବାହାରି ୧୮ନଂ ଜାତୀୟ ରାଜପଥରେ ଆସିବା ସମୟରେ ସକାଳ ପ୍ରାୟ ୯ଟା ସମୟରେ ମୟୂରଭଞ୍ଜର ପ୍ରବେଶ ପଥ କଳମା ଠାରେ ବଡ଼ସାହି ବିଧାୟକ ସନାତନ ବିଜୁଳି ଓ ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀର ଶତାଧିକ ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସେହିଭଳି ପ୍ରଥେମେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାୟ ଓ ଏସପି ବରୁଣ ଗୁଣ୍ଟୁପାଲି ପୁଷ୍ପଗୁଚ୍ଛ ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କଙ୍କୁ ମୟୁରଭଞ୍ଜ ମାଟିରେ ସ୍ୱାଗତ ଜଣାଇଥିଲେ । ଏହି କାର୍ୟ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ନିହାର ମୋଦୀ, ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସଭାପତି ବ୍ରଜମୋହନ ବେହେରା, ରଘୁପୁର ମଣ୍ଡଳ ସଭାପତି ଶାନ୍ତନୁ ପଣ୍ଡା, ବୈଶିଙ୍ଗା ମଣ୍ଡଳ ସଭାପତି ରାଜୀବ ନନ୍ଦୀ, ବିଜେପି ମହିଳା ମୋର୍ଚ୍ଚାର ଶତାଧିକ ମହିଳା, ସ୍ଥାନୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ବହୁ ଦଳୀୟ କର୍ମୀ ମିଶି ମନ୍ତ୍ରୀଙ୍କୁ ମାଦଳ ବଜେଇ ପାରମ୍ପରିକ ନୃତ୍ୟ ସଂଗୀତର ତାଳେ ତାଳେ ମନ୍ତ୍ରୀଙ୍କୁ ଭଞ୍ଜ ମାଟିକୁ ପାଛୋଟି ଆଣିଥିଲେ ।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ