ସମ୍ଭାବ୍ୟ ବର୍ଷାର ମୁକାବିଲା ନିମନ୍ତେ କୃଷି ବିଭାଗର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ସମ୍ଭାବ୍ୟ ବର୍ଷା ଓ ଏହାର ମୁକାବିଲା ନିମନ୍ତେ କୃଷି ବିଭାଗର ଏକ ପ୍ରସ୍ତୁତି ବୈଠକ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ଭାରତୀୟ ପାଣିପାଗ ନିର୍ଦ୍ଦେଶିକା ଶ୍ରୀମତୀ ମନୋରମା ମହାନ୍ତି, ଓୟୁଏଟି ଡିନ୍ ଡଃ. ପ୍ରସନ୍ନଜିତ୍ ମିଶ୍ର ମଧ୍ୟ ଯୋଗଦେଇଥିଲେ ।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଏଯାବତ୍ ରାଜ୍ୟରେ ସମ୍ଭାବ୍ୟ ବାତ୍ୟାର କୌଣସି ସୂଚନା ନାହିଁ । କିନ୍ତୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ କାରଣରୁ ସାମୟିକ ଭାବେ ରାଜ୍ୟର କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଵିଶେଷ କରି ଉପକୂଳ ଓଡ଼ିଶାରେ କିଛିସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ତଦନୁଯାୟୀ ଚାଷୀ ମାନଙ୍କୁ ପାଣିପାଗ ବିଭାଗର ପରାମର୍ଶକୁ ଅନୁପାଳନ କରିବା ପାଇଁ କୃଷି ସଚିବ ଡ. ପାଢ଼ୀ ଅନୁରୋଧ କରିଛନ୍ତି ।

ଚଳିତ ଖରିଫ୍ ଋତୁରେ (ଜୁନ୍ ୧ ରୁ ସେପ୍ଟେମ୍ବର ୩୦ ମଧ୍ୟରେ), ରାଜ୍ୟରେ ୧୦୦ ପ୍ରତିଶତ ବର୍ଷା ସାଧାରଣ ଭାବେ ହୋଇଛି ଏବଂ ଏହି କାରଣରୁ ଭଲ ଫସଲ ଅମଳ ଆଶା କରାଯାଉଛି । ଚାଷୀ ଭାଇ ଭଉଣୀମାନେ କୌଣସି ପ୍ରକାର ବିଭ୍ରାନ୍ତିକର ତଥ୍ୟ ଶୁଣି ଭୟଭୀତ ନ ହେବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆବଶ୍ୟକସ୍ଥଳେ ଚାଷୀମାନେ ୧୫୫୩୩୩ ନମ୍ବରରେ ଯୋଗାଯୋଗ କରିପାରିବେ କିମ୍ବା ନିକଟସ୍ଥ ଆଂଚଳିକ କୃଷି ଗବେଷଣା କେନ୍ଦ୍ର/ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିପାରିବେ । ବୈଠକରେ ବହୁ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।

ନିମ୍ନରେ କୃଷି ପରାମର୍ଶ ନିର୍ଦ୍ଦେଶାବଳୀ ସଂଲଗ୍ନ କରାଯାଇଛି।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ