ରାସ୍ତାରେ କ୍ରାଶ ଲ୍ୟାଣ୍ଡିଂ କଲା ହେଲିକପ୍ଟର

କ୍ରାଶ ଲ୍ୟାଣ୍ଡିଂ ସତ୍ତ୍ୱେ ୫ ଜଣ ଶ୍ରଦ୍ଧାଳୁ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଫାଟା ଓ ଗୁପ୍ତକାଶୀ ନିକଟରେ ଥିବା ସିର୍ସି ହେଲିପ୍ୟାଡରୁ ଆଜି ଗୋଟିଏ ହେଲିକପ୍ଟର ଶ୍ରଦ୍ଧାଳୁଙ୍କୁ ଧରି କେଦାରନାଥ ଅଭିମୁଖେ ଉଡ଼ାଣ ଭରିଥିଲା। କିନ୍ତୁ ଟେକ ଅଫର ମାତ୍ର କିଛି ସମୟ ପରେ ଏହା ରୁଦ୍ରପ୍ରୟାଗ ଜିଲ୍ଲାର ବାଦାସୁ ଅଞ୍ଚଳରେ କ୍ରାଶ ଲ୍ୟାଣ୍ଡିଂ କରିଛି। ଏହାକୁ ମିଶାଇ ୩୦ ଦିନ ମଧ୍ୟରେ ଚାର ଧାମ ରୁଟରେ ୪ର୍ଥ ଥର ପାଇଁ କୌଣସି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି।

ଆଜି ସକାଳେ ହେଲିକପ୍ଟରଟି ୫ ଜଣ ଶ୍ରଦ୍ଧାଳୁଙ୍କୁ ସିର୍ସି ହେଲିପ୍ୟାଡରୁ କେଦାରନାଥ ନେଉଥିଲା। ହେଲେ ଉଡ଼ାଣର କିଛି ମିନଟ ପରେ ବୈଷୟିକ ତ୍ରୁଟି କାରଣରୁ ହେଲିକପ୍ଟରଟି ମଝି ରାସ୍ତାରେ ଲ୍ୟାଣ୍ଡ କରିଛି। ଏଥିଯୋଗୁ ହେଲିକପ୍ଟରର ପଛ ପାର୍ଶ୍ୱ ଭାଙ୍ଗି ଯାଇଛି। ସେହିପରି ରାସ୍ତାରେ ରହିଥିବା ଗୋଟିଏ କାର ମଧ୍ୟ କ୍ଷତି ଗ୍ରସ୍ତ ହୋଇଛି। ହେଲିକପ୍ଟରର ପଛ ଭାଗ ଭାଙ୍ଗି ଯାଇଥିଲେ ହେଁ ଏଥିରେ ଥିବା ୫ ଜଣ ସଂପୂର୍ଣ୍ଣ ସୁରକ୍ଷିତ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।ପ୍ରଶାସନର କହିବା କଥା ଯେ ଉତ୍ତରାଖଣ୍ଡର ଗୁପ୍ତକାଶୀର ମଝି ରାସ୍ତାରେ ହେଲିକପ୍ଟରଟି ଜରୁରୀ ଅବତର କରିଥିଲା। ଜରୁରୀ ଅବତର ବେଳେ ହେଲିକପ୍ଟରର ପଛ ଭାଗ ରାସ୍ତାରେ ଥିବା କାରରେ ପିଟି ହୋଇଯାଇଥିଲା। ସମସ୍ତ ୫ ଶ୍ରଦ୍ଧାଳୁ ସୁରକ୍ଷିତ ରହିଥିବେ ବେଳେ ପାଇଲଟ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂରା ଘଟଣା ଦିନ ୧୨.୫୨ରେ ଘଟିଛି।

ସିର୍ସି ହେଲିପ୍ୟାଡରୁ ହେଲିକପ୍ଟରଟି ଉଡ଼ାଣ ଭରିବା କ୍ଷଣି ପାଇଲଟ ଆରପିଏସ୍‌ ସୋଢ଼ି ବୈଷୟିକ ତ୍ରୁଟିକୁ ଅନୁଭବ କରିଥିଲେ। ସେ ହେଲିକପ୍ଟର ଉପରୁ ନିୟନ୍ତ୍ରଣ ହରାଇବାରୁ ଏହାକୁ ବାଧ୍ୟ ହୋଇ ମଝି ରାସ୍ତାରେ ଲ୍ୟାଣ୍ଡ କରାଇଥିଲେ। ତାଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବଡ଼ ଅଘଟଣ ଟଳି ଯାଇଛି।

  • Related Posts

    ସର୍ବନିମ୍ନ ଇପିଏଫ୍‌ ପେନ୍‌ସନ୍‌ ହେବ ୨୫୦୦ ଟଙ୍କା !

    ନୂଆଦିଲ୍ଲୀ: କର୍ମଚାରୀ ପେନସନ ଯୋଜନା ଅଧୀନରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ମାସିକ ସର୍ବନିମ୍ନ ପେନ୍‌ସନ୍‌ ୧୦୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯାଇପାରେ। ବେଙ୍ଗାଲୁରୁଠାରେ ଅକ୍ଟୋବର ୧୦-୧୧ରେ ହେବାକୁ ଥିବା ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକରେ…

    Continue reading
    ଇଣ୍ଡିଆ ମୋବାଇଲ କଂଗ୍ରେସ ଇଭେଣ୍ଟ ଏସିଆର ସର୍ବବୃହତ ଡିଜିଟାଲ ପ୍ରଯୁକ୍ତିବିଦ୍ୟା ମଞ୍ଚ ହୋଇଛି: ମୋଦି

    ନୂଆଦିଲ୍ଲୀ: ରାଜଧାନୀର ଯଶଭୂମି କନଭେସନ୍‌ ସେଣ୍ଟରରେ ଆରମ୍ଭ ହୋଇଛି ଇଣ୍ଡିଆ ମୋବାଇଲ କଂଗ୍ରେସ । ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିଠୁ ୧୧ ତାରିଖ ଯାଏ ଚାଲିବ ଆଇଏମ୍‌ସି ସମାରୋହ । ଏସିଆର ସର୍ବବୃହତ ଟେକ୍‌ ଏକ୍ସପୋ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    Odisha’s Wheelchair Rugby Champions to Lead Road Safety Movement as #ComeHomeSafe Ambassadors

    ପୋଶ ଆଇନ ସମ୍ପର୍କରେ ଲୋକସେବା ଭବନ ବିଭାଗୀୟ ଅଧିକାରୀବୃନ୍ଦଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

    ଛାତ୍ରଛାତ୍ରୀମାନେ ନବସୃଜନର ନେତୃତ୍ୱ ନେବାକୁ ରାଜ୍ୟପାଳଙ୍କ ଆହ୍ୱାନ

    ମୁଖ୍ୟମନ୍ତ୍ରୀଙ୍କ ଆଇନ ଶୃଙ୍ଖଳା ସମୀକ୍ଷା

    ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ

    Odisha Sets Benchmark in Mining-Affected Development: Concurrent Evaluation Highlights Strong Impact of DMF Funds