ରାସନ କାର୍ଡରେ ଖୁବ୍ ଶୀଘ୍ର ମିଳିବ ଗହମ: ମନ୍ତ୍ରୀ

ଭୁବନେଶ୍ବର: ଆଗାମୀ ଦିନରେ ରାଜ୍ୟର ଲୋକଙ୍କୁ ରାସନ କାର୍ଡ ମାଧ୍ୟମରେ ପୂର୍ବ ଭଳି ଗହମ ଯୋଗାଇ ଦିଆଯିବ। ଏନେଇ ଏକ ପ୍ରଶ୍ନ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଧାନସଭାରେ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି। ମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ, କେନ୍ଦ୍ର ସରକାର ୨୦୨୪ ଅକ୍ଟୋବର ମାସରୁ ଖାଉଟିମାନଙ୍କୁ ଉଭୟ ଚାଉଳ ଓ ଗହମ ଯୋଗାଇ ଦେବାପାଇଁ ଆବଣ୍ଟନ ପତ୍ର ଜାରି କରିଥିଲେ। ଭାରତୀୟ ଖାଦ୍ୟ ନିଗମରୁ ଗହମ ଉଠାଣ କରିବା ପାଇଁ ଆବଶ୍ୟକୀୟ ପରିବହନ ବ୍ୟବସ୍ଥା ସ୍ଥିରୀକୃତ ହୋଇ ନଥିବାରୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଇ ଗହମର ବଣ୍ଟନ ପ୍ରକ୍ରିୟାକୁ ସ୍ଥଗିତ ରଖି ହିତାଧିକାରୀଙ୍କୁ ୧୦୦ ପ୍ରତିଶତ ଚାଉଳ ବଣ୍ଟନ କରାଯାଉଛି।
ଇତିମଧ୍ୟରେ କେନ୍ଦ୍ର ସରକାର ୨୦୨୫ ମାର୍ଚ୍ଚ ମାସଠାରୁ ଖାଉଟିମାନଙ୍କୁ ସମ୍ପୂର୍ଣ୍ଣ ଚାଉଳ ଯୋଗାଇ ଦେବା ପାଇଁ ଆବଣ୍ଟନ ପତ୍ର ଜାରି କରିଛନ୍ତି। ରାଜ୍ୟ ସରକାର ଗହମ ଉଠାଣ ପାଇଁ ସମସ୍ତ ଜିଲ୍ଲାରେ ପରିବହନ ବ୍ୟବସ୍ଥା ସ୍ଥିରୀକୃତ ହେବା ପରେ ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବେ। କେନ୍ଦ୍ର ସରକାରଙ୍କଠାରୁ ପ୍ରାପ୍ତ ପରିବର୍ତ୍ତିତ ଆବଣ୍ଟନ ପତ୍ର ଆଧାରରେ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

  • Related Posts

    ରାଜ୍ୟର ନିରନ୍ତର ବିକାଶ ଧାରାରେ ଆଜି କୋରାପୁଟ ଜିଲ୍ଲା ମଧ୍ୟ ସାମିଲ ହୋଇଛି – ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର / କୋରାପୁଟ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ କରିଛନ୍ତି ଏବଂ…

    ନିଆଁ ଲାଗି ମହିଳା ମୃତ

    ଜଟଣୀ : ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ରଥୀପୁର ଗାଁରେ ଅଘଟଣ । ନିଆଁ ଲାଗି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାଁ ରୀନା ପ୍ରଧାନ ବୋଲି ଜଣାପଡିଛି । ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌…

    Leave a Reply

    Your email address will not be published. Required fields are marked *

    You Missed

    ଗଞ୍ଜାମ ଜିଲ୍ଲାର ବିକାଶ ନ ହେଲେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ: ଧର୍ମେନ୍ଦ୍ର

    ଗଞ୍ଜାମ ଜିଲ୍ଲାର ବିକାଶ ନ ହେଲେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ: ଧର୍ମେନ୍ଦ୍ର

    ରେଳବାଇର ପାର୍ବଣ ଅଫର : ଏକାସଙ୍ଗେ ଯା’ଆସ ଟିକଟ ବୁକିଂରେ ୨୦% ରିଆତି

    ରେଳବାଇର ପାର୍ବଣ ଅଫର : ଏକାସଙ୍ଗେ ଯା’ଆସ ଟିକଟ ବୁକିଂରେ ୨୦% ରିଆତି

    ରାଜ୍ୟର ନିରନ୍ତର ବିକାଶ ଧାରାରେ ଆଜି କୋରାପୁଟ ଜିଲ୍ଲା ମଧ୍ୟ ସାମିଲ ହୋଇଛି – ମୁଖ୍ୟମନ୍ତ୍ରୀ

    ରାଜ୍ୟର ନିରନ୍ତର ବିକାଶ ଧାରାରେ ଆଜି କୋରାପୁଟ ଜିଲ୍ଲା ମଧ୍ୟ ସାମିଲ ହୋଇଛି – ମୁଖ୍ୟମନ୍ତ୍ରୀ

    ନିଆଁ ଲାଗି ମହିଳା ମୃତ

    ନିଆଁ ଲାଗି ମହିଳା ମୃତ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ପଟ୍ଟାମୁଣ୍ଡାଇ ଘଟଣା, ବୟଫ୍ରେଣ୍ଡ ଗିରଫ

    ଯୁବତୀଙ୍କୁ ଉଠାଇ ନେଲେ

    ଯୁବତୀଙ୍କୁ ଉଠାଇ ନେଲେ