
ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଏକାଡେମି ପକ୍ଷରୁ ଯୁବ ଓ ବାଳ ସାହିତ୍ୟ ପୁରସ୍କାର ଘୋଷିତ ହୋଇଛି। ଓଡ଼ିଆ ଲେଖକ ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ମିଳିବ ବାଳ ସାହିତ୍ୟ ପୁରସ୍କାର। ଉଭୟଙ୍କୁ ପୁରସ୍କାର ବାବଦରେ ୫୦ ହଜାର ଟଙ୍କା ଲେଖାଏଁ ଦିଆଯିବ।
ସୁବ୍ରତ ସେନାପତି ‘କଦମ୍ବବନ’ ପୁସ୍ତକ ଓ ରାଜକିଶୋର ପାଢୀ ‘କେତେ ଫୁଲ ଫୁଟିଚି’ ପାଇଁ ଏହି ମର୍ୟାଦାଜନକ ପୁରସ୍କାର ପାଇବେ।