ରାଜ୍ୟ କାର୍ଯ୍ୟାଳୟରେ ସମବାୟବିତ୍‌ଙ୍କ ମହାମିଶ୍ରଣ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟୀର ନୀତି ଓ ଆଦର୍ଶ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀଙ୍କ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ରାଜ୍ୟର ପ୍ରମୁଖ ସମବାୟବିତ୍ ଏବଂ ନେତୃବୃନ୍ଦ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତଙ୍କୁ ଦଳୀୟ ଟୋପି ଓ ଉତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଓଡ଼ିଶା ଷ୍ଟେଟ କୋଅପରେଟିଭ ବ୍ୟାଙ୍କ (ଓଏସ୍‌ସିବି)ର ଅଧ୍ୟକ୍ଷ ଶ୍ରୀ ଟି.ପ୍ରସାଦ ରାଓ ଡୋରା, ରାଜ୍ୟ ସମବାୟ ସଂଘ (ଓଏସସିୟୁ) ସଭାପତି ଶ୍ରୀମତୀ ପ୍ରଭାସିନୀ ଷଡଙ୍ଗୀ, ଅର୍ବାନ ବ୍ୟାଂକ ଫେଡେରେସନ ସଭାପତି ମହେନ୍ଦ୍ର କୁମାର ନାୟକ, ଓଡିଶା ମହିଳା ବିକାଶ ସମବାୟ ନିଗମ ଲିମିଟେଡ୍ ଅଧ୍ୟକ୍ଷା ସ୍ୱାଧୀନବାଳା ଦାସ ଓ ଉପାଧ୍ୟକ୍ଷା ସୁଷମା ଦାସ, ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, ଉତ୍କଳିକା ସଭାପତି ଶ୍ରୀମତୀ ଦେବସ୍ମିତା ସାହୁ, ଫିସଫେଡ ଅଧକ୍ଷ ଶ୍ରୀମତୀ ସସ୍ମିତା ରାଉତ, ଓପୋଲଫେଡ ଅଧ୍ୟକ୍ଷ ଭୋଳେଶ୍ୱର ସ୍ୱାଇଁ, ଓମଫେଡ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ ଓ ଉପସଭାପତି ସୁନିତା ବରାଳ, ଟିଡିସିସି ଅଧ୍ୟକ୍ଷ ଚମେଲି ଓରାମ, ଶ୍ରମ ଓ ନିର୍ମାଣ କୋଅପରେଟିଭ ଲିମିଟେଡ ଅଧ୍ୟକ୍ଷ ପ୍ରମୋଦ କୁମାର ସାମନ୍ତରାୟ, ଅନୁଗୁଳ କେନ୍ଦ୍ରୀୟ ସମବାୟ ବ୍ୟାଂକର ପୂର୍ବତନ ଅଧ୍ୟକ୍ଷ ବିଭୁଦେନ୍ଦୁ ପଟ୍ଟନାୟକ, ଖୋର୍ଦ୍ଧା ସେଂଟ୍ରାଲ କୋଅପରେଟିଭ ବ୍ୟାଂକର ଉପସଭାପତି ଜୟଶ୍ରୀ ଗଡନାୟକ, ବ୍ରହ୍ମପୁର କେନ୍ଦ୍ରୀୟ କୋଅପରେଟିଭ ବ୍ୟାଂକ ସଭାପତି ଶିବରାମ ପାତ୍ର, ବୈାଦ୍ଧ କେନ୍ଦ୍ରୀୟ କୋଅପରେଟିଭ ବ୍ୟାଂକ ସଭାପତି ଅରୁଣ ପ୍ରଧାନ, ଓଡ଼ିଶା ରାଜ୍ୟ ଗୃହନିର୍ମାଣ ସମବାୟ ସଂସ୍ଥାର ଅଧ୍ୟକ୍ଷ ରାଜେଶ ମହାନ୍ତି, ଭୁବନେଶ୍ୱର କୋଅପରେଟିଭ ସୁପର ବଜାରର ସଭାପତି ସସ୍ମିତା ମହାନ୍ତି, ସ୍ୱୟଂଶ୍ରୀ ମହିଳା ସମିତି ଅଧ୍ୟକ୍ଷା ପୂର୍ଣ୍ଣିମା ସିଂହ, ମହିଳା ବିକାଶ ସମବାୟ ନିଗମ ନିର୍ଦ୍ଦେଶକ କଲ୍ୟାଣୀ ସ୍ୱାଇଁ ପ୍ରମୁଖଙ୍କ ସମେତ ଓଏସ୍‌୍‌ସିବି, ଓପୋଲଫେଡ, ଓମଫେଡ, ଉତ୍କଳିକା, ବୟନିକା, ମହିଳା ବିକାଶ ସମବାୟ ନିଗମ, ରାଜ୍ୟ ସମବାୟ ସଂଘ, ସ୍ୱୟଂଶ୍ରୀ ମହିଳା ସମିତି, ଯାଜପୁର ହାଉସ ବିଲ୍ଡିଂ, କନକଦୁର୍ଗା ମହିଳା କୋଅପରେଟିଭ ସୋସାଇଟି, ଶ୍ରମ ଓ ନିର୍ମାଣ କୋଅପରେଟିଭ ଲିମିଟେଡ, ବ୍ରହ୍ମପୁର ସିସିବି, ବିଭିନ୍ନ କୃଷିଭିତିକ ସମବାୟ ସଂସ୍ଥାର ଶତାଧିକ ନିର୍ଦ୍ଦେଶକବୃନ୍ଦ ଏବଂ ସଦସ୍ୟମାନେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦାନ କରିଛନ୍ତି । ସେହିପରି ଭୁବନେଶ୍ୱର କୋଅପରେଟିଭ ସୁପର ବଜାର, କ୍ୟାପଟାଲ କୋଅପରେଟିଭ ହାଉସିଂ ସଂସ୍ଥା, ରିଜିଓନାଲ କୋଅପରେଟିଭ ମାର୍କେଟିଂ ସୋସାଇଟିର ଶତାଧିକ ସଦସ୍ୟମାନେ ବିଜେପିରେ ଯୋଗଦାନ କରିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଏହି ଦଳ ହେଉଛି ରାଷ୍ଟ୍ରବାଦୀ ବିଚାରାଧାରାର ଦଳ, ଏହା ହେଉଛି ଏକ କାର୍ଯ୍ୟକର୍ତା ଆଧାରିତ ଦଳ । ଗତ ସାଧାରଣ ନିର୍ବାଚନ ସଂକଳ୍ପପତ୍ରରେ ବିଜେପି ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ତାହା ସବୁ ପୂରଣ କରିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଏଭଳି ଲୋକାଭିମୁଖୀ କାର୍ଯ୍ୟ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ୁଥିବାରୁ ବିଜେପିରେ ଯୋଗଦାନ ବଢ଼ିଚାଲିଛି । ସମସ୍ତଙ୍କୁ ଯୋଡିବାର ବ୍ୟବସ୍ଥା ହେଉଛି ସମବାୟ । ସମାଜର ତଳସ୍ତରରେ ଥିବା ଲୋକଙ୍କ ସେବା ଉଦ୍ଦେଶ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସମବାୟ ମନ୍ତ୍ରୀ ତଥା ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଏବଂ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉଚ୍ଚକୋଟିର କାର୍ଯ୍ୟ ଆଧାରରେ ସମବାୟ ବ୍ୟବସ୍ଥାକୁ ସଶକ୍ତ କରାଯାଉଛି । ବିଜେପି ସରକାରରେ ସମବାୟ ଆନ୍ଦୋଳନ ଶକ୍ତିଶାଳୀ ହେଉଛି, ସାଧାରଣ ଲୋକ ଶକ୍ତିଶାଳୀ ହେଉଛନ୍ତି । ସମବାୟ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯାଇ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତିକୁ ଅଧିକ ସୁ୍‌ଦୃଢ କରାଯାଇ ଆତ୍ମନିର୍ଭରଶୀଳ କରାଯିବ । ଆଜିର ଏହି ମିଶ୍ରଣ ଦ୍ୱାରା ସମବାୟ କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିର ଶକ୍ତି ବୃଦ୍ଧି ହୋଇଛି । ବିଜେପି ସଂଗଠନ ରାଜ୍ୟରେ ଅଧିକ ସୁୃଦୃଢ ହୋଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ଯେଉଁ ସ୍ୱପ୍ନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଦେଖିଛନ୍ତି ଏବଂ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ଲୋକପିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହାକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ଏକତ୍ରିତ ହୋଇ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ କରିବାକୁ ପଡ଼ିବ । ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ବିଜେପିରେ ଯୋଗ ଦେଇଥିବା ସମସ୍ତ ସମବାୟବିତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ଏହି ମିଶ୍ରଣ ପର୍ବରେ ରାଜ୍ୟ ସମବାୟ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ବିଧାୟକ ଶ୍ରୀ ବାବୁ ସିଂ, ସରୋଜ ପାଢୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ରାଜ୍ୟ ସମ୍ପାଦକ ସରୋଜ କର, ବରିଷ୍ଠ ନେତା ଯଜେ୍ଞଶ୍ୱର ବାବୁ, ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ୩୦ ଜିଲ୍ଲାର ଯୋଜନା ବୋର୍ଡ ନିମନ୍ତେ ଅଧ୍ୟକ୍ଷ ଘୋଷଣା

    ଭୁବନେଶ୍ବର:ରାଜ୍ୟ ସରକାର ୩୦ ଜିଲ୍ଲାର ଯୋଜନା ବୋର୍ଡ ନିମନ୍ତେ ଅଧ୍ୟକ୍ଷ ଘୋଷଣା କରିଛନ୍ତି। ତାଲିକାରେ ଚାରିଜଣ ରାଜ୍ୟମନ୍ତ୍ରୀ- ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ, ପୃଥ୍ବିୀରାଜ ହରିଚନ୍ଦନ ଓ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ସାମିଲ କରାଯାଇଛି। ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଅନୁଗୁଳଜିଲ୍ଲା ନିମେନ୍ତ…

    Continue reading
    ‘ବିକଶିତ ଓଡ଼ିଶା’ ଗଠନ ପାଇଁ ୧୦ଟି ସଂକଳ୍ପର ଆହ୍ୱାନ

    ଭୁବନେଶ୍ୱର :କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପବିତ୍ର ‘ଓଡ଼ିଶା ଦିବସ’ ଅବସରରେ ଦେଶ ତଥା ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ-ଭଉଣୀମାନଙ୍କୁ ଭିଡ଼ିଓ ବାର୍ତ୍ତା ଜରିଆରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ୨୦୨୬ରୁ ୨୦୩୬ – ଆଗାମୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ