
ପୁରୀ: ରଥଯାତ୍ରା ପୂର୍ବରୁ ଶେଷ ହେବ ପୁରୀ ରେଳ ଷ୍ଟେସନର ସମସ୍ତ କାମ। ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ରଥଯାତ୍ରା ସମୟରେ ନୂଆ ରେଳ ଷ୍ଟେସନରେ ଏଥର ପର୍ୟ୍ୟଟକଙ୍କୁ ମିଳିବ ନୂଆ ଅନୁଭୂତି। ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଜୋରସୋରରେ କାମ ଆଗେଇ ଚାଲିଛି। ସେପଟେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ନେଇ ପୂର୍ବ-ତଟ ରେଳପଥ ଜେନେରାଲ ମ୍ୟାନେଜଙ୍କ ବଡ ବୟାନ।
ଚଳିତ ବର୍ଷ ଶେଷ ସୁଦ୍ଧା କାମ ସରିବ। କାମ ସରି ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଗଡିବ ଟ୍ରେନ। ବଡ ସମସ୍ୟା ରହିଥିଲା ଜମି ଅଧିଗ୍ରହଣ। ଆବଶ୍ୟକତା ଅନୁସାରେ ଜମି ଅଧିଗ୍ରହଣ ଶେଷ ହୋଇଛି। ୭ଟି ଟନେଲର କାମ ସମ୍ପୂର୍ଣ୍ଣ ଶେଷ ହୋଇଥିବା କହିଛନ୍ତି ପରମେଶ୍ବର ଫୁଙ୍କୱାଲ।




