ରାଜ୍ୟସ୍ତରୀୟ କଳା ଉତ୍ସବ ୨୦୨୫ ଉଦଘାଟିତ

ଭୁବନେଶ୍ୱର: ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୫ ବୁଧବାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୬, ଭୁବନେଶ୍ୱର ପରିସରରେ ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓସେପା, ଶ୍ରୀମତୀ ଅନନ୍ୟା ଦାସ‌ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଓଡ଼ିଶାର ବିଭିନ୍ନ ଜୋନରୁ ଆସିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ କଳା କ୍ଷେତ୍ରରେ ଓଡ଼ିଶାର ଅବଦାନ ସବୁବେଳେ ଅନନ୍ୟ ବୋଲି ମତବ୍ୟକ୍ତ କରିଛନ୍ତି । ଛାତ୍ରଛାତ୍ରୀମାନେ ଭିତରେ ଲୁଚିରହିଥିବା ଅନ୍ତର୍ନିହିତ ଗୁଣାବଳୀର ପ୍ରକାଶ ପାଇଁ ଏହି କାର୍ୟ୍ୟକ୍ରମ ଏକ ପ୍ରକୃଷ୍ଠ ମାଧ୍ୟମ ବୋଲି ସେ ପରିପ୍ରକାଶ କରିଛନ୍ତି । ଏଥିସହ ଛାତ୍ରଛାତ୍ରୀମାନଙ୍କର ଉତ୍ତମ ପ୍ରଦର୍ଶନ ସେମାନଙ୍କୁ କେନ୍ଦ୍ରସ୍ତରରେ ସଫଳତା ପ୍ରଦାନ କରିବବୋଲି ଆଶାବ୍ୟକ୍ତ କରିଛନ୍ତି ।

କାର୍ୟ୍ୟକ୍ରମରେ ଚଳଚିତ୍ର ଅଭିନେତ୍ରୀ ଶ୍ରୀମତୀ ମେଘନା ମିଶ୍ର ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇ କଳାର ମହତ୍ତ୍ୱ ସମ୍ବନ୍ଧରେ ପିଲାମାନଙ୍କୁ ଅବଗତ କରାଇଥିଲେ । ପିଲାମାନେ ଉପଯୁକ୍ତ ଚିନ୍ତା, ଚେତନା, ଅନୁଭବ କରିବା ଓ ତାହାକୁ କାର୍ୟ୍ୟରେ ରୂପାନ୍ତରିତ କରିବା ପାଇଁ ପ୍ରେରଣା ଦେଇଥିଲେ ।
ଏହି ଅବସରରେ ଓସେପାର ଅତିରିକ୍ତ ନିର୍ଦ୍ଦେଶକ (ସାଧାରଣ) ଶ୍ରୀମତୀ ସଙ୍ଗୀତା ବେହେରା ସମସ୍ତ ଅତିଥିମାନଙ୍କୁ ସ୍ୱାଗତ ଅଭିଭାଷଣର ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତାବାଳା ଦାସ ପିଲାମାନଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ । ଓସେପାର ଯୁଗ୍ମ ନିର୍ଦ୍ଦେଶକ ଡ. ସନ୍ତୋଷ କୁମାର ରାଉତ ଅତିଥିବୃନ୍ଦ ଓ କର୍ମକର୍ତ୍ତା ମାନଙ୍କୁ ସେମାନଙ୍କର ବହୁମୂଲ୍ୟ ସମୟ ପ୍ରଦାନ କରି ଉକ୍ତ କାର୍ୟ୍ୟକ୍ରମରେ ଯୋଗଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏଠାରେ ପ୍ରକାଶ ଥାଉକି, ରାଜ୍ୟସ୍ତରୀୟ କଳା ଉତ୍ସବ-୨୦୨୫ ରେ ରାଜ୍ୟର ୬ଟି ଜୋନରୁ ୧୪୦ଜଣ ପିଲା ଉକ୍ତ ଉତ୍ସବରେ ଯୋଗଦେଇଛନ୍ତି । ଏହି କାର୍ୟ୍ୟକ୍ରମ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୬ ରେ ଦୁଇ ଦିନ ଧରି ଚାଲୁ ରହିବ ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ