ରାସ୍ତା ତଳକୁ ଖସିଲା ସିମେଣ୍ଟ ଟ୍ରକ୍, ଚାଳକ ମୃତ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ବାରିହା ପିଟା ଗାଁ ନିକଟରେ ୩୦ଫୁଟ୍ ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍ । ଟ୍ରକ ଭିତରେ ଚାପି ହୋଇ ରହିଛି ଚାଳକଙ୍କ ମୃତଦେହ । ଟ୍ରକଟି ବିଶାଖାପାଟଣାରୁ ସିମେଣ୍ଟ ନେଇ ସୁନ୍ଦରଗଡ଼ ଅଭିମୁଖେ ଯାଉଥିଲା। ମାତ୍ର ଦଶପଲ୍ଲା ଥାନା ବାରିହା ପିଟା ଗାଁ ନିକଟରେ ଥିବା ଏକ କଲଭର୍ଟ ଅତିକ୍ରମ କରୁଥିବା ବେଳେ ଟ୍ରକ୍‌ଟି ୩୦ଫୁଟ୍ ତଳକୁ ଖସି ପଡିଥିଲା। ଚାଳକ ଜଣଙ୍କ ଦୀର୍ଘ ସମୟ ଧରି ଚାପି ହୋଇ ରହିବା ଯୋଗୁ ଘଟଣସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି କଟର ସାହାଯ୍ୟରେ ଟ୍ରକ୍‌ କାଟି ଚାଳକଙ୍କ ମୃତ ଶରୀରକୁ ବାହାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି।ମୃତ ଚାଳକଙ୍କ ନାଁ ବୋନେଷନ୍ ଖାଁ ବୋଲି ଜଣାଯାଇଛି। ତାଙ୍କ ଘର ଝାଡ଼ଖଣ୍ଡ କୋଡରମା ଜିଲ୍ଲାର ଜିଲୋଡ଼ି ଗାଁରେ ବୋଲି ଜଣା ପଡ଼ିଛି। ଘଟଣାସ୍ଥଳରେ ଦଶପଲ୍ଲା ପୁଲିସ ପହଞ୍ଚି ଦୁର୍ଘଟଣା ଘଟିଲା ତଦନ୍ତ ଚଳାଇଛି।

  • Related Posts

    ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

    ଭୁବନେଶ୍ୱର:ସୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା । ୩ ବର୍ଷ ପାଇଁ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେଇଛନ୍ତି । ସେହିପରି ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଭାବେ ବବିତା ପାତ୍ର ନିଯୁକ୍ତ ହୋଇଛନ୍ତି । ୩ ବର୍ଷ…

    ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ନିଲମ୍ବିତ

    ଭୁବନେଶ୍ୱର: ନିଲମ୍ବିତ ହେଲେ ନିହାର ରଂଜନ ମହାନ୍ତି । ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତିଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଲମ୍ବିତ କରିଛି । କ୍ରାଇମ୍ ବ୍ରାଞ୍ଚ ଦ୍ବାରା ଗିରଫ ହେବା ପରେ ଏହି ବଡ଼ ପହକ୍ଷେପ ନେଇଛି ବିଭାଗ…

    Leave a Reply

    Your email address will not be published. Required fields are marked *

    You Missed

    ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାଣ ଲାଗି ଇଣ୍ଡିଆ ସିନେ ହବ୍ ପୋର୍ଟାଲ୍

    ସୋଭନା ମହାନ୍ତି ହେଲେ ମହିଳା କମିଶନ ଅଧ୍ୟକ୍ଷା

    ବୋର୍ଡ ଉପସଭାପତି ନିହାର ରଂଜନ ମହାନ୍ତି ନିଲମ୍ବିତ

    ଧାରଣାରେ ୫୫ ଆଦିବାସୀ ପରିବାର

    ଇନଷ୍ଟ୍ରାଗ୍ରାମରେ ଦୀପିକାଙ୍କ ନୂଆ ରେକର୍ଡ ରିଲ୍ସକୁ ମିଳିଲା ୧.୯ ବିଲିୟନ ଭ୍ୟୁ

    ୧୫ ହଜାର ଲାଞ୍ଚ ନେବାବେଳେ ଶିକ୍ଷା ବିଭାଗ କିରାଣିଙ୍କୁ ଧରିଛି ଭିଜିଲାନସ୍