ସସ୍ମିତଙ୍କ ବିରୋଧରେ ମେଳି

ଭୁବନେଶ୍ବର: ବିଜେଡିର ରାଜ୍ୟସଭାରେ ସଂସଦୀୟ ଦଳ ନେତା ସସ୍ମିତ ପାତ୍ରଙ୍କୁ ହଟାଇବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଦଳର ଅନ୍ୟ ସାଂସଦମାନେ ଏ ସମ୍ପର୍କରେ ସଭାପତିଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଏହି ପ୍ରସଙ୍ଗରେ କେହି ଗଣମାଧ୍ୟମରେ ମୁହଁ ଖୋଲି ନାହାନ୍ତି। ତେବେ ଏ ନେଇ ଚାଲିଥିବା ଚର୍ଚ୍ଚାକୁ ବି ଖଣ୍ଡନ କରିନାହାନ୍ତି। ରାଜ୍ୟସଭାରେ ଏବେ ବିଜେଡିର ୬ ସାଂସଦ ରହିଛନ୍ତି। ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ, ମାନସ ମଙ୍ଗରାଜ, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ ଓ ସଂତୃପ୍ତ ମିଶ୍ର। ୨୦୨୨ ମସିହାରୁ ସସ୍ମିତ ବିଜେଡିର ସଂସଦୀୟ ଦଳ ନେତା ରହିଛନ୍ତି। ସଂତୃପ୍ତ ରାଜ୍ୟସଭାରେ ଶପଥ ଗ୍ରହଣ କରିବା ଦିନ ହିଁ ସାଂସଦମାନେ ସସ୍ମିତଙ୍କୁ ହଟାଇବାକୁ ସଭାପତିଙ୍କୁ ପତ୍ର ଲେଖିବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ହଠାତ୍‌ କେଉଁ ପରିସ୍ଥିତିରେ ସାଂସଦମାନେ ସସ୍ମିତଙ୍କ ବିରୋଧରେ ମେଳି କଲେ ତାହା ରହସ୍ୟଜନକ ହୋଇପଡ଼ିଛି। କିନ୍ତୁ ସସ୍ମିତ କିମ୍ବା ଅନ୍ୟ ସାଂସଦମାନେ ଏ ସମ୍ପର୍କରେ କିଛି ପ୍ରତିକ୍ରିୟା ଦେଉ ନାହାନ୍ତି।

ଗତବର୍ଷ ୱକଫ୍‌ ବିଲ୍‌ ପ୍ରସଙ୍ଗରେ ବିଲ୍‌ ବିରୋଧରେ ବିଜେଡି ଭୋଟ୍‌ ଦେବ ବୋଲି ପୂର୍ବରୁ କୁହାଯାଇଥିଲେ ବି ଶେଷ ମୁହୂର୍ତ୍ତରେ ସାଂସଦମାନଙ୍କ ବିବେକ ଉପରେ ନିଷ୍ପତ୍ତି ଛାଡ଼ି ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କୁ ସୁହାଇଲା ପରି ଭୋଟ ଦେବାକୁ ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ସସ୍ମିତ ପାତ୍ର ଏପରି ନିଷ୍ପତ୍ତି ନେଇଥିବା ଅଭିଯୋଗ ହୋଇଥିଲା। ଦେବାଶିଷ ସାମନ୍ତରାୟ ଏହାକୁ ତୀବ୍ର ବିରୋଧ କରିବା ସହ ଉଭୟ ସସ୍ମିତ ଓ ପାଣ୍ଡିଆନଙ୍କ ଉପରେ ବର୍ଷିଥିଲେ।‌ ସେ ନିଜେ ମଧ୍ୟ ଭୋଟ ଦାନରୁ ବିରତ ରହିଥିଲେ। କେବଳ ମୁନା ଖାନ୍ ବିଲ୍‌ ବିରୋଧରେ ଭୋଟ ଦେଇଥିଲା ବେଳେ ଅନ୍ୟମାନେ ବିଲ୍‌ ସପକ୍ଷରେ ଯାଇଥିଲେ। ଏହି ପ୍ରସଙ୍ଗରେ ସସ୍ମିତ ସମାଲୋଚିତ ହୋଇଥିଲେ ବି ବାସ୍ତବରେ ନବୀନ ନିବାସରେ ହୋଇଥିବା ନିଷ୍ପତ୍ତିକୁ ହିଁ ସେ କାର୍ଯ୍ୟକାରୀ କରାଇଥିଲେ। କିନ୍ତୁ ବର୍ଷକ ପରେ ହଠାତ ତାଙ୍କ ବିରୋଧରେ ଏପରି ମେଳି ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଛି।

  • Related Posts

    ମହାପ୍ରଭୁଙ୍କ ପଥର ମୂର୍ତ୍ତି ପୂଜା କରିବା ମମତାଙ୍କୁ ପଡିପାରେ ମହଙ୍ଗା: ଜଗନ୍ନାଥ ସ୍ବାଇଁ ମହାପାତ୍ର

    ଭୁବନେଶ୍ୱର:ଏଥର ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନ । ଏମିତି କହିଲେ ମହାପ୍ରଭୁଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ମହାପ୍ରଭୁଙ୍କ ପଥର ମୂର୍ତ୍ତି ନିର୍ମାଣ,ଦିଦିଙ୍କୁ ପଡିପାରେ ମହଙ୍ଗା । ପଥର ମୂର୍ତ୍ତି ନିର୍ମାଣ ନକରିବାକୁ ପରାମର୍ଶ ଦେଇଥିଲେ ଜଗନ୍ନାଥ ସ୍ବାଇଁ ମହାପାତ୍ର ।…

    Continue reading
    ନବୀନଙ୍କ ଉଦ୍‌ବେଗ: ଯାଜପୁରର ବିକାଶ କାମରେ ସ୍ଥାଣୁତା

    ଯାଜପୁର: ଯାଜପୁର ଜିଲ୍ଲାର ବିଜେଡି ନେତାମାନେ ମଙ୍ଗଳବାର ସକାଳେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ଏକାଠି ହୋଇ ସିଧା ଯାଇଥିଲେ ନବୀନ ନିବାସକୁ। ସେଠାରେ ସୁପ୍ରିମୋ ନବୀନ ପଟ୍ଟନାୟକ ଜଣ ଜଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ