
ସମ୍ବଲପୁର: ସମ୍ବଲପୁରରେ ଘଟିଛି ବଡ଼ ଧାରଣାର ଡକାୟତି। ଆଜି ସକାଳୁ ସମ୍ବଲପୁର ବୁଢ଼ାରଜା ଅଞ୍ଚଳରେ ଥିବା ମାନା ପୁରମ୍ ଗୋଲ୍ଡ ଫାଇନାନ୍ସ କାର୍ୟ୍ୟାଳୟରୁ ଲୁଟି ନେଇଛନ୍ତି ଲକର ଭିତରେ ଥିବା ୩୦ କିଲୋ ସୁନା ସହ ସମସ୍ତ ଟଙ୍କା। ଆଜି ମାନା ପୁରମ୍ ଗୋଲ୍ଡ ଫାଇନାନ୍ସ କାର୍ୟ୍ୟାଳୟ ଖୋଲିବା ମାତ୍ରେ ୧୦ ରୁ ଉର୍ଦ୍ଧ୍ବ ଡକାୟତ ଭିତରେ ପଶି ସବୁ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ତାଙ୍କୁ ବାନ୍ଧି ଦେଇଥିଲେ। ପରେ ଲକର ଭିତରେ ଥିବା ୩୦ କିଲୋ ସୁନା ଓ ସସସ୍ତ ଟଙ୍କା ଲୁଟକରି ଫେରାର ମାରିଛନ୍ତି ଦୁର୍ବୃତ୍ତ। ଖବର ପାଇ ସଦର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମାନା ପୁରମ୍ ଗୋଲ୍ଡ ଲୋନ୍ ସୁନା ଗହଣା ବନ୍ଧା ରଖି ଲୋନ ନେବାର ବ୍ୟବସ୍ଥା ଏଠାରେ ରହିଥାଏ।