ଲଦ୍ଦାଖରେ ହିମସ୍ଖଳନର ଆତଙ୍କ , ୭ ମୃତ

ଲେହ : ଲଦ୍ଦାଖରେ ଜୋଜି ଲାରେ ଶ୍ରୀନଗର-ଲେହ ହାଇୱେରେ ଶୁକ୍ରବାର ଏକ ବିଶାଳ ହିମସ୍ଖଳନ ପରେ ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ସେଠାରେ ଅନେକ ଲୋକ ଆହତ ହୋଇ ଯାଇଛନ୍ତି। ହିମସ୍ଖଳନ ଯୋଗୁଁ ଅନେକ ଗାଡ଼ି ଚାପି ହୋଇ ରହିଛନ୍ତି ଏବଂ ହାଇୱେ ମଧ୍ୟ ବନ୍ଦ ହୋଇ ଯାଇଛି। ପ୍ରଶାସନ ସୋନମର୍ଗ ଓ ଦ୍ରାସର ଜିଲ୍ଲା ପ୍ରଶାସନ, ପୁଲିସ, ସେନା, ସୀମା ସଡ଼କ ସଙ୍ଗଠନ ଓ ଏସଡିଆରଏଫକୁ ସାମିଲ କରି ଏକ ବଡ଼ ଉଦ୍ଧାର ଓ ସୁରକ୍ଷା ଅଭିଯାନର ଆରମ୍ଭ କରିଛନ୍ତି।

ଦ୍ୱିପହରରେ ପ୍ରବଳ ହିମସ୍ଖଳନ ପରେ ପାଖାପାଖି ୧୫ଟି ଗାଡ଼ି ଆଂଶିକ କିମ୍ୱା ସଂପୂର୍ଣ୍ଣ ରୂପେ ବରଫରେ ଚାପି ହୋଇ ଯାଇ ଥିଲେ।ଉଦ୍ଧାର କାର୍ଯ୍ୟ ବେଳେ ବହୁ ସଂଖ୍ୟାରେ ଲୋକେ ଏବଂ ମେସିନ୍ ରାସ୍ତା ସଫା କରୁଥିଲେ। ଏହି ସମୟରେ ଏହି କଥା ଉପରେ ଧ୍ୟାନ କରାଯାଇ ଥିଲା ଯେ, ହିମସ୍ଖଳନରେ କୌଣସି ବ୍ୟକ୍ତି ଫସି ଯାଇ ନାହାନ୍ତି ତ। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏକ୍ସରେ ପୋଷ୍ଟରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ପୁଲିସ କହିଛି ହିମସ୍ଖଳନ ଦ୍ୱିପହର ସମୟରେ ଦ୍ରାସର ଜୋଜିଲା ନିକଟରେ କ୍ୟାପଟେ-ଟର୍ନ ହାଇୱେରେ ଗାଡ଼ି ଗୁଡ଼ିକୁ ପ୍ରଭାବ ପକାଇ ଥିଲା। ଦ୍ରାସର ଏସଡିଏମ୍ ବିଶାଲ ଅତ୍ରି କହିଛନ୍ତି , ଏହି ଦୁଃଖଦ ଘଟଣାରେ ୭ ଜଣ ଲୋକଙ୍କ ମୃତ୍ୟୁ ଓ ୫ ଆହତ ହେବାର ସୂଚନା ରହିଛି। ଅଧିକାରୀମାନେ କହିଛନ୍ତି ମୃତକଙ୍କ ସଂଖ୍ୟା ବଢିବାର ଆଶା କରାଯାଉଛି , କାରଣ କିଛି ଗାଡ଼ି ସଂପୂର୍ଣ୍ଣ ବରଫରେ ଚାପି ହୋଇଯାଇଛି। ଏସଡିଏମ୍ ଅତ୍ରି କହିଛନ୍ତି , ଉଦ୍ଧାର କାର୍ଯ୍ୟ ହାଇୱେର ଉଭୟ ପାର୍ଶ୍ୱରେ ଚାଲିଛି।

  • Related Posts

    ଇରାନ ସହ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ: ଟ୍ରମ୍ପ

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛନ୍ତି। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ କହିଛନ୍ତି ଯେ ସେ ଇରାନ ସହିତ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ । ଯଦିଓ ହର୍ମୁଜ୍ ପ୍ରଣାଳୀ ବନ୍ଦ…

    Continue reading
    ୮୩,୮୬୭ ହ୍ବାଟସ୍‌ଆପ୍‌ ଆକାଉଣ୍ଟ ବ୍ଲକ୍‌

    ନୂଆଦିଲ୍ଲୀ : କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅପରାଧ ଶାଖା ପକ୍ଷରୁ ୮୩,୮୬୭ ହ୍ବାଟସ୍‌ଆପ ଆକାଉଣ୍ଟ ଏବଂ ୩୯୬୨ ସ୍କାଇପ୍‌ ଆଇଡିକୁ ବ୍ଲକ୍‌ କରାଯାଇଛି। ଡିଜିଟାଲ ଆରେଷ୍ଟ ଜରିଆରେ ସାଇବର ଅପରାଧୀମାନେ ଦୈନନ୍ଦିନ ସଂଖ୍ୟାଧିକ ଲୋକଙ୍କୁ କୋଟି କୋଟି ଟଙ୍କା ଲୁଟୁଥିବାରୁ ମନ୍ତ୍ରଣାଳୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ