ଯାଜପୁରରେ ଆଉ ୧୬ ହଇଜା ପଜିଟିଭ

ଯାଜପୁର: ଯାଜପୁରରେ ନିୟନ୍ତ୍ରଣକୁ ଆସୁନି ଝାଡାବାନ୍ତି । ମାଡୁଛି ହଇଜା । ଗତକାଲି(ମଙ୍ଗଳବାର) ଯାଜପୁର ମେଡିକାଲରେ ଆଉ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ ଆସିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ସ୍ଥିତି ଅନୁଧ୍ୟାନ କରିଛି । ସେହିପରି ଆଉ ୧୬ ହଇଜା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସରକାରୀ ଭାବେ ଯାଜପୁର ଜିଲ୍ଲାରେ ଡାଇରିଆ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି । ୧୦ଟି ବ୍ଲକ୍ ଓ ଦୁଇଟି ମ୍ୟୁନିସିପାଲଟି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଥିଲା ବେଳେ ଅନେକ ରୋଗୀ ସୁସ୍ଥ ହୋଇଘରକୁ ଫେରିଛନ୍ତି । ଜିଲ୍ଲାର ୧୩ ଗୋଟି ମେଡିକାଲରେ ୧୯୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।ଯାଜପୁର ଜିଲ୍ଲାରେ ୩୭ଟି ହଇଜା ସାମ୍ପଲ ଟେଷ୍ଟିଂରୁ ୧୬ଟି ପଜିଟିଭ ଚିହ୍ନଟ ହୋଇଛି । ଏନେଇ ଯାଜପୁର ଟାଉନ କାର୍ୟ୍ୟାଳୟରେ ସିଡିଏମଓ ବିଜୟ ମିଶ୍ର ସୂଚନା ଦେଇଛନ୍ତି କ୍ଷ ସେ କହିଛନ୍ତି, ‘ଗତ କିଛିଦିନ ହେବ ଜିଲ୍ଲାରେ ଡାଇରିଆ ରୋଗୀଙ୍କ ସଂଖ୍ୟା କମିବାକୁ ଲାଗିଛି କ୍ଷ ସେପଟେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହଇଜା ଚିହ୍ନଟ ପାଇଁ ୪୯ଟି ନମୁନା ଯାଇଥିବା ବେଳେ ୩୭ଟି ପରୀକ୍ଷା କରାଯାଇଥିବା ବେଳେ ୧୬ ଚିହ୍ନଟ ହଇଜା ପଜିଟିଭ ଚିହ୍ନଟ ହୋଇଛି ।ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଟିମ ଆଜି(ବୁଧବାର) ଯାଜପୁର ମେଡ଼ିକାଲକୁ ଗସ୍ତ କରି ଆକ୍ରାନ୍ତ ମାନଙ୍କ ହିଷ୍ଟ୍ରି ସଂଗ୍ରହ କରିବା ସହିତ ମେଡ଼ିକାଲ ଅଫିସର, ଡାକ୍ତର ଓ ନର୍ସଙ୍କ ସହ ଆଲୋଚନା କରିଥିଲେ। ମୃତକ ପରିବାରକୁ ଯାଇ ପଚର ଉଚରା କରିବା ସହ ଅଧିକ ଆକ୍ରାନ୍ତ ହୋଇଥିବା ଅଞ୍ଚଳ ପରିଦର୍ଶନ କରିଥିଲେ ଏବଂ ସ୍ଥିତି ପରିଖିଥିଲେ । ଏହାପରେ ଯାଜପୁର ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ମଧ୍ୟ ଏଠାକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ ।ତେବେ ଆଜି ଜିଲ୍ଲାରେ ନୂଆ ଆକ୍ରାନ୍ତ ଭର୍ତ୍ତି ହେବା ସଂଖ୍ୟା ହ୍ରାସ ପାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଆଜି ନୂଆ କେସ ଭାବେ ସମୁଦାୟ ୩୬ଜଣ ଆକ୍ରାନ୍ତ ଜିଲ୍ଲାର ୧୩ ଗୋଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ତନ୍ମଧ୍ୟରୁ ୯ଜଣ ନୂଆ ଯାଜପୁର ରୋଡ ସିଏଚସିରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଯାଜପୁର ରୋଡ ମେଡିକାଲରେ ମୋଟ ୧୦ ଜଣ ଚିକିତ୍ସିତ ହେଉଥିବା ବେଳେ ଜିଲ୍ଲାରେ ମୋଟ ୧୯୬ଜଣ ଡାଇରିଆ ରୋଗୀ ଜିଲ୍ଲା ହେଡ଼କ୍ଵାଟର ସମେତ ୧୩ଗୋଟି ଚିକିତ୍ସିତ ହେଉଛନ୍ତି ।

  • Related Posts

    କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର :ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

    Continue reading
    ଜଗାକୁ ଦରକାର ଦ୍ବିତୀୟ ଅପରେସନ୍

    ଭୁବନେଶ୍ୱର: ଜଗାକୁ ଦରକାର ଦ୍ବିତୀୟ ଅପରେସନ୍। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଶିଶୁ ଜଗା ସୁସ୍ଥ ହେଉଛି। କିନ୍ତୁ ତାକୁ ଦରକାର ଦ୍ବିତୀୟ ଅପରେସନ୍। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ତଥା ବରିଷ୍ଠ ସର୍ଜନ ଡାକ୍ତର ଅଶୋକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ