ଯୁଦ୍ଧ ପ୍ରଭାବ: ବଢ଼ିପାରେ ମଦ, ବିୟର ମୂଲ୍ୟ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ତୈଳ ଓ ଗ୍ୟାସ୍‌ ଆମଦାନୀ ବାଧାପ୍ରାପ୍ତ ହୋଇଥିବାରୁ ଭାରତରେ ଖାଉଟିଙ୍କ ଠାରୁ ଆରମ୍ଭ କରି ଶିଳ୍ପକ୍ଷେତ୍ର ପର୍ୟ୍ୟନ୍ତ ସମସ୍ୟା ବଢିବାରେ ଲାଗିଛି। ଗ୍ୟାସ୍‌ ଏବଂ ପେଟ୍ରୋଲିୟମଜାତ ସାମଗ୍ରୀ ଉପରେ ନିର୍ଭର କରୁଥିବା ଅଧିକାଂଶ ଶିଳ୍ପାନୁଷ୍ଠାନ ବନ୍ଦ ହେବାକୁ ବସିଥିବାବେଳେ ହୋଟେଲ ଓ ରେଷ୍ଟୁରାଣ୍ଟ କ୍ଷେତ୍ର ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି। ଏହି କ୍ରମରେ ଭାରତରେ ମଦ ପ୍ରସ୍ତୁତ କରୁଥିବା ବ୍ରିଓ୍ବେରି କମ୍ପାନୀଗୁଡିକ ମଧ୍ୟ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବିଶେଷକରି ଗ୍ୟାସ୍‌ ଅଭାବରୁ ମଦ ପାଇଁ ଉଦ୍ଦିଷ୍ଟ କାଚ ବୋତଲ ଏବଂ କ୍ୟାନ୍‌ ଉତ୍ପାଦନ ପ୍ରଭାବିତ ହୋଇଥିବାରୁ ବଜାରରେ ମଦ ଯୋଗାଣ ହ୍ରାସ ପାଇବା ସହ ମୂଲ୍ୟ ବଢିବା ଆଶଙ୍କା ବଢାଇଛି। ଗ୍ୟାସ୍‌ ଅଭାବକୁ ନେଇ ଏବେ କାଚ ବୋତଲ ଉତ୍ପାଦନ ବାଧାପ୍ରାପ୍ତ ହେବା ସହ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇଛି। ଯାହାକୁ ନେଇ ବଜାରରେ ବିଭିନ୍ନ କମ୍ପାନୀର ମଦ ଉପଲବ୍ଧ କରାଇବା କଷ୍ଟକର ହୋଇପଡ଼ିଛି। ସେହିପରି କ୍ୟାନ୍‌ରେ ଆସୁଥିବା ବିୟର ପାଇଁ କ୍ୟାନ୍‌ ଉତ୍ପାଦନ ମଧ୍ୟ ହ୍ରାସ ପାଇଛି। କାରଣ କ୍ୟାନ୍‌ ତିଆରି ପାଇଁ ଆବଶ୍ୟକ ରହିଥିବା ଆଲୁମିନିୟମ ବିଦେଶରୁ ଆମଦାନୀ କରିବା ଏବେ ସହଜ ହେଉନାହିଁ। ଫଳରେ ଏବେ ଭାରତୀୟ ବଜାରରେ ମଦ ଏବଂ ବିୟର ମୂଲ୍ୟ ବଢିବ ବୋଲି ବ୍ରିୟୁର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ କହିଛି। ମଦ ପ୍ରସ୍ତୁତିଠାରୁ ଆରମ୍ଭ କରି ଏଥିସହ ଜଡ଼ିତ ଆନୁଷଙ୍ଗିକ ସାମଗ୍ରୀ ପ୍ରସ୍ତୁତି କ୍ଷେତ୍ରରେ ଗ୍ୟାସ୍‌ର ଆବଶ୍ୟକତା ସବୁଠୁ ଅଧିକ ରହିଥାଏ। ଦେଶର ମୋଟ ଗ୍ୟାସ୍‌ ଚାହିଦା ମଧ୍ୟରୁ ୪୦ ଭାଗ କାତାରରୁ ଆମଦାନୀ କରାଯାଇଥାଏ। ହେଲେ ଏବେ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆମଦାନୀ ବନ୍ଦ ରହିଥିବାରୁ କାଚ ବୋତଲ ଉତ୍ପାଦନ ହ୍ରାସ ପାଇଛି। ଚାହିଦା ତୁଳନାରେ ଯୋଗାଣ କମ୍‌ ରହିଥିବାରୁ ବୋତଲ ମୂଲ୍ୟ ପୂର୍ବ ତୁଳନାରେ ୨୦% ବୃଦ୍ଧି ପାଇଛି। ତେଣୁ ମଦ ମୂଲ୍ୟ ମଧ୍ୟ ୧୨ ରୁ ୧୫% ବୃଦ୍ଧି ହେବ ବୋଲି ବ୍ରିୟୁର୍ସ ଆସୋସିଏଶନ ଅଫ୍‌ ଇଣ୍ଡିଆ ମହାନିର୍ଦ୍ଦେଶକ ବିନୋଦ ଗିରି ରଏଟର୍ସକୁ ସୂଚନା ଦେଇ କହିଛନ୍ତି। ଉତ୍ପାଦନ ଏବଂ ପରିଚାଳନାଗତ ଖର୍ଚ୍ଚ ବୃଦ୍ଧି ଯୋଗୁ ମଦ ଏବଂ ବିୟର ମୂଲ୍ୟ ବୃଦ୍ଧି କରିବା ଅପରିହାର୍ୟ୍ୟ ହୋଇପଡ଼ିଛି ବୋଲି ସେ କହିଛନ୍ତି। ସେହିପରି ସର୍ବାଧିକ ମଦ ବୋତଲ ଏବଂ କ୍ୟାନ୍‌ ଉତ୍ପାଦନ କରୁଥିବା ଉତ୍ତରପ୍ରଦେଶର ଫିରୋଜାବାଦସ୍ଥିତ ଫାଇନ୍‌ ଆର୍ଟ ଗ୍ଲାସ୍‌ ଓ୍ବାର୍କସ୍‌ର ସିଇଓ ନୀତିନ୍‌ ଅଗ୍ରଓ୍ବାଲ କହିଛନ୍ତି, ଗ୍ୟାସ୍‌ ଅଭାବରୁ ଏବେ ତାଙ୍କ କାରଖାନାର ଉତ୍ପାଦନ ୪୦% ହ୍ରାସ ପାଇଛି। ଉତ୍ପାଦନ ହ୍ରାସ ଯୋଗୁ ବୋତଲ ମୂଲ୍ୟ ୧୭ ରୁ ୧୮ % ବୃଦ୍ଧି କରାଯାଇଥିବା ସେ କହିଛନ୍ତି। ବର୍ତ୍ତମାନ ଗ୍ରୀଷ୍ମକାଳ ଆସିଯାଇଥିବାରୁ ବଜାରରେ ବିୟରର ଚାହିଦା ଯଥେଷ୍ଟ ବଢିବ। ହେଲେ ବୋତଲ ମୂଲ୍ୟ ବୃଦ୍ଧି ପାଇଁ ଏବେ ଗ୍ରାହକଙ୍କୁ ଉଚ୍ଚ ମୂଲ୍ୟରେ ବିୟର କିଣିବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ, ଭାରତ ବିଶ୍ୱର ଅନ୍ୟତମ ବୃହତ୍‌ ମଦ ବଜାର ଭାବେ ଏଠାରେ ଦିନକୁ ଦିନ ବ୍ୟବସାୟ ବଢି ଚାଲିଛି। ୨୦୨୪ ସୁଦ୍ଧା ଭାରତରେ ମୋଟ ମଦ ବ୍ୟବସାୟ ପରିମାଣ ୭.୮ ବିଲିୟନ ଡଲାର ହୋଇଥିଲା ; ଯାହାକି ୨୦୩୦ ସୁଦ୍ଧା ୨ ଗୁଣ ହେବ ବୋଲି ଆକଳନ କରାଯାଇଛି।

  • Related Posts

    ଇସ୍ତଫା ଦେଲେ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମା

    ନୂଆଦିଲ୍ଲୀ : ଇସ୍ତଫା ଦେଲେ ବିବାଦୀୟ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମା। ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମା ଶୁକ୍ରବାର ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇଛନ୍ତି। ବାସଭବନରୁ ବିପୁଳ ଟଙ୍କା ମିଳିବା ପରେ ସେ ବିବାଦରେ…

    Continue reading
    ଶପଥ ଗ୍ରହଣ କଲେ ନୀତିଶ କୁମାର

    ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ସଦସ୍ୟ ଭାବରେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଲଲ୍ଲନ ସିଂହ, ରାଜ୍ୟସଭା ସାଂସଦ ସଞ୍ଜୟ ଝା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ