ରସଗୋଲା ଦିବସ

ଭୁବନେଶ୍ୱର: ରସଗୋଲା କାହାକୁ ବା ଭଲ ନ ଲାଗେ । ସମ୍ପର୍କରେ ମିଠାପଣ ଭରେ ଉତ୍ସବରେ ମଧୁରତା ଆଣିଥାଏ ସେ ରସଗୋଲା । ଓଡ଼ିଆ ଘରେ ଅତିଥି ଚର୍ଚ୍ଚା ହେଉ କି ଆନନ୍ଦ ଉଲ୍ଲାସର ମୁହୂର୍ତ୍ତ ସବୁଠି ଲୋଡା ପଡ଼େ ରସଗୋଲା । ଘରେ ଘରେ ପର୍ବପର୍ବଣୀରେ ରସଗୋଲା ଆସିବାଟା ନିଶ୍ଚିନ୍ତ । ପ୍ରତିଟି ଓଡିଆଙ୍କ ଆବେଗ ସେ ରସରୋଲା । ରାଗ-ଋଷା, ମାନ ଅଭିମାନ ଭାଙ୍ଗେ ରସଗୋଲା । ଏ ରସଗୋଲା ଦେଇ ଅଭିମାନୀନି ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରନ୍ତି ମହାପ୍ରଭୁ । ଓଡ଼ିଆ ଜାତିର ପ୍ରାଣ କେନ୍ଦ୍ର ଶ୍ରୀମନ୍ଦିରରେ କାହିଁ କେଉଁ କାଳରୁ ରସଗୋଲା ପ୍ରସାଦ ରୂପେ ଅର୍ପଣ କରାଯାଉଅଛି । ନୀଳାଦ୍ରି ବିଜେ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ରସଗୋଲା ଲାଗି ହୋଇ ଆସୁଛି । ଆଜି ରସଗୋଲା ଦିବସ । ଓଡ଼ିଶାର ପାରମ୍ପରିକ ମିଠା ରସଗୋଲା ପାଇଁ ଦିନଟି ସମର୍ପିତ ।
ଶ୍ରୀମନ୍ଦିର ପରମ୍ପରା- ନୀଳାଦ୍ରି ବିଜେ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ମାଆ ଲକ୍ଷ୍ମୀ ସାଆନ୍ତାଣୀଙ୍କ ମାନଭଞ୍ଜନ କରିବା ପାଇଁ ରସଗୋଲା ଦେବା ବିଧି ରହିଛି । ଏହାକୁ ନେଇ ରସଗୋଲା ଦିବସ ପାଳନ କରାଯାଉଛି । ପରମ୍ପରା ଅନୁଯାୟୀ ରଥ ନିକଟରେ ରସଗୋଲା ଲାଗି ହୋଇଥାଏ । ବର୍ଷ ବର୍ଷ ଧରି ଚାଲି ଆସୁଛି ଏହି ପରମ୍ପରା । ୨୦୧୫ ଜୁଲାଇ ୩୦ ନୀଳାଦ୍ରି ବିଜେ ଦିନ ରସଗୋଲା ଦିବସ ପ୍ରଥମେ ପାଳନ ଆରମ୍ଭ ହୋଇଥିଲା । ଏହାପରଠୁ ୨୦୧୬ ଜୁଲାଇ ୧୭ରୁ ରସଗୋଲା ଦିବସ ପାଳନ ହୋଇଆସୁଛି ।

ରସଗୋଲା ଆମ ଗର୍ବ ଆମ ଗୌରବ- ଏ ରସଗୋଲାକୁ ନେଇ ବି କେତେ ନାଟ । ରସଗୋଲାକୁ ନେଇ ପଶ୍ଚିମବଙ୍ଗ ଓ ଓଡି଼ଶା ମଧ୍ୟରେ ‘ମିଠାଯୁଦ୍ଧ’ ହୋଇଥିଲା । ‘ରସଗୁଲ୍ଲା’ ତାଙ୍କର ବୋଲି ଯୁକ୍ତି ବାଢିଥିଲା ପଶ୍ଚିମବଙ୍ଗ । ଓଡ଼ିଶାର ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ଏକଜୁଟ ହୋଇଥିଲା ଓଡ଼ିଶା । ଶେଷରେ ଓଡ଼ିଶାର ରସଗୋଲାକୁ ଜିଆଇ ଗ୍ୟାଗ୍‌ ମିଳିଥିଲା । ରସଗୋଲା କାହାର ? ପଶ୍ଚିମବଙ୍ଗର ନା ଓଡ଼ିଶାର । ୨୦୧୯ ଜୁଲାଇ ୧୯ରେ ଏହାର ଉତ୍ତର ମିଳିଥିଲା । ରସଗୋଲାକୁ ଜିଆଇ ମାନ୍ୟତା ମିଳିଲା । ଆମ ଓଡିଆଙ୍କ ଛାତି କୁଣ୍ଢେମୋଟ ହୋଇଗଲା । ଜିଆଇ ମାନ୍ୟତା ମିଳିବାକୁ ୬ ବର୍ଷ ପୂରଣ ହୋଇଛି । ରସଗୋଲା ଓଡ଼ିଶାର । ରସଗୋଲା ଆମ ଗର୍ବ ଆମ ଗୌରବ । ରସଗୋଲା ଆମର, ଅଛି , ରହିବ ।

  • Related Posts

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସାମ୍ପ୍ରତିକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ଅଧ୍ୟାୟରେ ଓଡ଼ିଶାର ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ବିଶେଷ ଭାବେ ପ୍ରଶଂସା କରିଛନ୍ତି। ଜଣେ ସାଧାରଣ ଗୃହିଣୀ ରୂପରେ ଜୀବନ ଆରମ୍ଭ କରିଥିବା ସୁଜାତା ପରିବାରକୁ ଅଧିକ…

    Continue reading
    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଭୁବନେଶ୍ଵର, ୨୪/୦୩/୨୦୨୬: ଆଜି ପୂର୍ବାହ୍ନ ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ମହିଳା ଓ ଶିଶୁ ପ୍ରତିଷ୍ଠାନ ସମ୍ମିଳିନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ