ଭୁବନେଶ୍ୱର: ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଓଡ଼ିଶାର 4ଟି ରାଜ୍ୟସଭା ନିର୍ବାଚନ ସିଟ୍ ପାଇଁ ମତଦାନ ସରି, ଆସିଛି ଫଳାଫଳ । ବିଜେପି ପକ୍ଷରୁ ରାଜ୍ୟ ସଭାପତି ମନମୋହନ ସାମଲ, ସୁଜିତ କୁମାର ଜିତିଥିବା ବେଳେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟ ମଧ୍ୟ ନିର୍ବାଚନ ଜିତି ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସେହିପରି ବିଜେଡି ପକ୍ଷରୁ ସଂତୃପ୍ତ ମିଶ୍ର ରାଜ୍ୟସଭା ନିର୍ବାଚନରେ ବାଜିମାତ କରିଛନ୍ତି । ବିଜେଡି କଂଗ୍ରେସ ଏବଂ ବାମଦଳ ପକ୍ଷରୁ ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ଶେଷରେ ପରାଜୟ ବରଣ କରିବାକୁ ପଡ଼ିଛି ।
ରାଜ୍ୟ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିଲେ ଓଡ଼ିଶାବାସୀ । ସେପଟେ ଓଡ଼ିଶାରେ ଅନୁଷ୍ଠିତ ଦ୍ୱିବାର୍ଷିକ ରାଜ୍ୟସଭା ନିର୍ବାଚନର ଫଳାଫଳ, ସଂସଦର ଉଚ୍ଚ ସଦନରେ ଓଡ଼ିଶାର ପ୍ରତିନିଧିତ୍ୱକୁ ପରିବର୍ତ୍ତନ କରିଛି । ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଏହାର ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଖାଲି ଥିବା ଚାରିଟି ଆସନ ମଧ୍ୟରୁ ତିନିଟି ଆସନ ପାଇଛନ୍ତି । ଯେତେବେଳେ କି ବିଜୁ ଜନତା ଦଳ (ବିଜେଡି) ଗୋଟିଏ ଜିତିବାରେ ସଫଳ ହୋଇଛି । ଏବେ ଆସନ୍ତୁ ଏକ ନଜର ପକାଇବା କିଏ କେତେ ଭୋଟ୍ ପାଇଛନ୍ତି ।
କିଏ କେତେ ଭୋଟ୍ ପାଇଛନ୍ତି ?
ମନମୋହନ ସାମଲଙ୍କୁ ମିଳିଛି ୨୯୪୧ ଭୋଟ୍ (ବିଜୟ)
ସୁଜିତ କୁମାରଙ୍କୁ ମିଳିଛି ୨୯୪୧ ଭୋଟ୍ (ବିଜୟ)
ସଂତୃପ୍ତ ମିଶ୍ରଙ୍କୁ ମିଳିଛି ୩୧୦୦ ଭୋଟ୍ (ବିଜୟ)
ଦିଲୀପ ରାୟଙ୍କୁ ମିଳିଛି ୩୪୧୮ ଭୋଟ୍ (ବିଜୟ)
ଦତ୍ତେଶ୍ବର ହୋତାଙ୍କୁ ମିଳିଛି ୨୩୦୦ ଭୋଟ୍ (ପରାଜୟ)
ପ୍ରଥମ ପସନ୍ଦ ଭୋଟ
ମନେମାହନ ସାମଲ ୩୫ ଖଣ୍ଡ ଭୋଟ୍
ସୁଜିତ କୁମାର ୩୫ ଖଣ୍ଡ ଭୋଟ୍
ସଂତୃପ୍ତ ମିଶ୍ର ୩୧ ଖଣ୍ଡ ଭୋଟ୍
ଦିଲୀପ ରାୟ ଓ ଦେତ୍ତେଶ୍ବର ହୋତା ୨୩ ଖଣ୍ଡ କରି ଭୋଟ୍ ପାଇଛନ୍ତି
ପ୍ରଥମ ପସନ୍ଦ ଭୋଟରେ ଜିତିଲେ ମନେମାହନ ସାମଲ, ସୁଜିତ କୁମାର ଓ ସଂତୃପ୍ତ ମିଶ୍ର । ଦ୍ବିତୀୟ ପସନ୍ଦର ଭୋଟ୍ ସହାୟତାରେ ଜିତିଲେ ଦିଲୀପ ରାୟ ।




