ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍କ ଦାଦା

ଯାଜପୁର ଟାଉନ: ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ ଘରେ କୁଆଡ଼େ ପୁରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଖଣ୍ଡୋଲାଇଟ୍‌ ପଥର ବ୍ୟବହାର ହୋଇଥିବା ନେଇ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଛି। ଏନେଇ ବବିଙ୍କ ବିରୋଧରେ ଗତ ୮ ତାରିଖରେ ପୁରୀ ସିଂହଦ୍ୱାର ଥାନାରେ ଶ୍ରୀଜଗନ୍ନାଥ ସେନାର ଆବାହକ ତଥା ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ବବିଙ୍କ ଦାଦା ତଥା ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଯଯାତି କେଶରୀ ଦାସ ଶନିବାର ଖବରଦାତା ସମ୍ମିଳନୀ କରି ଖଣ୍ଡନ କରିଛନ୍ତି। ପୁରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ପଥରରେ ବାହାବଳପୁରସ୍ଥିତ ଘର ନିର୍ମାଣ ହୋଇନାହିଁ। ବରଂ ବ୍ୟବହାର ହୋଇଥିବା ପଥର ରାଜସ୍ଥାନ ଯୋଧପୁରର ପ୍ରତିଷ୍ଠିତ ବିଶ୍ୱକର୍ମା ପଥର କମ୍ପାନୀରୁ ଅଣାଯାଇଛି ବୋଲି ଯଯାତି କହିଛନ୍ତି। ଏନେଇ ସେ ୱେବିଲ୍‌ ଏବଂ ଖରିଦ୍‌ ବିଲ୍‌ ମଧ୍ୟ ଦେଖାଇଥିଲେ। କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି କେତେଜଣ ବ୍ୟକ୍ତି ବବିଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି। ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଯଯାତି ଚେତାବନୀ ଦେଇଥିଲେ।
ସେହିପରି ଶନିବାର ସନ୍ଧ୍ୟାରେ ଯାଜପୁର ସିଭିଲ ସୋସାଇଟି ପକ୍ଷରୁ ଯାଜପୁର ଥାନାରେ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନାମରେ ପାଲଟା ଏତଲା ଦିଆଯାଇଛି। ଏହି ଏତଲାରେ ପଟ୍ଟନାୟକ ଜଗନ୍ନାଥ ନାମକୁ ବ୍ୟବହାର କରି ଯାଜପୁରବାସୀଙ୍କ ଧର୍ମୀୟ ଭାବନାକୁ ଆଘାତ କରିଥିବା ଉଲ୍ଲେଖ କରାଯାଇଛି। ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସିଭିଲ ସୋସାଇଟି ପକ୍ଷରୁ ଆବାହକ ବରିଷ୍ଠ ଆଇନଜୀବୀ ପ୍ରବୀର କୁମାର ରାୟ ଏତଲାରେ ଦାବି କରିଛନ୍ତି। ଏହି ଅଭିଯୋଗ ପତ୍ର ପ୍ରଦାନ ସମୟରେ ସିଭିଲ୍‌ ସୋସାଇଟିର ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ।

  • Related Posts

    ମୋଦୀଙ୍କୁ ଭେଟିଲେ ମନମୋହନ

    ଭୁବନେଶ୍ୱର: ମୋଦୀଙ୍କୁ ଭେଟିଲେ ମନମୋହନ । ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନ କାର୍ୟ୍ୟାଳୟରେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଯାହର ଫୋଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ମନମୋହନ ।…

    Continue reading
    ଇଣ୍ଡି ମେଣ୍ଟ ବୈଠକରେ ବିଜେଡି ସାଂସଦ

    ଭୁବନେଶ୍ୱର: ଇଣ୍ଡି ମେଣ୍ଟ ସହ ବିଜେଡିର ହୋଇଛି କି ଅଘୋଷିତ ଡିଲ୍ ? ସାଂସଦ ମାନସ ମଙ୍ଗରାଜଙ୍କ ଫଟୋକୁ ନେଇ ବଢ଼ିଲା ଚର୍ଚ୍ଚା। ଇଣ୍ଡି ମେଣ୍ଟ ବୈଠକରେ ସାମିଲ ହୋଇଥିଲେ ମାନସ ମଙ୍ଗରାଜ। ସଂସଦରେ ନାରୀ ବନ୍ଦନ ଅଧିନିୟମ ଓ ସୀମା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ