ସିବିଆଇ ତଦନ୍ତ ଦାବି ଅପରିବର୍ତ୍ତିତ: ଜୟନାରାୟଣ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି ଅପରିବର୍ତ୍ତିତ । ଏହି ମାମଲାରେ ସିବିଆଇ ତଦନ୍ତ ଦରକାର । ବୁଧବାର ଏହା କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।

ସେ କହିଛନ୍ତି ଯେ ପୂର୍ବରୁ ବି ସିବିଆଇ ତଦନ୍ତ ପାଇଁ ଦାବି କରିଥିଲି, ଆଜି ବି କରୁଛି । ମୋ ଦାବି ଅପରିବର୍ତ୍ତିତ । ସିବିଆଇ ତଦନ୍ତ ପାଇଁ ପରିବାର ଲୋକ ସରକାରଙ୍କୁ ଭେଟି କହିଲେ ମୁଁ ଚାପ ପକାଇବି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏଥିସହ ଗତକାଲି ଠାରୁ ଆରମ୍ଭ ହୋଇଥିବା କ୍ରାଇମବ୍ରାଞ୍ଚ ପୁନଃ ତଦନ୍ତ ସମ୍ପର୍କରେ ମତ ରଖି ଶ୍ରୀ ମିଶ୍ର କହିଛନ୍ତି ଯେ ମାମଲାକୁ ୨ ବର୍ଷ ହୋଇଗଲାଣି । କେଉଁ କାଗଜ କୁଆଡେ଼ ଯାଇଥିବ କହିହେବନି ।

ପ୍ରକାଶ ଯେ ନବ ଦାସ ହତ୍ୟାକାଣ୍ଡର ପୁଣି ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ । ଗତକାଲି ନବ ଦାସଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଥିବାବେଳେ ଆଜି ଝାରସୁଗୁଡ଼ା ହସ୍ପିଟାଲ ଓ ବିମାନବନ୍ଦରରେ ପହଞ୍ଚି ପଚରାଉଚୁରା କରୁଛି କ୍ରାଇମ୍‌ବ୍ରାଞ୍ଚ ଟିମ୍ । ହତ୍ୟାକାଣ୍ଡ ଦିନ ନବଦାସଙ୍କୁ କେମିତି ଚିକିତ୍ସା ପ୍ରଦାନ କରାଯାଇଥିଲା, କେଉଁ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ, ତାଙ୍କୁ କେମିତି ଏୟାରଲିଫ୍ଟ କରାଗଲା, ଏୟାରଲିଫ୍ଟ ପ୍ରକ୍ରିୟାରେ କିଏ କିଏ ସାମିଲ ହୋଇଥିଲେ, ନବ ଦାସଙ୍କ ସହ କିଏ କିଏ ଥିଲେ, ହତ୍ୟାକାଣ୍ଡ ଦିନ କ’ଣ କ’ଣ ଘଟିଥିଲା ଏହି ସବୁ ଦିଗକୁ ନେଇ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ ।

ଗତକାଲି ନବ ଦାସଙ୍କ ଘରେ ପହଞ୍ଚି ବୟାନ ରେକର୍ଡ କରାଯାଇଥିଲା । କ୍ରାଇମ୍‌ବ୍ରାଞ୍ଚର ନୂଆ ତଦନ୍ତ ଅଧିକାରୀଙ୍କ ସମେତ ଜଣେ ମହିଳା ଅଧିକାରୀ ଗତକାଲି ନବ ଦାସଙ୍କ ପତ୍ନୀ ମୀନତି ଦାସ, ଝିଅ ଦୀପାଳି ଦାସ ଓ ପୁଅ ବିଶାଲ ଦାସଙ୍କ ବୟାନ ରେକର୍ଡ କରିଛନ୍ତି । ଆଜି ବି ନବ ଦାସଙ୍କ ଘରେ ପହଞ୍ଚି ପଚରା ଉଚୁରା କରୁଛି ତଦନ୍ତକାରୀ ସଂସ୍ଥା ।

  • Related Posts

    ବିଜେଡିରୁ ନିଲମ୍ବିତ ମୁକ୍ତିକାନ୍ତ ମଣ୍ଡଳ, ମଞ୍ଜୁଲତା ମଣ୍ଡଳ

    ଭୁବନେଶ୍ବର : ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଜେଡିରୁ ନିଲମ୍ବିତ। ସେହିପରି ମୁକ୍ତିକାନ୍ତଙ୍କ ପତ୍ନୀ ତଥା ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ ମଧ୍ୟ ବିଜେଡିରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କ ବିରୋଧରେ ଦଳର ସୁପ୍ରିମୋ…

    Continue reading
    ଆଜିଠୁ ଗାଁରେ ଡେରା ପକାଇବେ ବିଜେପି ନେତା, ଘରକୁ ଘର ବୁଲି ସଫଳତା ବଖାଣିବେ

    ଭୁବନେଶ୍ୱର: ଆଜିଠୁ ଗାଁକୁ ଯିବେ ବିଜେପି ନେତା । ଆସନ୍ତା ୧୨ ତାରିଖ ପର୍ୟ୍ୟନ୍ତ ଗାଁରେ ଡେରା ପକାଇବେ । ଘରକୁ ଘର ବୁଲି ସରକାରର ସଫଳତା ବଖାଣିବେ । ଏଭଳି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ