ସିବିଆଇ ତଦନ୍ତ ଦାବି ଅପରିବର୍ତ୍ତିତ: ଜୟନାରାୟଣ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି ଅପରିବର୍ତ୍ତିତ । ଏହି ମାମଲାରେ ସିବିଆଇ ତଦନ୍ତ ଦରକାର । ବୁଧବାର ଏହା କହିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ।

ସେ କହିଛନ୍ତି ଯେ ପୂର୍ବରୁ ବି ସିବିଆଇ ତଦନ୍ତ ପାଇଁ ଦାବି କରିଥିଲି, ଆଜି ବି କରୁଛି । ମୋ ଦାବି ଅପରିବର୍ତ୍ତିତ । ସିବିଆଇ ତଦନ୍ତ ପାଇଁ ପରିବାର ଲୋକ ସରକାରଙ୍କୁ ଭେଟି କହିଲେ ମୁଁ ଚାପ ପକାଇବି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏଥିସହ ଗତକାଲି ଠାରୁ ଆରମ୍ଭ ହୋଇଥିବା କ୍ରାଇମବ୍ରାଞ୍ଚ ପୁନଃ ତଦନ୍ତ ସମ୍ପର୍କରେ ମତ ରଖି ଶ୍ରୀ ମିଶ୍ର କହିଛନ୍ତି ଯେ ମାମଲାକୁ ୨ ବର୍ଷ ହୋଇଗଲାଣି । କେଉଁ କାଗଜ କୁଆଡେ଼ ଯାଇଥିବ କହିହେବନି ।

ପ୍ରକାଶ ଯେ ନବ ଦାସ ହତ୍ୟାକାଣ୍ଡର ପୁଣି ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ । ଗତକାଲି ନବ ଦାସଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଥିବାବେଳେ ଆଜି ଝାରସୁଗୁଡ଼ା ହସ୍ପିଟାଲ ଓ ବିମାନବନ୍ଦରରେ ପହଞ୍ଚି ପଚରାଉଚୁରା କରୁଛି କ୍ରାଇମ୍‌ବ୍ରାଞ୍ଚ ଟିମ୍ । ହତ୍ୟାକାଣ୍ଡ ଦିନ ନବଦାସଙ୍କୁ କେମିତି ଚିକିତ୍ସା ପ୍ରଦାନ କରାଯାଇଥିଲା, କେଉଁ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ, ତାଙ୍କୁ କେମିତି ଏୟାରଲିଫ୍ଟ କରାଗଲା, ଏୟାରଲିଫ୍ଟ ପ୍ରକ୍ରିୟାରେ କିଏ କିଏ ସାମିଲ ହୋଇଥିଲେ, ନବ ଦାସଙ୍କ ସହ କିଏ କିଏ ଥିଲେ, ହତ୍ୟାକାଣ୍ଡ ଦିନ କ’ଣ କ’ଣ ଘଟିଥିଲା ଏହି ସବୁ ଦିଗକୁ ନେଇ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ ।

ଗତକାଲି ନବ ଦାସଙ୍କ ଘରେ ପହଞ୍ଚି ବୟାନ ରେକର୍ଡ କରାଯାଇଥିଲା । କ୍ରାଇମ୍‌ବ୍ରାଞ୍ଚର ନୂଆ ତଦନ୍ତ ଅଧିକାରୀଙ୍କ ସମେତ ଜଣେ ମହିଳା ଅଧିକାରୀ ଗତକାଲି ନବ ଦାସଙ୍କ ପତ୍ନୀ ମୀନତି ଦାସ, ଝିଅ ଦୀପାଳି ଦାସ ଓ ପୁଅ ବିଶାଲ ଦାସଙ୍କ ବୟାନ ରେକର୍ଡ କରିଛନ୍ତି । ଆଜି ବି ନବ ଦାସଙ୍କ ଘରେ ପହଞ୍ଚି ପଚରା ଉଚୁରା କରୁଛି ତଦନ୍ତକାରୀ ସଂସ୍ଥା ।

  • Related Posts

    ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

    ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଅଞ୍ଚଳରେ ଜଣେ ଦଳିତ ନାବାଳିକାର ଗଣଦୁଷ୍କର୍ମ ସାମ୍ନାକୁ ଆସିବା ପରେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ ଓ ମହିଳା ଅସୁରକ୍ଷିତ ହୋଇପଡ଼ିଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କ ଅପାରଗତା ଏଥିପାଇଁ ଦାୟୀ ବୋଲି ବିଜୁ…

    Continue reading
    ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

    ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୨ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଓଡ଼ିଶା, ପଞ୍ଜାବ ଏବଂ ଆନ୍ଧ୍ରପ୍ରଦେଶରେ ୪୬୦୦ କୋଟି ଟଙ୍କା ବ୍ୟୟରେ ୪ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍‌କୁ ଅନୁମୋଦନ ମିଳିଛି, ଯାହାକୁ ସ୍ୱାଗତ କରିଛନ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    Promoting Ayush systems of medicine at global level

    MSDE Hosts Consultative Workshop to Drive National Scheme for ITI Upgradation in Odisha

    Nationwide Digital Life Certificate Campaign 4.0 from 1st to 30th November, 2025

    210 Panchayat Leaders to attend Independence Day Celebrations in New Delhi as Special Guests

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ଘନେଇଲା ଭାରତ-ପାକିସ୍ତାନ ଯୁଦ୍ଧ ଆଶଙ୍କା

    ଘନେଇଲା ଭାରତ-ପାକିସ୍ତାନ  ଯୁଦ୍ଧ ଆଶଙ୍କା