ସାବଧାନ, ଅନଲାଇନରେ ଆସୁଥିବା ନିମନ୍ତ୍ରଣ ପତ୍ର ଖୋଲନ୍ତୁନି

ଅନ୍‌ଲାଇନ୍‌ରେ ଆସୁଥିବା ନିମନ୍ତ୍ରଣ କାର୍ଡ ଖୋଲନ୍ତୁ ନାହିଁ! ସିଏ ବାହାଘର ବା ଜନ୍ମଦିନର ନିମନ୍ତ୍ରଣ କାର୍ଡ ହେଉ। ଯଦି ଖୋଲିବେ, ତାହାହେଲେ ଠକାମୀରେ ଶିକାର ହେବାର ଜଥେଷ୍ଟ ସମ୍ଭାବନା ରହିଛି। ଅଚିହ୍ନା ଲୋକଙ୍କଠାରୁ ହ୍ୱାଟ୍ସଆପ୍‌ ବା ଅନ୍ୟ କୌଣସି ସୋଶାଲ୍‌ ମିଡ଼ିଆରେ ଆସୁଥିବା ନିମନ୍ତ୍ରଣ କାର୍ଡକୁ ଖୋଲନ୍ତୁ ନାହିଁ। କେବଳ ଚିହ୍ନା ପରିଚିତ ଲୋକଙ୍କଠାରୁ ଆସୁଥିବା କାର୍ଡ଼କୁ ଅତି ସତର୍କତାର ସହ ଖୋଲନ୍ତୁ। ରାଜ୍ୟରେ ଏବେ ଏମିତି ଏକ ଠକାମୀ ଆରମ୍ଭ ହୋଇଥିବା ନେଇ ଭୁବନେଶ୍ୱର ଡିସିପି ପିନାକି ମିଶ୍ର କହିଛନ୍ତି।

ନୂଆଧରଣର ଏହି ଠକେଇରେ ପ୍ରଥମେ ଆପଣଙ୍କ ପାଖକୁ ଜନ୍ମଦିନ ବା ବିବାହ ନିମନ୍ତ୍ରଣ କାର୍ଡର ଏକ APK ଫାଇଲ୍‌ ଆସିବ। ଯଦି ଆପଣ ଏହାକୁ ଡାଉନଲୋଡ୍‌ ପାଇଁ କ୍ଲିକ୍‌ କରୁଛନ୍ତି, ତା’ହେଲେ ଆପଣଙ୍କ ମୋବାଇଲର ପୂରା ଆକ୍ସେସ୍‌ ସହ ବ୍ୟକ୍ତିଗତ ତଥ୍ୟ ଲୁଟେରାଙ୍କ ହାତକୁ ପଳାଇଯିବ। ଆଉ ତା’ପରେ ମୋବାଇଲ୍‌ ସହ ଲିଙ୍କ ବ୍ୟାଙ୍କ ଆକାଉଣ୍ଟର ଟଙ୍କା, ପର୍ସନାଲ୍‌ ଡିଟେଲ୍ସ ସବୁ ଗୋଲ୍। ନିକଟରେ ହିମାଚଳପ୍ରଦେଶରେ ସାମ୍ନାକୁ ଆସିଥିବା ଏଭଳି ଏକାଧିକ ଫ୍ରଡ୍‌ ସଂପର୍କରେ ଜଣାପଡ଼ିବା ପରେ ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ ମଧ୍ୟ ଏନେଇ ସତର୍କ କରିଛି।

ତେବେ କ’ଣ ଏହି APK ଫାଇଲ୍‌? ଏପିକେ ହେଉଛି ଆଣ୍ଡ୍ରଏଡ୍‌ ଆପ୍ଲିକେସନ୍ ପ୍ୟାକେଜ୍‌। ସରଳରେ କହିଲେ ପିଡିଏଫ୍‌ ଭଳି ଏକ ଫାଇଲ୍‌। ଯେଉଁଥିରେ ଭିଡିଓ ଓ ଇମେଜ ପଠାଯାଇଥାଏ। ତେଣୁ ଏହା ଜରିଆରେ ଦୂରଦୂରାନ୍ତରେ ଥିବା ବନ୍ଧୁଙ୍କ ପାଖକୁ ବାହାଘର ଇନଭିଟେସନ୍‌ କାର୍ଡ ହେଉ କି ଅନ୍ୟ ଯେ କୌଣସି ନିମନ୍ତ୍ରଣ କାର୍ଡ ପଠାଇବା ଏକ ସହଜ ମାଧ୍ୟମ ସାଜିଥିବାରୁ ୟାକୁ ଟାର୍ଗେଟ କରିଛନ୍ତି ସାଇବର ଲୁଟେରା। ବିଭିନ୍ନ ସୋଶାଲ୍‌ ସାଇଟରୁ କାହାର ବାହାଘର ହେଉଛି ଏବଂ କେଉଁମାନେ ବନ୍ଧୁ ପରିଜନ, ତାର ତଥ୍ୟ ସଂଗ୍ରହ କରି ସଂପୃକ୍ତ ବ୍ୟକ୍ତିଙ୍କୁ ସରପ୍ରାଇଜ କାର୍ଡ ପଠାଉଛନ୍ତି। ଆଉ କାର୍ଡ ଡାଉନଲୋଡ୍‌ ହେବା କ୍ଷଣି ମାଲୱେର ଦ୍ୱାରା ପୂରା ଫୋନକୁ ନିୟନ୍ତ୍ରଣକୁ ନେଇଯାଉଛନ୍ତି। ତେଣୁ ଅଜଣା ନମ୍ବରରୁ ଆସୁଥିବା ଏଭଳି ଏପିକେ ଫାଇଲ୍‌ ଥିବା ନିମନ୍ତ୍ରଣ କାର୍ଡରେ ଆଦୌ କ୍ଲିକ ନ କରିବାକୁ ପରାମର୍ଶ ଦେଇଛନ୍ତି ସାଇବର ଏକ୍ସପର୍ଟ।

କ୍ରାଇମବ୍ରାଞ୍ଚର ତଥ୍ୟ କହୁଛି, ଗତ ୪ ବର୍ଷ ଭିତରେ ଅର୍ଥାତ ୨୦୨୧ରୁ ୨୦୨୪ ଜୁନ ମଧ୍ୟରେ ରାଜ୍ୟରେ ୫ ଶହ ୧ କୋଟିରୁ ଅଧିକ ଟଙ୍କାର ଚୁନା ଲଗାଇଛନ୍ତି ସାଇବର ଠକ। ତେଣୁ ନୂଆ ନୂଆ ତରିକାର ଏଭଳି ଫ୍ରଡରୁ ବର୍ତ୍ତିବାକୁ ସତର୍କ ଓ ସଚେତନ ରହିବା ହିଁ ଏକମାତ୍ର ଉପାୟ।

Related Posts

ପ୍ରଦୂଷଣ ଯାଞ୍ଚ କେନ୍ଦ୍ରରେ ପୁଣି ଭିଡ଼ ଲାଗିଲାଣି

ଭୁବନେଶ୍ୱର : ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ଯାଞ୍ଚ ଆରମ୍ଭ ହୋଇଛି । ଟୋଲଗେଟ୍ ପାର୍ କଲେ, ମୋଟା ଅଙ୍କର ଇ-ଚାଲଣ କଟୁଛି । ହଜାରେ କି ଦୁଇ ହଜାର ନୁହେଁ, ଏକାବେଳକେ ୧୦ ହଜାର ଟଙ୍କା ଜରିମାନାର ମେସେଜ…

Continue reading
ଗ୍ୟାସ୍ କଳା ବଜାର ରୋକିବାକୁ ବାୟୋମେଟ୍ରିକ ବାଧ୍ୟତାମୂଳକ

ଭୁବନେଶ୍ବର: ଇରାନ ଯୁଦ୍ଧ ପାଇଁ ଭାରତରେ ଏଲ୍‌ପିଜି ସଙ୍କଟ ଦେଖାଦେଇଥିବା ବେଳେ ପିଏନ୍‌ଜି ଗ୍ୟାସ୍ ସଂଯୋଗ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏପରିସ୍ଥଳେ ଏଲପିଜି ସିଲିଣ୍ଡର କଳାବଜାରୀ ରୋକିବାକୁ ତୈଳ ଓ ଗ୍ୟାସ କମ୍ପାନୀଙ୍କ ପକ୍ଷରୁ ଗ୍ରାହକଙ୍କ ବାୟୋମେଟ୍ରିକ (ଆଙ୍ଗୁଠି ଓ…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ