ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

ଭୁବନେଶ୍ବର: ରାଜଧାନୀରେ ହିଟ ଆଣ୍ଡ ରନ୍ କେସ। କାର ଜବତ। ଏବେ ବି କାର୍ ମାଲିକ ଫେରାର ରହିଥିବା ବେଳେ ଉଭୟ ସ୍କର୍ପିଓ ଓ ଚାଳକଙ୍କୁ ଧରିବାକୁ ପୁଲିସ ଚଢ଼ାଉ ଜାରି ରଖିଛି । ଶନିବାର ବରମୁଣ୍ଡାରୁ ରେସ୍ କରି ଆସୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର ପାତ୍ରପଡ଼ା ନିକଟରେ ୮ବର୍ଷିୀୟା ଝିଅ ରେଶମାଙ୍କୁ ଧକ୍କା ଦେଇଥିଲା। ଫଳରେ‌ ଘଟଣାସ୍ଥଳରେ କୁନି ଝିଅର ମୃତ୍ୟୁ ଘଟିଥିଲ।ମାଆ ରେବତୀ ଏବଂ ୨ ବର୍ଷୀୟ ପୁଅ ମାହି ରାଉଳ ବର୍ତ୍ତମାନ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି । ଉଭୟଙ୍କ ଅବସ୍ଥା ଗୁରୁତର ଅଛନ୍ତି ।

ରେବତୀ ଶନିବାର ସକାଳେ ରେଶ୍‌ମା ଓ ମାହିଙ୍କୁ ସାଙ୍ଗରେ ଧରି ଫୁଲେଶ୍ୱର ବସ୍ତିରୁ ପଟିଆ ଅଭିମୁଖେ ବାହାରିଲେ । ସେଠାରେ ଆର୍‌ଆଇ ଥିବା ତାଙ୍କ ଭାଇ ଦିଲ୍ଲୀପଙ୍କୁ ଭେଟିଥିଲେ । ଭାଇଙ୍କ ହାତରେ ରାଖୀ ବାନ୍ଧିବା ପରେ ଘରେ ଖାଇଥିଲେ । ସନ୍ଧ୍ୟାରେ ସମସ୍ତେ ଆମ ବସ୍‌ରେ ଚଢ଼ି ଘରକୁ ଫେରିଥିଲେ । ସେମାନେ ପାତ୍ରପଡ଼ାସ୍ଥିତ ସପିଂ ମଲ୍‌ ସାମ୍ନାରେ ସନ୍ଧ୍ୟା ୬ଟା ୨୭ ମିନିଟ୍‌ରେ ବସ୍‌ରୁ ଓହ୍ଲାଇଲେ । ରେବତୀ ଗୋଟିଏ ହାତରେ ମାହିକୁ କାଖେଇଥିଲେ । ଅନ୍ୟ ହାତରେ ରେଶ୍‌ମା ହାତକୁ ଧରି ଫୁଲେଶ୍ୱର ବସ୍ତିକୁ ଯିବା ପାଇଁ ଚାଲି ଚାଲି ଜାତୀୟ ରାଜପଥ ପାର୍‌ ହେଉଥିଲେ ।

ଏତିକିବେଳେ ଖଣ୍ଡଗିରି ଆଡୁ ଦ୍ରୁତଗତିରେ ଆସୁଥିବା ଏକ ଥାର୍‌ ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ରେବତୀ ଓ ରେଶ୍‌ମା ରାସ୍ତାରେ ଛିଟ୍‌କି ପଡିଥିଲେ । ରେଶ୍‌ମାର ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ସେଠାରେ ମୃତ୍ୟୁ ଘଟିଥିଲା । ଗାଡି ଧକ୍କା ଦେବା ସତ୍ତେ୍ୱ ରେବତୀ କୁନି ପୁଅ ମାହିକୁ କାଖେଇକି ରଖିଥିବାରୁ ସେତେଟା ଆଘାତ ହୋଇନଥିଲା । ସ୍ଥାନୀୟ ଲୋକମାନେ ତୁରନ୍ତ ଆହତମାନଙ୍କୁ ଏମ୍‌ସକୁ ନେଇଯାଇଥିଲେ । ରେବତୀଙ୍କ ସ୍ୱାମୀ ମାନସ ଓ ଅନ୍ୟ ସମ୍ପର୍କୀୟମାନେ ହସ୍ପିଟାଲକୁ ଧାଇଁଥିଲେ । ଏହି ଘଟଣାପରେ ଆକ୍ସନ୍ ମୋଡ଼କୁ ଆସିଥିଲା ପୁଲିସ। କାର୍‌ ଚାଳକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଆଜି ଜଟଣୀରୁ କିଲର ଥର୍‌ କାରୁ ଖଣ୍ଡିିଗିରି ପୁଲିସ ଜବତ କରିଥିବା ମାଲିକ ଫେରାର ଅଛନ୍ତି। ରେସ କରୁଥିବା ସ୍କର୍ପିଓ କାର୍ ଓ ଚାଳକଙ୍କୁ ଧରିବା ଉଦ୍ୟମ ଚଳାଇଛି ପୁଲିସ।

  • Related Posts

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ କାଠିଆପଡ଼ା ଗ୍ରାମର କଲେଜ ଛାତ୍ରୀ ଜଳିଯିବା ମାମଲାରେ ବଡ଼ ଅପ୍‌ଡେଟ୍। ଅଭିଯୁକ୍ତ ପ୍ରେମିକ ପ୍ରମୋଦ ବେହେରାଙ୍କୁ ଗିରଫ କଲା ପୁଲିସ। ତାଙ୍କ ମୋବାଇଲ ଜବତ ହୋଇଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ ସୁରାକ ମିଳିଛି। ସବୁ…

    ଯୁବତୀଙ୍କୁ ଉଠାଇ ନେଲେ

    ଉଦଳା: ବାପା-ମା’ଙ୍କ ସହିତ ବଜାର ଯାଇଥିଲେ ଯୁବତୀ । ଦୋକାନ ବାହାରେ ଆସି ଛିଡା ହୋଇଥିବା ବେଳେ ଅଚାନକ ୪ ଜଣ ଯୁବକ ମାସ୍କ ପିନ୍ଧି ବାଇକରେ ଆସି ଯୁବତୀଙ୍କୁ ଉଠାଇ ନେଲେ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା…

    Leave a Reply

    Your email address will not be published. Required fields are marked *

    You Missed

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ଡ.ମୋହନ ଭାଗବତଙ୍କ ୩ ଦିନିଆ ଓଡିଶା ଗସ୍ତ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ବିଷ ପିଇ ଦେଲେ ସ୍ବାମୀ-ସ୍ତ୍ରୀ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; ଥର୍ କାର ଜବତ

    ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ;  ଥର୍ କାର ଜବତ