ସରିଲା ବାହାର ରତ୍ନଭଣ୍ଡାର ଗଣତି

ପୁରୀ:ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ୟ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ ମେଳକ କରାଯାଇଥିଲା। ସେତେବେଳେ ୧୧୮ ପ୍ରକାର ଅଳଙ୍କାର ଥିବାବେଳେ ଏବେ ତାହା ୧୪୭ରେ ପହଞ୍ଚିଛି ।
ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଏବଂ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥଙ୍କ ନେତୃତ୍ୱରେ ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍‌ପି ପ୍ରତୀକ ସିଂ, ଅଧିକୃତ ବରିଷ୍ଠ ଅଧିକାରୀ, ଛତିଶା ନିଯୋଗ ନାୟକ, ରତ୍ନଭଣ୍ଡାର ସବ୍‌କମିଟି ସେବକ ସଦସ୍ୟ ଏବଂ ସମସ୍ତ ସହଯୋଗୀ ପୂର୍ବାହ୍ନ ୧୦ଟା ୩୫ରେ ଶ୍ରୀମନ୍ଦିର କାର୍ୟ୍ୟାଳୟରୁ ବାହାରି ୧୦ଟା ୪୧ରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ସମସ୍ତ ସଦସ୍ୟ ଶ୍ରୀମନ୍ଦିର ପାଶର୍‌ବ ଦେବଦେବୀଙ୍କୁ ଦର୍ଶନକରି ବେହରଣ ଦ୍ୱାରଠାରେ ସ୍ଥାପିତ ମେଟାଲ ଡିଟେକ୍ଟର ଦ୍ୱାରା ଯାଞ୍ଚ ପରେ ସ୍ବାକ୍ଷର ଦେଇ ଗଣତି ପ୍ରକ୍ରିୟାରେ ସାମିଲ ହୋଇଥିଲେ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୂର୍ବାହ୍ନ ୧୧ଟା ୩୦ରେ ରତ୍ନଭଣ୍ଡାର ଦ୍ୱାର ଖୋଲାଯାଇଥିଲା।ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ କାର୍ୟ୍ୟପ୍ରଣାଳୀକୁ ନିଷ୍ଠାର ସହ ସମ୍ପାଦନକରି ବାହାର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାରଗୁଡ଼ିକର ଗଣତି ପ୍ରକ୍ରିୟା ଶେଷ ହୋଇଥିଲା। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଦ୍ୱାର ସନ୍ଧ୍ୟା ୬ଟା ୩୫ରେ ବନ୍ଦ କରାଯାଇ ମୁଦ ଦିଆଯାଇଥିଲା। ଉକ୍ତ ପ୍ରକ୍ରିୟାର ସମସ୍ତ ରେକର୍ଡିଂ ଡାଟା ଚିପ୍‌ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ଶାଖା କାର୍ୟ୍ୟାଳୟ ଷ୍ଟ୍ରଙ୍ଗ୍‌ରୁମ୍‌ରେ ସୁରକ୍ଷିତ ଭାବେ ରଖାଯାଇଥିଲା।
ମୁଖ୍ୟ ପ୍ରଶାସକ ଡ. ପାଢ଼ୀ କହିଛନ୍ତି, ୧୯୭୮ର ତାଲିକା ଅନୁଯାୟୀ କିଛି ଅଧିକ ଅଳଙ୍କାର ଭଣ୍ଡାରମେକାପ ଗଣତି କରିଥିଲେ, ଯାହାକୁ ୨୦୨୬ ମସିହା ତାଲିକାରେ ସାମଲ କରାଯାଇଛି। ସ୍ବଚ୍ଛତା ସହକାରେ ବାହାର ରତ୍ନଭଣ୍ଡାର ଗଣତି କାର୍ୟ୍ୟ ଶେଷ ହୋଇଛି। ସୋମବାରଠାରୁ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତି କରାଯିବ। ତେଣୁ ଉକ୍ତ ଦିନ ଜିଲା ଟ୍ରେଜେରିରୁ ଚାବି ଅଣାଯିବ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଖୋଲାଯାଇ ଗଣତି ପ୍ରକ୍ରିୟା ଜାରି ରହିବ ବୋଲି ପାଢ଼ୀ ସୂଚନା ଦେଇଛନ୍ତି।
ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ରଥ କହିଛନ୍ତି, ୧୯୭୮ ମସିହା ତାଲିକା ଅନୁସାରେ ଅଳଙ୍କାର ମେଳକ କରାଯାଇଛି। ସେଥିମଧ୍ୟରୁ ୨ଟି ଅଳଙ୍କାର ମିଳିନାହିଁ। ତାହା ଭିତର ରତ୍ନଭଣ୍ଡାରରେ ଥାଇପାରେ, ଯାହା ଗଣତି ହେଲେ ଜଣାପଡ଼ିବ। ୧୯୭୮ ମସିହାରେ ୧୧୮ ପ୍ରକାର ଅଳଙ୍କାର ଥିବା ବେଳେ ୨୦୨୬ରେ ତାହା ବୃଦ୍ଧି ପାଇ ୧୪୭ରେ ପହଞ୍ଚିଛି ।
ଶ୍ରୀମନ୍ଦିର ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ କୃପାରୁ ବାହାର ରତ୍ନଭଣ୍ଡାର ଗଣତି କାର୍ୟ୍ୟ ଶେଷ ହୋଇଛି। ସେଠାରେ ୧୯୭୮ ମସିହାରେ ୧୧୮ ପ୍ରକାର ଅଳଙ୍କାର ଥିଲା, ଏବେ ୧୪୦ରୁ ଊର୍ଦ୍ଧ୍ୱ ପ୍ରକାରର ଅଳଙ୍କାର ପ୍ରଶାସନର ହସ୍ତଗସ୍ତ ହୋଇଛି। ବିଶେଷଜ୍ଞମାନେ ଠିକ୍‌ଭାବେ କାର୍ୟ୍ୟ କରୁଛନ୍ତି। କିଛି ଅଳଙ୍କାର ବା ରତ୍ନକୁ ଜେମୋଲୋଜିଷ୍ଟ ବା ବିଶେଷଜ୍ଞମାନେ ଚିହ୍ନିପାରିନାହାନ୍ତି। ତେବେ ୨/୩ଟି ଅଳଙ୍କାର ମିଳୁ ନାହିଁ। ତାହା ଭିତର ରତ୍ନଭଣ୍ଡାର ଖୋଲାଗଲେ ଜଣାପଡ଼ିବ।

  • Related Posts

    ପୁଣି ଏକ ହାତୀ ମୃତ

    କନ୍ଧମାଳ:ବେଲଘର୍ ରେଞ୍ଜରେ ପୁଣି ଏକ ହାତୀର ମୃତ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ରେଞ୍ଜର ଝିରିପାଣି ନିକଟସ୍ତ ଶିମିଳିପଦର ଜଙ୍ଗଲରେ ହାତୀ ମୃତ ଶରୀର ମିଳିଛି। କିଛି ଦିନ ହେବ ବଲାଙ୍ଗୀର ଜଙ୍ଗଲରୁ ହାତୀଟି ଆସଥିଲା। କଲାହାଣ୍ଡି…

    Continue reading
    ପୁଣି ଅଦିନିଆ ରଥଯାତ୍ରାକୁ ନେଇ ବିବାଦ

    ଭୁବନେଶ୍ୱର: ପୁଣି ଅଦିନିଆ ରଥଯାତ୍ରାକୁ ନେଇ ବିବାଦ । ଆଜି ଅଷ୍ଟ୍ରେଲିଆର ବ୍ରିସବେନରେ ଇସ୍କନ ଆୟୋଜନ କରିବ ଅଦିନିଆ ରଥଯାତ୍ରା । ଅଷ୍ଟ୍ରେଲିଆର କିଙ୍ଗ ଜର୍ଜ ସ୍କୋୟାର ବ୍ରିସବେନ ସିବିଡିରେ ପୂର୍ବାହ୍ନ ୧୧ଟା ରୁ ଅପରାହ୍ନ ୩ଟା ୩୦ ପର୍ୟ୍ୟନ୍ତ ରଥଯାତ୍ରା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ