ଯୁବକଙ୍କୁ ଗୁଳିମାଡ଼, ଏସ୍‌ସିବିରେ ଭର୍ତ୍ତି

କଟକ: ନୂଆବଜାର ପୋଲ ଉପରେ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ମଧୁପାଟଣା ଥାନା ଖପୁରିଆ ଅଞ୍ଚଳର ସଞ୍ଜୟ କୁମାର ତରାଇ (୨୦) ଗୁରୁତର ଆହତ ହୋଇଛନ୍ତି । ଗୁଳିଟି ତାଙ୍କ ଡାହାଣ ଗୋଡ଼ରେ ବାଜି ହାଡଭାଙ୍ଗି ଜଙ୍ଘରେ ପଶିଯାଇଛି । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଏସ୍‌ସିବି ଟ୍ରମା କାଜୁଆଲଟିରେ ଭର୍ତ୍ତି କରିଛନ୍ତି ।
ଖପୁରିଆ ଅଞ୍ଚଳର ସଞ୍ଜୟ ବିଳମ୍ବିତ ରାତିରେ ନୂଆବଜାର ଫ୍ଲାଏ ଓଭରବ୍ରିଜ୍‌ ଉପରେ ଜଣେ ବନ୍ଧୁଙ୍କ ସହିତ ସାଇକେଲରେ ଘରକୁ ଫେରୁଥିଲେ । ଏହି ସମୟରେ କେତେ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଦୁର୍ବୃତ୍ତମାନେ ତାଙ୍କ ଗୋଡ଼କୁ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ର କାରଣ ଜଣାପଡ଼ି ନଥିଲେ ମଧ୍ୟ କୌଣସି ପୂର୍ବ ଶତ୍ରୁତାକୁ ନେଇ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ସବୁଠାରୁ ଆଶ୍ଚର୍ୟ୍ୟଜନକ ଘଟଣା ହେଉଛି ଘଟଣା ଘଟିବାର ୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୁଲିସ ଘଟଣା ସଂପର୍କରେ ଅବଗତ ନଥିଲା କିମ୍ବା ଘଟଣାସ୍ଥଳରେ ପହଞ୍ଚିପାରି ନଥିଲା । ମେଡ଼ିକାଲ ସୂତ୍ରରୁ ଖବର ପାଇ ପୁଲିସ ଏସ୍‌ସିବିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

  • Related Posts

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ପୁରୀ : ପୁରୀ ଦାଶଗୋବା ଗାଁରେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦାଶଗୋବା ଗାଁର ନାରାୟଣ ମଲ୍ଲିକ ବୋଲି ଜଣାପଡିଛି । ପୋଲିସ ଘଟଣାରେ ଦୁଇ ଜଣଙ୍କ ଅଟକ ରଖି…

    ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ଆକ୍ରମଣ

    ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ମାଟିଆ ସାହି ଛକରେ ଯୁବକଙ୍କୁ ଆକ୍ରମଣ । ଏକ ଧାରୁଆ ଅସ୍ତ୍ରରେ ଯୁବକଙ୍କୁ ଆକ୍ରମଣ ହୋଇଛି । ଯେଉଁଥିରେ ଯୁବକ ସିଲୁ ପାହାନ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ମେଡିକାଲରେ…

    Leave a Reply

    Your email address will not be published. Required fields are marked *

    You Missed

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା

    ୧୪ରୁ ରାଜ୍ୟକୁ ପୁଣି ବର୍ଷା ଫେରିବାର ସମ୍ଭାବନା