ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ

ଭୁବନେଶ୍ୱର ୧୦/୧୦/୨୦୨୫: ଆଜି ଲୋକସେବା ଭବନର କନଭେନସନ ସେଣ୍ଟରରେ ୭୧ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ, ୨୦୨୫ ପାଳିତ ହୋଇଯାଇଛି । ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଏହି ଉତ୍ସବରେ ଯୋଗଦେଇ ଓଡ଼ିଶାର ଜୈବବିବିଧତାର ସୁରକ୍ଷା ପାଇଁ ବନ ବିଭାଗର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ । ପରିବେଶ ପର୍ଯ୍ୟଟନ, ମାନବ-ବନ୍ୟପ୍ରାଣୀ ସଂଘର୍ଷ ହ୍ରାସ ସହ ମନିଟରିଂରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଭଳି ପଦକ୍ଷେପ ଗ୍ରହଣ କରି ଓଡ଼ିଶା ବନ ବିଭାଗ ବନ୍ୟପ୍ରାଣୀ ସଂରକ୍ଷଣକୁ ସୁଦୃଢ଼ କରିପାରିଛି ବୋଲି ରାଜ୍ୟପାଳ ମତପ୍ରକାଶ କରିଥିଲେ । ଜଙ୍ଗଲ ନିକଟରେ ବାସ କରୁଥିବା ଜନସାଧାରଣ ଏବଂ ବିଭିନ୍ନ ଗୋଷ୍ଠୀଙ୍କ ସହଯୋଗରେ ବନ୍ୟପ୍ରାଣୀ ଓ ମନୁଷ୍ୟଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସୁନିଶ୍ଚିତ କରାଯାଇପାରିବ ବୋଲି ସେ କହିଥିଲେ ।
ବନ୍ୟପ୍ରାଣୀ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଅବସରପ୍ରାପ୍ତ ଅଧିକାରୀଙ୍କ ଭୂମିକାକୁ ଅତିଥିମାନେ ପ୍ରଶଂସା କରିଥିଲେ । ଏହି ଅବସରରେ ଡକ୍ଟର ଶରତ ଚନ୍ଦ୍ର ମିଶ୍ରଙ୍କୁ ସିମିଲିପାଳର ବିରଳ ଏବଂ ସ୍ଥାନୀୟ ଅର୍କିଡ୍‌ର ଡକ୍ୟୁମେଣ୍ଟେସନ୍‌ ପାଇଁ ମୁଖ୍ୟମନ୍ତ୍ରୀ ବନ୍ୟପ୍ରାଣୀ ପୁରସ୍କାର, ୨୦୨୫ ପ୍ରଦାନ କରାଯାଇଥିଲା । ଏଥି ସହ ଅନଲାଇନ୍‌ କୁଇଜ୍‌, ସିଟ୍‌ ଆଣ୍ଡ୍‌ ଡ୍ର ଏବଂ ଫଟୋଗ୍ରାଫି ପ୍ରତିଯୋଗିତାର ରାଜ୍ୟସ୍ତରୀୟ ବିଜେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

  • Related Posts

    ଅଦିନିଆ ରଥଯାତ୍ରା ରୋକିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଜପତି ମହାରାଜା

    ପୁରୀ: ବିଶ୍ବର ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ରୋକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆସନ୍ତା ଡିସେମ୍ବର ସୁଦ୍ଧା ଇସ୍କନ ପକ୍ଷରୁ ବିଶ୍ବର ବିଭିନ୍ନ ସ୍ଥାନରେ ୮୦ଟି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା…

    Continue reading
    ଓଡ଼ିଶାକୁ ସର୍ବାଧିକ ବିଶ୍ୱକର୍ମା ପୁରସ୍କାର

    ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀସ୍ଥିତ ବି.ଆର୍‌. ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରଠାରେ ସି.ଆଇ.ଡି.ସି. ଦ୍ୱାରା ଆୟୋଜିତ ୧୭ତମ ବିଶ୍ୱକର୍ମା ପୁରସ୍କାର ବିତରଣ ଉତ୍ସବରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆବେଦନ କରାଯାଇଥିବା ୧୦ଟି ପ୍ରକଳ୍ପକୁ ମିଶାଇ ସର୍ବମୋଟ ୧୭ଟି ପ୍ରକଳ୍ପକୁ ବିଭିନ୍ନ ବିଭାଗରେ ପୁରସ୍କୃତ କରାଯାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ