ଯୋଗାଣ ମନ୍ତ୍ରୀ କଲେକ୍ସନ୍‌ରେ ମାତିଛନ୍ତି: ତାରା

ଭୁବନେଶ୍ବର: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପରେ ସାଂଘାତିକ ଆରୋପ ଲଗାଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ମନ୍ତ୍ରୀ ସବୁ ଜିଲ୍ଲାରେ ଏଜେଣ୍ଟ୍ ରଖି ଖାଲି କଲେକ୍ସନ୍‌ରେ ମାତିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ବିଧାନସଭା ଗୃହରେ ତାରାଙ୍କ ଏପରି ମନ୍ତବ୍ୟ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ବେଳେ ଶ୍ରୀ ବାହିନୀପତି କହିଲେ, ମଣ୍ଡିରୁ ଧାନ ଠିକ୍ ଭାବେ ସଂଗ୍ରହ ହେଉନାହିଁ। ଚାଷୀ ହଇରାଣ ହେଉଛନ୍ତି। ଯୋଗାଣ ମନ୍ତ୍ରୀ ସବୁଆଡ଼େ ବୁଲି ବୁଲି କଲେକ୍ସନ୍‌ରେ ମାତିଛନ୍ତି। ବଲାଙ୍ଗୀର, ଗଞ୍ଜାମ, କଟକ, ସୁନ୍ଦରଗଡ଼ ଆଦି ଅନେକ ଜିଲ୍ଲାରେ ମନ୍ତ୍ରୀଙ୍କର କଲେକ୍ସନ୍‌ ଏଜେଣ୍ଟ ଅଛନ୍ତି। ମିଲ୍ ମାଲିକ ଓ ଗୋଦାମ ମାଲିକମାନେ ଟଙ୍କା ଦେଉଛନ୍ତି। ରାଜ୍ୟର ସବୁ ଗୋଦାମରୁ ଲକ୍ଷେ ଟଙ୍କା ଲେଖାଏଁ କଲେକ୍ସନ୍‌ ହେଉଛନ୍ତି। ବଲାଙ୍ଗୀରରେ ତ୍ରିପାଠୀ, ଗଞ୍ଜାମରେ ଶତପଥୀ ଏମିତି ମନ୍ତ୍ରୀଙ୍କ ଏଜେଣ୍ଟମାନେ ଏବେ ବୁଲୁଛନ୍ତି। ପୁଣି ଜଣେ ଶଙ୍ଖ ବାବୁ ବି ମନ୍ତ୍ରୀଙ୍କ ପାଖରେ ରହି କଲେକ୍ସନ୍‌ କରୁଛନ୍ତି। ଏ କଥା ବାଟରେ ପଡ଼ି ହାଟରେ ଗଡ଼ୁଛି।
ସେପଟେ ଗଣମାଧ୍ୟମରେ ତାରାଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର। କହିଥିଲେ, ତାରା ବାବୁ ଯାହା କହିଲେ ତାହା ସମ୍ପୂର୍ଣ୍ଣ ମିଛ ଓ ଦୁର୍ଭାଗ୍ୟଜନକ। ଏମିତି ହାଲୁକା ମନ୍ତବ୍ୟ ଦେବା ତାଙ୍କର ଅଭ୍ୟାସ। କେତେବେଳେ କାହାକୁ କ’ଣ କୁହନ୍ତି, ତାହାର ହିସାବ ନାହିଁ। ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି। ଆମ ସରକାର ସ୍ବଚ୍ଛତାର ସହ କାମ କରୁଛନ୍ତି। କିଛି ଅଭିଯୋଗ ଆସିନି। ଯଦି ତାଙ୍କର ସତ୍‌ସ‌ାହସ ଅଛି, ତେବେ ପ୍ରମାଣ ଦିଅନ୍ତୁ। କିଏ କାହା ନାମରେ କଲେକ୍ସନ୍‌ କରିଛନ୍ତି, ଧରାପଡ଼ିଯିବ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ