ଲେଖା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଭବିଷ୍ୟନିଧି ପାଣ୍ଠି ଇ-ଆକାଉଣ୍ଟ ସ୍ଲିପର ଶୁଭାରମ୍ଭ

ଭୁବନେଶ୍ୱର,ଏପ୍ରିଲ୍ ୨୧:ଲେଖା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି(GPF) ଇ-ଆକାଉଣ୍ଚ ସ୍ଲିପ୍ ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଲେଖା ନିୟନ୍ତ୍ରକ ଶ୍ରୀ ମନୋରଞ୍ଜନ ନାୟକଙ୍କ ପୌରୋହିତ୍ୟରେ ଲେଖା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟ (ଓଡ଼ିଶା) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ବୈଷୟିକ ଜ୍ଞାନକୌଶଳର ସଦୁପଯୋଗ ଓ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀଙ୍କ ନିଷ୍ଠାପର ପ୍ରୟାସ ଯୋଗୁଁ କ୍ରମାଗତ ୫ ବର୍ଷ ଧରି ଆର୍ଥିକ ବର୍ଷର ସମାପ୍ତି ହେବାର ମାତ୍ର ମାସକ ମଧ୍ୟରେ ଇ-ଆକାଉଣ୍ଟ ସ୍ଲିପ୍ ପ୍ରଦାନ କରାଯାଇପାରୁଛି ବୋଲି ଲେଖା ନିୟନ୍ତ୍ରକ ଶ୍ରୀ ନାୟକ କହିଥିଲେ। ଏହାଦ୍ୱାରା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ୧୦୬୭ ଉଠାଣ ଏବଂ ବିତରଣ ଅଧିକାରୀ (DDO) ଙ୍କ ଅଧିନସ୍ଥ ଅନ୍ଯୂନ ୩୧,୨୦୨ ଭବିଷ୍ୟନିଧି ପାଣ୍ଠି(GPF) ହିତାଧିକାରୀମାନେ ଉପକୃତ ହେବେ। ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଭବିଷ୍ୟନିଧି ହିତାଧିକାରୀମାନେ ଲେଖା ନିୟନ୍ତ୍ରକଙ୍କ କାର୍ଯ୍ୟାଳୟର ୱେବସାଇଟ୍ https://caodisha.nic.in କିମ୍ୱା https://www.odishatreasury.gov.in/portal ଲିଙ୍କରେ ଲଗ୍ ଇନ୍ କରି ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଇ-ଆକାଉଣ୍ଟ ସ୍ଲିପ୍ ପାଇପାରିବେ।

  • Related Posts

    ଯୁବତୀଙ୍କୁ ଦୁଷ୍କର୍ମ ପରେ ମୁହଁକୁ ହାଣିଲା ଦୁବୃର୍ତ୍ତ

    ଢେଙ୍କାନାଳ:ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଜୀବନରେ ମାରିଦେବା ପାଇଁ ମୁହଁକୁ ହାଣିଲା ଦୁବୃର୍ତ୍ତ। ନିକଟରେ ଗାଈ ଚରାଉଥିବା ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଧାର ହେବା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ।…

    Continue reading
    ମିଳିଲା ଦନ୍ତା ହାତୀର ମୃତଦେହ

    ବଲାଙ୍ଗୀର :ପୁଣି ଆସିଲା ହାତୀ ମୃତ୍ୟୁ ଖବର। ବଲାଙ୍ଗୀର ମୁରିବାହାଲ ରେଞ୍ଜରେ ଦନ୍ତା ହାତୀର ମୃତ୍ୟୁ। ଅନେକ ଦିନ ଧରି ହାତୀପଲ ମୁରିବାହାଲର ରେଞ୍ଜର ବିଭିନ୍ନ ଗାଁରେ ଉପଦ୍ରବ କରୁଥିଲେ। ହେଲେ ଆଜି ସକାଳୁ ଚାନୁଟମାଲ ଗାଁ ନିକଟରେ ଥିବା ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା