
ଭୁବନେଶ୍ଵର : ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଏବଂ ଦତ୍ତେଶ୍ଵର ହୋତା। ବିଜେଡି ପ୍ରାର୍ଥୀ ଭାବେ ସଂତୃପ୍ତ ମିଶ୍ର ୨ ସେଟ୍ରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି କମନ୍ କ୍ୟାଣ୍ଡିଡେଟ୍ ଭାବେ ଡାକ୍ତର ଦତ୍ତେଶ୍ଵର ହୋତା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଗୋଟିଏ କକ୍ଷରେ ବିଜେଡି ଓ କଂଗ୍ରେସ ନେତା ଏକାଠି ହୋଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ ପାଖ ସିଟ୍ ରେ ବସିଥିବା ଦେଖିବାକୁ ମିଳିଛି। ଏହି ସମୟରେ କିନ୍ତୁ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ନାମାଙ୍କନ କକ୍ଷରେ ପିସିସି ସଭାପତି ଭକ୍ତଚରଣ ଦାସ ଓ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଠି ବସିଥିଲେ । ସେହିପରି ବିଜେଡି ଓ କଂଗ୍ରେସ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ବିଜେଡିର ମଧ୍ୟ କିଛି ବିଧାୟକ ନାମାଙ୍କନ ଭରିବା କକ୍ଷରେ ଉପସ୍ଥିତ ଥିଲେ । ପାଖକୁ ପାଖ ନବୀନ, ଭକ୍ତ, କାଡାମ, ନରସିଂହ, ସଂତୃପ୍ତ ଓ ଦତ୍ତେଶ୍ୱର ବସିଥିବା ଦେଖିବାକୁ ମିଳିଥିଲା ।




