ସରିଲା ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନର ଆଜି ଥିଲା ଶେଷ ଦିନ । ଜୁଲାଇ ୨୧ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନରେ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ କେବଳ ହଙ୍ଗାମା ହିଁ ଦେଖିବାକୁ ମିଳିଥିଲା । ଗତ ଗୋଟିଏ ମାସ ଧରି ବିଭିନ୍ନ ପ୍ରସଙ୍ଗରେ ସଂସଦର ଉଭୟ ସଦନରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ଖାସ୍ କରି ଏସଆଇଆର ପ୍ରସଙ୍ଗରେ ସରଗରମ ରହିଥିଲା ଗୃହ । ଯାହାପରେ ଆଜି ଲୋକସଭାକୁ ଅନିଶ୍ଚିତକାଳ ପର୍ୟ୍ୟନ୍ତ ସ୍ଥଗିତ ରଖାଯାଇଛି । ଏଥର ଲୋକସଭାର ଅଧିବେଶନରେ ମୋଟ ୧୨ଟି ବିଲ୍ ପାସ୍ ହୋଇଛି। ଲୋକସଭାର ଏହି ଅଧିବେଶନରେ ମୋଟ ୪୧୯ ପ୍ରଶ୍ନକୁ ସାମିଲ କରାଯାଇଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଏଥରର ମୌସୁମୀ ଅଧିବେଶନକୁ ବିଜୟୋତ୍ସବ ଅଧିବେଶନ କହିଥିଲେ । ତେବେ ପ୍ରଥମରୁ ହିଁ ବିରୋଧୀମାନେ ଗୃହରେ ହୋ ହଲ୍ଲା, ହଙ୍ଗାମା ଆରମ୍ଭ କରିଦେଇଥିଲେ । ଗତକାଲି ଏହି ଧାରା ମଧ୍ୟ ବଜାୟ ରହିଥିଲା । ଲୋକସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଲ୍ ଆଗତ କରିବା ସମୟରେ ବିରୋଧୀମାନେ ବିଲକୁ ଚିରି ତାଙ୍କ ଉପରକୁ ଫୋପାଡ଼ିଥିଲେ । ଯାହାକି ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା ।ମାସେ ଭିତରେ ମାତ୍ର ୩୬ ଘଣ୍ଟା ଚାଲିପାରିଲା ଲୋକସଭା, ରାଜ୍ୟସଭା ଚାଲିଲା ମାତ୍ର ଦୁଇ ଘଣ୍ଟା ଅଧିକ ଅର୍ଥାତ ୩୮ ଘଣ୍ଟା ।

  • Related Posts

    ଆଜିଠାରୁ PUCC ଯାଞ୍ଚ କଡ଼ାକଡ଼ି: ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା

    ଭୁବନେଶ୍ବର:ଆଜିଠାରୁ କଡ଼ାକଡ଼ି ହେବ PUCC ଯାଞ୍ଚ । ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା। ଆଜି ଠାରୁ ସାରା ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ…

    Continue reading
    ଜନତାଙ୍କ ଉପରେ ନପଡ଼ୁ ଯୁଦ୍ଧର ପ୍ରଭାବ: ପ୍ରଧାନମନ୍ତ୍ରୀ

    ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିରେ ଦେଶବାସୀଙ୍କୁ ସୁରକ୍ଷା ଦିଅ। ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ନିରନ୍ତର ସହିତ ଦରଦାମ ସ୍ଥିର ରଖ। ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବା CCS ବୈଠକରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ