ଲର୍ଡସ ଟେଷ୍ଟ: ବିଜୟଲକ୍ଷ୍ୟ ୧୯୩; ଭାରତ ୪/୫୮

ଲର୍ଡସ: ଚଳିତ ତୃତୀୟ ଟେଷ୍ଟମ୍ୟାଚ୍‌କୁ ଜିତି ଶୃଙ୍ଖଳାରେ ୨-୧ରେ ଆଗୁଆ ହେବା ଲାଗି ଭାରତୀୟ ଦଳକୁ ୨ୟ ଇନିଂସରେ ୧୯୩ ରନ୍‌ କରିବାକୁ ପଡ଼ିବ। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବ​‌ଳରେ ଭାରତ ଏହି ସୁଯୋଗ ପାଇଛି। ପ୍ରଥମ ୩ ଦିନରେ ୨୦ଟି ୱିକେଟ ପଡ଼ିବା ପରେ ରବିବାର ଚତୁର୍ଥ ଦିନରେ ୧୪ଟି ୱିକେଟ୍‌ ପଡ଼ିଛି। ୱାଶିଂଟନ ସୁନ୍ଦର ୪ଟି ୱିକେଟ୍‌ ନେବା ସହ ଭାରତୀୟ ବୋଲର ସାମୂହିକ ସଫଳତା ହାସଲ କରିବା ଯୋଗୁଁ ଦ୍ବିତୀୟ ଇନିଂସରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇଥିଲା। ଜୋ ରୁଟ୍‌ ଓ ବେନ୍ ଷ୍ଟୋକ୍‌ସଙ୍କ ଉପଯୋଗୀ ଇନିଂସ ସତ୍ତ୍ବେ ଇଂଲଣ୍ଡ ଦ୍ବିତୀୟ ଇନିଂସରେ ୧୯୨ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ଫଳରେ ଶୃଙ୍ଖଳାରେ ଆଗୁଆ ହେବା ଲାଗି ଭାରତକୁ ୨ୟ ଇନିଂସରେ ୧୯୩ ରନ୍‌ର ବିଜୟଲକ୍ଷ୍ୟ ମିଳିଛି। ଏହାର ପିଛାକରି ୪ର୍ଥ ଦିନ ଶେଷରେ ଭାରତ ୪ ୱିକେଟ ହରାଇ ୫୮ ରନ୍‌ କରିପାରିଛି। ୬ ୱିକେଟ୍ ହାତରେ ଥାଇ ଜିତିବା ପାଇଁ ଭାରତ ଆଉ ୧୩୫ ରନ୍‌ ଆବଶ୍ୟକ କରୁଛି। ଲର୍ଡସ ଲଢ଼େଇ ଜିତିବା ଲାଗି ଇଂଲଣ୍ଡ ଦଳକୁ ଆଉ ୬ଟି ୱିକେଟ ନେବାକୁ ପଡ଼ିବ।

ଚା’ପାନ ବିରତି ପରେ ଭାରତ ୧୯୩ ରନ୍‌ ବିଜୟ ଲକ୍ଷ୍ୟରେ ୨ୟ ଇନିଂସ ଆରମ୍ଭ କରିଥିଲା। କ୍ରମାଗତ ୨ୟ ମ୍ୟାଚ୍‌ରେ ଯଶସ୍ବୀ ଜୟସୱାଲ ବିଫଳ ​‌େ​‌ହାଇ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ। ପରେ କର୍ଣ୍ଣାଟକର ଦୁଇ ବ୍ୟାଟ୍‌ସମ୍ୟାନ କେ.ଏଲ୍‌. ରାହୁଲ ଓ କରୁଣ ନାୟାର ଦଳର ସ୍କୋର୍‌କୁ ୪୧ ରନ୍‌ରେ ପହଞ୍ଚାଇଥିଲେ। ନାୟାର ଗୋଟିଏ ଚୌକା ସହ ୧୪ ରନ୍‌କରି ଆଉଟ୍‌ ହୋଇଥିଲେ। ଭାରତକୁ ସବୁଠାରୁ ବଡ଼ ଧକ୍କା ଲାଗିଥିଲା; ଯେତେବେଳେ ଫର୍ମରେ ଥିବା ଅଧିନାୟକ ଶୁଭମନ ଗିଲ୍‌ ଆଉଟ୍‌ ହୋଇ ଯାଇଥିଲେ। ଏହି ଯୁବ ବ୍ୟାଟ୍‌ସମ୍ୟାନ ୬ ରନ୍‌ କରି ପାରିଥିଲେ। ଦିନର ଅନ୍ତିମ ଓଭରରେ ନାଇଟ୍‌ ୱାଚ୍‌ମ୍ୟାନ ଆକାଶ ଦୀପ ୧ ରନ୍‌କରି ବିଦାୟ ନେଇଥିଲେ। ତେବେ ଫର୍ମରେ ଥିବା କେ.ଏଲ୍‌. ରାହୁଲ ୪୬ ବଲ୍‌ରୁ ୬ଟି ଚୌକା ସହ ୩୩ ରନ୍‌କରି ଅପରାଜିତ ଅଛନ୍ତି। ବ୍ରାଇଡନ୍‌ କାର୍ସ ୨ଟି ଏବଂ ଜୋଫ୍ରା ଆର୍ଚର ଓ ବେନ୍ ଷ୍ଟୋକ୍‌ସ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

ଇଂଲଣ୍ଡ ଓ ଭାରତର ପ୍ରଥମ ଇନିଂସ ସ୍କୋର୍‌ ସମାନ ହେବା ପରେ ମ୍ୟାଚ୍‌ର ୨ୟ ଇନିଂସ ଟାଇବ୍ରେକର ପରି ହୋଇ ଯାଇଥିଲା। ତେଣୁ ରବିବାର ୪ର୍ଥ ଦିନରେ ରୋଚକ ଲଢ଼େଇ ଦେଖିବାକୁ ମିଳିଥିଲା। ତେବେ ଭାରତୀୟ ବୋଲର ନିୟମିତ ଭାବେ ୱିକେଟ୍‌ ନେଇ ବିଜୟ ସମ୍ଭାବନା ସୃଷ୍ଟି କରି ପାରିଛନ୍ତି। ୨ୟ ଇନିଂସରେ ମହମ୍ମଦ ସିରାଜ୍‌ ଇଂଲଣ୍ଡର ଉପର ଅର୍ଡରକୁ, ୱାଶିଂଟନ ସୁନ୍ଦର ମଧ୍ୟକ୍ରମକୁ ଓ ଯଶପ୍ରୀତ ବୁମ୍‌ରା ତଳ ଅର୍ଡରକୁ ଧ୍ବସ୍ତ କରିଥିଲେ। ୪ର୍ଥ ଦିନରେ ଭୋଜନ ବିରତି ପୂର୍ବରୁ ଭାରତ ୪ଟି ୱିକେଟ୍‌ ନେଇ ମ୍ୟାଚ୍‌ର ମଙ୍ଗକୁ ନିଜ ଆଡ଼କୁ ମୋଡ଼ି ପାରିଥିଲା। ମହମ୍ମଦ ସିରାଜ୍ ପ୍ରଥମ ୨ଟି ୱିକେଟ୍‌ ନେଇଥିଲେ। ଏକ ସର୍ଟ ପିଚ୍‌ ବଲ୍‌କୁ ପୁଲ୍‌ କରିବାକୁ ଯାଇ ମିଡ୍‌ ଅନ୍‌​‌େ​ର ଥିବା ଯଶପ୍ରୀତ ବୁମ୍‌ରାଙ୍କୁ କ୍ୟାଚ୍‌ ଦେଇଥିଲେ ବେନ୍‌ ଡକେଟ୍‌। ବାମହାତି ଡକେଟ୍‌ ୧୨ ରନ୍‌ କରିଥିଲେ। ପରେ ସିରାଜ୍‌ଙ୍କ ଏକ ମାରାତ୍ମକ ଇନ୍‌ସ୍ବିଙ୍ଗରରେ ଓଲି ପୋପ୍‌ ବୋଲ୍‌ଡ ହୋଇଥିଲେ। ପୋପ୍ ମାତ୍ର ୪ ରନ୍‌ କରି ପାରିଥିଲେ। ପରେ ଓପ୍‌ନର ଜ୍ୟାକ୍‌ କ୍ରଲିଙ୍କୁ ଆଉଟ୍‌କରି ଭାରତକୁ ବଡ଼ ସଫଳତା ଦେଇଥିଲେ ନୀତୀଶ କୁମାର ରେଡ୍‌ଡୀ। କ୍ରଲି ୪୯ ବଲ୍‌ ଖେଳି ୩ଟି ଚୌକା ସହ ୨୨ ରନ୍‌ କରିଥିଲେ। ବିଶ୍ବର ୧ନଂ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ହ୍ୟାରୀ ବ୍ରୁକ୍‌ ଷ୍ଟ୍ରୋକ୍‌ ଖେଳି ଏହି ବିପଦରୁ ବାହାରିବାର ପ୍ରୟାସ କରିଥିଲେ। ବେପରୁଆ ସଟ୍‌ ଖେଳିବା ହିଁ ବ୍ରୁକ୍‌ଙ୍କ ପତନର କାରଣ ହୋଇଥିଲା। ବ୍ରୁକ୍‌ ୧୯ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୩ ରନ୍‌କରି ପ୍ୟାଡ୍‌ଲ ସ୍ବିପ୍ ମାରି ବୋଲ୍‌ଡ ହୋଇଥିଲେ। ୮୭ ରନ୍‌ରେ ଇଂଲଣ୍ଡ ୪ଟି ୱିକେଟ୍‌ ହରାଇ ସଙ୍କଟରେ ଥିବା ବେଳେ ଦଳର ଦୁଇ ସବୁଠାରୁ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ୍ ଜୋ ରୁଟ୍‌ ଓ ବେନ୍ ଷ୍ଟୋକ୍‌ସ ଇନିଂସକୁ ଦୃଢ଼ତା ଦେବାର ପ୍ରୟାସ କରିଥିଲେ। ଦୁହେଁ ୫ମ ୱିକେଟ୍‌ ୬୭ ରନ୍‌ ଯୋଡ଼ିଥିଲେ। ରୁଟ୍‌ ଗୋଟିଏ ଚୌକା ସହ ୪୦ ରନ୍‌ କରିଥିଲେ। ଷ୍ଟୋକ୍‌ସ ୩ଟି ଚୌକା ସହ ୩୩ ରନ୍‌ କରିଥିଲେ। କ୍ରିସ୍‌ ୱକ୍‌ସ ୧୦ ରନ୍‌ କରିଥିଲେ। ୩୮ ରନ୍‌ରେ ଇଂଲଣ୍ଡ ଶେଷ ୬ଟି ୱିକେଟ୍‌ ହରାଇଥିଲା। ୱାଶିଂଟନ ସୁନ୍ଦର ୪ଟି ଏବଂ ମହମ୍ମଦ ସିରାଜ୍ ଓ ଯଶପ୍ରୀତ ବୁମ୍‌ରା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

  • Related Posts

    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading
    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ