ରାଜ୍ୟସଭାରେ ସାର ପ୍ରସଙ୍ଗ ଉଠାଇଲେ ମାନସ ମଙ୍ଗରାଜ

ଭୁବନେଶ୍ବର: ରାଜ୍ୟସଭାରେସାର ପ୍ରସଙ୍ଗ ଉଠାଇଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। ସେ ପ୍ରଶ୍ନ କରିଛନ୍ତି, ଓଡ଼ିଶାରେ ସାରର ସୁଷମ ବଣ୍ଟନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ଡିଜିଟାଲ ପ୍ଲାଟଫର୍ମ ଆରମ୍ଭ ହୋଇଛି କି । ଯଦି କରାଯାଇଛି, ସେହି ପ୍ଲାଟଫର୍ମଗୁଡ଼ିକର ବିବରଣୀ ଓ ସେଗୁଡ଼ିକର ସଫଳତା, ଦୁର୍ଗମ ଅଞ୍ଚଳର ଚାଷୀମାନଙ୍କ ପାଇଁ କଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଥିଲେ ମାନସ ମଙ୍ଗରାଜ।
ଏହାର ଉତ୍ତରରେ ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି ଯେ, ସମନ୍ବିତ ସାର ଯୋଗାଣ ପରିଚାଳନା ବ୍ୟବସ୍ଥା ୨୦୧୬ ମସିହା ଜୁନ ମାସରୁ ଆରମ୍ଭ ହୋଇଛି। ଉର୍ବରକ ନାମରେ ଏକ ଡ୍ୟାସବୋର୍ଡ ଜରିଆରେ ସାରର ଯୋଗାଣ ଓ ମହଜୁଦ ସମ୍ପର୍କରେ ସୂଚନା ଦିଆଯାଇଥାଏ। ବର୍ତ୍ତମାନ ସୁଦ୍ଧା ରାଜ୍ୟର ଦୁର୍ଗମ ଅଞ୍ଚଳରେ ସାର ନ ପହଞ୍ଚିବାର କୌଣସି ସୂଚନା ନାହିଁ। ସେହିଭଳି ମାନସ ମଙ୍ଗରାଜଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ନିର୍ଦ୍ଧାରିତ ସମୟ ପୂର୍ବରୁ କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ସବୁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଆବଶ୍ୟକ ପରିମାଣର ସାର ସମ୍ପର୍କରେ ତଥ୍ୟ ହାସଲ କରାଯାଏ। ନିୟମିତ ବ୍ୟବଧାନରେ ସାର ଓ ରସାୟନ ମନ୍ତ୍ରଣାଳୟ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଯୁଗ୍ମ ଭାବେ ଭିଡିଓ ମାଧ୍ୟମରେ ତଦାରଖ କରାଯାଏ ବୋଲି ମନ୍ତ୍ରୀ କହିଛନ୍ତି।

  • Related Posts

    ବିଜେପି ବିଶୃଙ୍ଖଳା ଆଉ ବେଗୁନିଆ

    ବେଗୁନିଆ:ଖବରର ଶୀର୍ଷକ ଟିକେ ଅଡୁଆ ଲାଗିଲେବି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଏଭଳି କିଛି ଘଟଣା ଘଟିବାରେ ଲାଗିଛି । ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ବେଗୁନିଆର ବିଜେପି ନେତା କେତେ କଣ ସ୍ବପ୍ନ ଦେଖିଥିଲେ । କିନ୍ତୁ ସମୟ ଯେତିକି…

    କାହିଁକ ମନମୋହନଙ୍କୁ ବାଛିଲେ ମୋଦି

    ଭୁବନେଶ୍ବର: ବିଜେପିର ଲକି ସଭାପତି ହେଉଛନ୍ତି ମନମୋହନ ସାମଲ । ତାଙ୍କ ନେତୃତ୍ୱରେ ଦଳ ତିନି ତିନି ଥର କ୍ଷମତାକୁ ଆସିଛି । ୨୦୦୦, ୨୦୦୪ ଓ ୨୦୨୪ରେ ବିଜେପି ସରକାରକୁ ଆସିଥିବାବେଳେ ମନମୋହନ ହିଁ ସଭାପତି ଥିଲେ । ଗତ…

    Leave a Reply

    Your email address will not be published. Required fields are marked *

    You Missed

    ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଆଜି ଜମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ନେଇ ଚର୍ଚ୍ଚା

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଭାତ ଖାଇବା ପରେ ଓ ପୂର୍ବରୁ ଏହି ଭୁଲ୍‌‌ କରୁଛନ୍ତି କି?

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ପୁରୀ ସହରରେ ପୁଣି ଗଡ଼ିଲା ମୁଣ୍ଡ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ

    ସ୍କୁଲ ହଷ୍ଟେଲ୍ ପିଲାଙ୍କୁ ଦିଆଯିବ ଡିଜିଟାଲ ସ୍ୱାସ୍ଥ୍ୟକାର୍ଡ:ମନ୍ତ୍ରୀ