ସାଙ୍ଗକୁ ଜୀଅନ୍ତା ଜାଳିଦେବାକୁ ଉଦ୍ୟମ; ୨ ଗିରଫ

ପାରାଦୀପ: ପୋଲିସ ଧରିଲା ବୋଲି ସାଙ୍ଗକୁ ଜିଅନ୍ତା ଜାଳି ଦେବାକୁ ଉଦ୍ୟମ। ପାରାଦୀପ ନେହରୁବଙ୍ଗଳାରେ ନିକଟରେ ଘଟିଛି ଏଭଳି ଘଟଣା। ହତ୍ୟା ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କଲା ପାରାଦୀପ ସାମୁଦ୍ରିକ ଥାନା ପୁଲିସ। ଅଭିଯୁକ୍ତ ଦୁଇ ଜଣଙ୍କ ମଧ୍ୟରେ ଜଣେ ପୂର୍ବତନ କାଉନସିଲର ଥିବା ଜଣାପଡିଛି।
ଗତ ସନ୍ଧ୍ୟାରେ ନେହରୁବଙ୍ଗଳା ରାସ୍ତାରେ ପୁଲିସ ଚେକିଂ ଚାଲିଥିବା ସମୟରେ ପାରାଦୀପ ତାରିଣୀଗଡାର ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ବାଇକ ସହ ଧରା ପଡିଥିଲେ। ପୁଲିସଠାରୁ ଖସାଇ ନେବା ପାଇଁ ଉକ୍ତ ଯୁବକ ନେହରୁବଙ୍ଗଳାର ଦୁଇ ଜଣ ସାଙ୍ଗଙ୍କୁ ଫୋନ କରି ଡକାଇଥିଲେ।

ସାଙ୍ଗ ଦୁଇ ଜଣ ପହଞ୍ଚି ପୁଲିସ ସହ ହଙ୍ଗାମା କରିଥିଲେ। ପୁଲିସ ନ ଛାଡିବାରୁ ସେ ସ୍ଥାନରୁ ପଳେଇ ଯାଇ କିଛି ସମୟ ଭିତରେ ପେଟ୍ରୋଲ, ଦିଆସିଲି ସହ ଫେରିଥିଲେ। ବାଇକ ଏବଂ ସେମାନଙ୍କ ସାଙ୍ଗ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜାଳି ଦେବାକୁ ଉଦ୍ୟମ କରିଥିଲେ। ଏହା ଦେଖି ଉପସ୍ଥିତ ପୁଲିସ କର୍ମଚାରୀମାନେ ଯୁବକଙ୍କୁ ଉଦ୍ଧାର କରି ନେଇଥିଲେ। ଫଳରେ ଏକ ବଡ ଅଘଟଣ ଟଳି ଯାଇଥିଲା।

  • Related Posts

    ଚୌଦ୍ୱାର ଜେଲରୁ ଫେରାର୍ ରାଜା ସାହାଣୀ ଗିରଫ

    ଭୁୁବନେଶ୍ୱର : ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ଗୁରୁବାର ଗିରଫ ହୋଇଛି। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ…

    Continue reading
    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ