ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ‘ଏମଏସଏମଇ ପାର୍କ’; ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ଏମ.ଏସ.ଏମ.ଇ କ୍ଷେତ୍ରରେ ୧୧ ଲକ୍ଷରୁ ଉର୍ଦ୍ଧ୍ଵ ଉଦ୍ୟୋଗ ଥିବାବେଳେ ୮୭ ଲକ୍ଷରୁ ଅଧିକ ନିଯୁକ୍ତ ସୃଷ୍ଟି ହୋଇଛି । ଲକ୍ଷପତି ଦିଦିଙ୍କୁ ପ୍ରୋତ୍ସାହନ, ସରକାରୀ ସଂସ୍ଥା ଦ୍ବାରା ଏମଏସଏମଇ ସାମଗ୍ରୀ ବ୍ୟବହାର ଉପରେ ଦିଆଯିବ ଗୁରୁତ୍ବ । ସବୁ ଜିଲ୍ଲାରେ ପ୍ରତିଷ୍ଠା ହେବ ଏମଏସଏମଇ ପାର୍କ । ଲୋକସେବା ଭବନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,”ଏମ.ଏସ.ଏମ.ଇ କ୍ଷେତ୍ର ହେଉଛି ବ୍ୟାପକ ନିଯୁକ୍ତି ଓ ସମ୍ଭାବନାର କ୍ଷେତ୍ର । ସରକାରୀ ସ୍ତରରେ ଏମ.ଏସ.ଏମ.ଇ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଉଛି । ଯୁବଗୋଷ୍ଠୀଙ୍କୁ ଅଧିକରୁ ଅଧିକ ଏ କ୍ଷେତ୍ରକୁ ଆକୃଷ୍ଟ କରିବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା କାର୍ୟ୍ୟକ୍ରମର ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସବୁ ଜିଲ୍ଲାରେ ଏମଏସଏମଇ ପାର୍କ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯାଉଛି । ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଲକ୍ଷପତି ଦିଦି କାର୍ୟ୍ୟକ୍ରମ ଖୁବ ସଫଳ ହେଉଛି । ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇସାରିଲେଣି । ଏଥିରେ ଅନେକ କ୍ଷୁଦ୍ର ବ୍ୟବସାୟୀ ଓ ଉଦ୍ୟୋଗୀ ଅଛନ୍ତି । ଉପଯୁକ୍ତ ସହାୟତା ମିଳିଲେ, ସେମାନେ ଆଗକୁ ବଢିପାରିବେ । ଉଦ୍ୟୋଗ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ସଫଳତା ହାସଲ କରିପାରିବେ । ତେଣୁ ସେମାନଙ୍କୁ ଏମଏସଏମଇ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କରିବା ପାଇଁ ସହାୟତା ପ୍ରଦାନ କରାଯିବ ।”ଓଡିଶାର ଏମ.ଏସ.ଏମ.ଇ କ୍ଷେତ୍ରର ଉତ୍ପାଦିତ ସାମଗ୍ରୀକୁ ସମସ୍ତ ସରକାରୀ କାର୍ୟ୍ୟାଳୟ ସହିତ ସ୍କୁଲ, କଲେଜ ମାନଙ୍କରେ ବ୍ୟବହାର କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଆରୋପ କରିଛନ୍ତି । ବିଭିନ୍ନ ସରକାରୀ କାର୍ୟ୍ୟାଳୟ ଏବଂ ସ୍କୁଲ କଲେଜର ଆସବାବପତ୍ର, ପୋଷାକ ଇତ୍ୟାଦିକୁ ଓଡିଶା ଏମଏସଏମଇ ମାନଙ୍କରୁ କିଣିବା ପାଇଁ ଆଲୋଚନା ହୋଇଛି । ଏହା ଫଳରେ ଏମଏସଏମଇ କ୍ଷେତ୍ରର ଏହି ଉଦ୍ୟୋଗ ଗୁଡିକୁ ଉପଯୁକ୍ତ ପ୍ରୋତ୍ସାହନ ମିଳିପାରିବ । ଏମଏସଏମଇ କ୍ଷେତ୍ରରେ ଅଧିକ ରପ୍ତାନୀ ଓ ଆମଦାନୀ ସୁବିଧା ପାଇଁ ଉଭୟ ସମୁଦ୍ରପଥ ଓ ଆକାଶପଥରେ କାର୍ଗୋ ସୁବିଧା ବୃଦ୍ଧି କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି । ଏମଏସଏମଇ କ୍ଷେତ୍ରକୁ ବ୍ୟାଙ୍କ ପକ୍ଷରୁ ଅଧିକ ଋଣ ଏବଂ ଋଣ ପ୍ରଦାନ ପ୍ରକ୍ରିୟା ସରଳ ଓ ସୁବିଧାଜନକ କରିବାକୁ ବିଭାଗ ଦୃଷ୍ଟି ଦେବ । ଏ ସମ୍ପର୍କରେ ନିରନ୍ତର ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ସେହିପରି ପିଏମ ବିଶ୍ବକର୍ମା ଯୋଜନାରେ ଅଧିକ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ, କ୍ଲଷ୍ଟର ବେସ୍ଡ ପ୍ରୋଜେକ୍ଟକୁ ଅଧିକ ପ୍ରୋତ୍ସାହନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି । ଭାରତ ସରକାରଙ୍କ ଉଦ୍ୟମ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ୧୧ ଲକ୍ଷରୁ ଉର୍ଦ୍ଧ୍ବ ଏମଏସଏମଇ ରାଜ୍ୟରେ କାର୍ୟ୍ୟକ୍ଷମ ଅଛନ୍ତି । ଏହା ମାଧ୍ୟମରେ ୮୭ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିଛି । ବୈଠକରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର, ଏମଏସଏମଇ ବିଭାଗର କମିଶନର-ତଥା-ଶାସନ ସଚିବ ଡି. ପ୍ରଶାନ୍ତ କୁମାର ରେଡୀ ଏବଂ ନିର୍ଦ୍ଦେଶକ ଆବୋଲି ସୁନିଲ ନରୱାନେ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading
    ଜଣେ ବି ଚାଷୀର ଧାନ ରହିବ ନାହିଁ: ସମବାୟ ମନ୍ତ୍ରୀ

    ଭୁବନେଶ୍ୱର: ଏଥର ଖରିଫରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ଧାନ ବିକ୍ରି କରିଛନ୍ତି ୧୮ ଲକ୍ଷ ୬୪ ହଜାର ଚାଷୀ। ଏଯାବତ ୭୭ ଲକ୍ଷ ମେଟ୍ରିକ୍ ଟନ ଧାନ କିଣା ସରିଛି। ବାକି ବଳକା ଧାନ କିଣିବାକୁ ୭ ଦିନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ