ରାଜ୍ୟପାଳଙ୍କ ଅଭିଭାଷଣ କେବଳ ଭାଷଣ, ନୋ ଭିଜନ୍‌: ନବୀନ

ଭୁବନେଶ୍ବର : ବିଧାନସଭାରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ। ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି ରାଜ୍ୟପାଳଙ୍କ ଅଭିଭାଷଣକୁ ମୁଁ ବିରୋଧ କରୁଛି। ତାଙ୍କ ଅଭିଭାଷଣରେ ସରକାର ନିଜ ବିଫଳତା ଲୁଚାଇବାକୁ ଚେଷ୍ଟା କରିଛନ୍ତି। ପୂର୍ବ ସରକାରର ସଫଳତାର ଶ୍ରେୟ ନେବାକୁ ଚେଷ୍ଟା ହୋଇଛି। ଜବରଦସ୍ତ ଶ୍ରେୟ ନେବା ସ୍ଥାନରେ ଡବଲ ଇଂଜିନ ସରକାର ଦରଦାମ ବୃଦ୍ଧି, ଆଇନ ଶୃଙ୍ଖଳା ଭୁଶୁଡିବା ଓ ନିଯୁକ୍ତି ଉପରେ ହେବାରେ ଥିଲା। ଲୋକଙ୍କ ପାଇଁ ରାଜ୍ୟପାଳଙ୍କ ଅଭିଭାଷଣ ହେବାର ଥିଲା। କିନ୍ତୁ ତାହା ହେଲାନି।ରାଜ୍ୟପାଳଙ୍କ ଅଭିଭାଷଣ କେବଳ ଭାଷଣ, ନୋ ଭିଜନ୍‌। ଓଡ଼ିଶାର ଲୋକ ସବୁ ଦେଖୁଛନ୍ତି ଏବଂ ଚକା ଆଖି ସବୁ ଦେଖୁଛି ବୋଲି ନବୀନ କହିଛନ୍ତି।
ନବୀନ ଆହୁରି ମଧ୍ୟ କହିଛନ୍ତି ବିଜେପି ନିର୍ବାଚନ ପୂର୍ବରୁ ଚାଷୀଙ୍କୁ ବହୁ ପ୍ରତିଶୃତି ଦେଲେ। ଧାନ କିଣା ସମୟରେ କଟଣୀ ଛଟଣି ହେବନି ବୋଲି କହିଲେ, ହେଲେ ସରକାରକୁ ଆସିବା ପର କଥା ବହୁ ଭିନ୍ନ। ଛାତିରେ ହାତ ରଖି କହି ପାରିବେ କି କଟନୀ ଛଟଣି ହେଉନି। ଚାଷୀଙ୍କୁ ପ୍ରତାରଣା ଦିଆଯାଇଛି। ସେମାନେ ରାସ୍ତାରେ ଆତ୍ମହତ୍ୟା କରୁଛନ୍ତି। ଅଦିନିଆ ବର୍ଷାର ଉଚିତ କ୍ଷତିପୂରଣ ମିଳିଲାନି। ବିଜେଡି ସରକାର ସମୟରେ ପ୍ରକୃତ ଚାଷୀଙ୍କୁ ସୁବିଧା ଦେଉଥିଲା। ହେଲେ ବିଜେପି ସରକାର ଅସଲ ଚାଷୀଙ୍କ ଅଧିକାର ଛଡାଇନେଇଛି। ପ୍ରକୃତ ଚାଷୀକୁ ଅବହେଳା କରାଯାଉଛି ବୋଲି ନବୀନ କହିଛନ୍ତି।
ସେହିପରି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମଧ୍ୟ ସରକାରଙ୍କୁ ଘେରିଛନ୍ତି ନବୀନ। ରାଜ୍ୟର ଆଇନ ଶୃଙ୍ଖଳା ଭୁଶୁଡିଛି। ନାରୀ ନିର୍ୟ୍ୟାତନାରେ ଓଡ଼ିଶା ଏବେ ଶୀର୍ଷରେ ରହିଛି। ଚୋରି ଡକାୟତି ବଢିଛି। ରାଜଧାନୀ ଭୁବନେଶ୍ବର ବି ଏବେ ସୁରକ୍ଷିତ ନୁହେଁ। ଡବଲ ଇଂଜିନ ସରକାରରେ ଡବଲ ଚୋରି ହେଉଛି ପୂର୍ବତନ ମନ୍ତ୍ରୀଙ୍କ ଘରୁ। ଲୋକେ ଆଶ୍ଚର୍ୟ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ହତ୍ୟାକାଣ୍ଡ ହେଉଛି ଭୁବନେଶ୍ୱରରେ। ଜାନୁଆରୀ ୬ ରେ ବିଜେଡି ଦରଦାମ ବୃଦ୍ଧି କରିଥିଲା। ଲୋକେ ନିଜ ଆଡୁ ଏତେ ମାତ୍ରାରେ ସାମିଲ ହେବା ସ୍ପଷ୍ଟ କରୁଛି ସେମାନେ କେତେ ଅତିଷ୍ଠ। ହେଲେ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ ନାହିଁ। ମୁଦ୍ରାସ୍ଫୀତି ଦେଖିଲେ ଓଡ଼ିଶା ଶ୍ରେଷ୍ଠ ତିନି ରାଜ୍ୟ ଭିତରେ ଥିବା ମୋତେ ଆଘାତ ଦେଉଛି। କେନ୍ଦ୍ର ସରକାରଙ୍କ ରିପୋର୍ଟ ଅନୁସାରେ ରାଜ୍ୟ ସରକାରଙ୍କୁ ଦରବୃଦ୍ଧି କମାଇବା ନିର୍ଦେଶ ଦିଆଯାଇଛି। କିନ୍ତୁ ତାହା ହେଉନି।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ