ଲାଞ୍ଚ ନେଇ ଧରାପଡ଼ିଲେ ଯୁବ ଜେଆରଏ

ଭୁବନେଶ୍ୱର: ଆଜି ଜଣେ ଲାଞ୍ଚୁଆ ଯୁବ ସରକାରୀ କର୍ମଚାରୀଙ୍କୁ ଧରିଛି ଭିଜିଲାନ୍ସ। ତାଙ୍କ ନାଁ ସୌରଭ ତ୍ରିପାଠୀ।ଗିରଫ ଶ୍ରୀ ତ୍ରିପାଠୀ ଭୁବନେଶ୍ୱର ଉପଜିଲ୍ଲାପାଳ ଅଫିସରେ ଜୁନିଅର୍ ରେଭେନ୍ୟୁ ଆସିଷ୍ଟାଣ୍ଟ (JRA) ଭାବେ ନିଯୁକ୍ତ ହୋଇଛନ୍ତି।ଏକ ସାର୍ଟିଫିକେଟ୍‌ ମାମଲା ଦୀର୍ଘଦିନରୁ ପଡ଼ି ରହିଥିବା ବେଳେ ଫାଇଲ ପ୍ରୋସେସିଂ ପାଇଁ ଅଭିଯୋଗକାରୀଙ୍କ (ଭିଜିଲାନ୍ସରେ ଅଭିଯୋଗ କରିଥିବା ବ୍ୟକ୍ତି)ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଜେଆରଏ ସୌରଭ ତ୍ରିପାଠୀ।କାମଟିକୁ କରିଦେବାକୁ ତାଙ୍କୁ ବାରମ୍ବାର ବହୁ ଅନୁରୋଧ କରିଥିଲେ ଅଭିଯୋଗକାରୀ। କିନ୍ତୁ ଶ୍ରୀ ତ୍ରିପାଠୀ ଆଦୌ ଶୁଣି ନଥିଲେ। ସେ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅନ୍ୟ କୌଣସି ଉପାୟ ନପାଇ ଶେଷରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।ଯୋଜନା ପ୍ରକାରେ ଆଜି ଅଭିଯୋଗକାରୀ ଶ୍ରୀ ତ୍ରିପାଠୀଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରିଥିଲେ। ସେମାନେ ଶ୍ରୀ ତ୍ରିପାଠୀଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛନ୍ତି।ଜେଆରଏ ଶ୍ରୀ ତ୍ରିପାଠୀଙ୍କୁ ନିଜ ହେପାଜତକୁ ନେବା ପରେ ଭିଜିଲାନ୍ସ ତାଙ୍କର ଦୁଇଟି ଠିକଣା ଉପରେ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ତଦନ୍ତ ଜାରି ରହିଛି।

  • Garvita Odia

    Related Posts

    ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା: ନୂଆପଡ଼ା ଜିଲ୍ଲାର ୯୪୪ଙ୍କୁ ମିଳିଲା ଅତ୍ୟାଧୁନିକ ଚିକିତ୍ସା

    ଭୁବନେଶ୍ବର: ନୂଆପଡ଼ା ଜିଲ୍ଲାର ଦୂରଦୂରାନ୍ତରେ ରହୁଥିବା ଜନସାଧାରଣଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଥିଲା। ଚଳିତମାସ ୨୧ରୁ ୨୪ ତାରିଖ ପର୍ୟ୍ୟନ୍ତ ଚାଲିଥିବା ଏହି ଶିବିରରେ ୯୪୪ଜଣ ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସୁବିଧା…

    ସାଙ୍ଗ ସାଜିଲା ସୈତାନ୍‌ : ଘରକୁ ଡାକିନେଇ ଆକ୍ରମଣ

    ଉଦଳା: ସାଙ୍ଗ ସାଜିଲା ସୈତାନ୍‌ । ଘରକୁ ଡ଼ାକିନେଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଉଦଳା ରାଢ଼ୋ ଗାଁରୁ ଆସିଛି ଏଭଳି ଏକ ଚାଂଚଲ୍ୟକର ଖବର । ଵିଲ ହିଡ଼ରେ ବେକକୁ ହାଣି ଲହୁଲୁହାଣ କରିଛି ସାଙ୍ଗ…

    Leave a Reply

    Your email address will not be published. Required fields are marked *

    You Missed

    ମନ୍ତ୍ରିମଣ୍ଡଳର ଛଅ ପଦବୀ ପୂରଣ କରାଯିବ: ବିଜୟ ପାଲ ସିଂ ତୋମାର

    ମନ୍ତ୍ରିମଣ୍ଡଳର ଛଅ ପଦବୀ ପୂରଣ କରାଯିବ: ବିଜୟ ପାଲ ସିଂ ତୋମାର

    ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା: ନୂଆପଡ଼ା ଜିଲ୍ଲାର ୯୪୪ଙ୍କୁ ମିଳିଲା ଅତ୍ୟାଧୁନିକ ଚିକିତ୍ସା

    ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା: ନୂଆପଡ଼ା ଜିଲ୍ଲାର ୯୪୪ଙ୍କୁ ମିଳିଲା ଅତ୍ୟାଧୁନିକ ଚିକିତ୍ସା

    ସାଙ୍ଗ ସାଜିଲା ସୈତାନ୍‌ : ଘରକୁ ଡାକିନେଇ ଆକ୍ରମଣ

    ସାଙ୍ଗ ସାଜିଲା ସୈତାନ୍‌  :  ଘରକୁ ଡାକିନେଇ ଆକ୍ରମଣ

    ଆନନ୍ଦପୁର ଠାରେ ଫୁଲୁଛି ବୈତରଣୀ

    ଆନନ୍ଦପୁର ଠାରେ ଫୁଲୁଛି ବୈତରଣୀ

    ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ସେଭଳି କୌଣସି ସମ୍ଭାବନା ନାହିଁ:ମନମୋହନ ସାମଲ

    ମନ୍ତ୍ରିମଣ୍ଡଳ  ସଂପ୍ରସାରଣକୁ ନେଇ ସେଭଳି କୌଣସି ସମ୍ଭାବନା ନାହିଁ:ମନମୋହନ ସାମଲ

    ଓଲିଉଡ ଅଭିନେତା ଗିରଫ

    ଓଲିଉଡ ଅଭିନେତା  ଗିରଫ