ସଞ୍ଜୁ ସୋ, ସେମିଫାଇନାଲରେ ଇଣ୍ଡିଆ

ନୂଆଦିଲ୍ଲୀ: ଇଡେନରେ ସଞ୍ଜୁ ସୋ, ସେମିଫାଇନାଲରେ ଇଣ୍ଡିଆ। ଐତିହାସିକ ଇଡେନ୍ ଗର୍ଡେନ୍ସରେ ଧୂଆଁଧାର ବ୍ୟାଟିଂ କରି ଭାରତକୁ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ ର ସେମିଫାଇନାଲ୍ ରେ ପହଞ୍ଚାଇ ଦେଇଛନ୍ତି ସଞ୍ଜୁ ସାମସନ। ସଞ୍ଜୁଙ୍କ ୯୭ ରନ୍ ର ଜବରଦସ୍ତ ପାଳି ବଳରେ ନିର୍ଣ୍ଣାୟକ ଶେଷ ସୁପର-୮ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍ କୁ ୫ ୱିକେଟ୍ ରେ ହରାଇ ଲଗାତାର ବିଶ୍ବକପ୍ ଜିତିବା ଦିଗରେ ଆଉ ଏକ ପାଦ ବଢ଼ାଇଛି ସୂର୍ୟ୍ୟକୁମାରଙ୍କ ଆତ୍ମବିଶ୍ବାସରେ ଭରପୂର ସେନା।
ଏହି ରୋମଞ୍ଚକ ତଥା ଉତ୍କଣ୍ଠାଭରା ବିଜୟ ବଳରେ ଭାରତ ଗ୍ରୁପ୍ -୧ ପଏଣ୍ଟ୍ ତାଲିକାର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଫଳରେ ସ୍ବପ୍ନର ସହର ମୁମ୍ବାଇରେ ୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରି ନେଇଛି। ଭାରତ ୬ଥର ବିଶ୍ବକପ୍ ସେମିଫାଇନାଲ୍ କୁ ଯିବାର ଅନନ୍ୟ ସଫଳତା ବି ଲାଭ କରିଛି। ଭାରତୀୟ କ୍ରିକେଟ୍ ଦଳର ଏହି ସଫଳତା ପରେ ସାରା ଦେଶ ଉତ୍ସବ ମୁଖର ହୋଇଯାଇଛି।
ଅନ୍ୟ ସେମିଫାଇନାଲ୍ ରେ ୪ ତାରିଖରେ କୋଲକାତାରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ଟ୍ରଫି ଟକ୍କର ୮ ତାରିଖ ରେ ଗୁଜରାଟର ଅହମଦାବାଦରେ ଖେଳାଯିବ। ଭାରତୀୟ ଦଳ ରବିବାର ୧୯୬ ରନ୍ ର ଆହ୍ବାନଭରା ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା। ୪୧ ରନ୍ ରେ ୨ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ସାମ୍ ସନ୍ ଗୋଟିଏ ପଟେ ମହାଯୋଦ୍ଧାଙ୍କ ଭଳି ଲଢ଼ି ଭାରତକୁ ୪ ବଲ୍ ପୂର୍ବରୁ ବିଜୟୀ କରାଇଥିଲେ। ତିଳକ ବର୍ମା ୨୭, ସୂର୍ୟ୍ୟକୁମାର ୧୮ ଓ ହାର୍ଦିକ ପାଣ୍ଡ୍ୟା ୧୭ର ଉପଯୋଗୀ ଯୋଗଦାନ ରଖିଥିଲେ।

  • Related Posts

    ଆଜି ସୁପର କିଙ୍ଗ୍‌ସ-କିଙ୍ଗ୍‌ସ ମୁକାବିଲା

    କଲକାତା: ଆଇପିଏଲରେ ଶୁକ୍ରବାର ଚେନ୍ନଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସପ୍ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ଦ୍ବିତୀୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେ​‌େ​‌ବ। ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍‌ସ ବିଜୟ ହାସଲ କରିଥିଲା। ଋତୁରାଜ…

    Continue reading
    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ