ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ

ଛତିଶଗଡ଼: ମାଲକାନଗିରି-ଛତିଶଗଡ଼ ସୀମା ଏମ୍ ଭି-୭୯ ଜିନ୍ଦଲଗୁଡ଼ା ନିକଟରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁଁ ହୋଇଛନ୍ତି। ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଥିବ ବେଳେ ଜଣେ ନକ୍ସଲ ମଧ୍ୟ ନିହତ ହୋଇଛନ୍ତି। ଆହତ ଯବାନ ଜଣଙ୍କ ହେଲେ ଡମ୍ବୁର ବଡ଼ ନାୟକ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଗୋଡ଼ରେ ୨ଟି ଗୁଳି ବାଜିଛି।

ଛତିଶଗଡ଼ରୁ କିଛି ନକ୍ସଲ ନଦୀ ପାର ହୋଇ ମାଲକାନଗିରି ଅଭିମୁଖେ ଆସୁଥିବା ସୁରକ୍ଷାକର୍ମୀମାନେ ଗୋଇନ୍ଦା ସୁତ୍ରରୁ ଖବର ପାଇଥିଲେ। ପରେ ସେହି ଅଞ୍ଚଳରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁ ମୁହିଁ ହୋଇଥିଲେ। ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ଚାଳନା କରିଥିଲେ। ସୁରକ୍ଷା କର୍ମୀମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ। ଗୁଳିବିନିମୟରେ ନକ୍ସଲ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି।ପରେ ନକ୍ସଲମାନେ ଛତ୍ର ଭଙ୍ଗ ଦେଇଥିବା ଜଣାପଡ଼ିଛି। ପରେ ସୁରକ୍ଷା କର୍ମୀମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

  • Related Posts

    ପୁଣି ଟାରିଫ୍ ଝଟକା: ଔଷଧ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇଲେ ଟ୍ରମ୍ପ

    ୱାଶିଂଟନ : ପୁଣି ଟ୍ରମ୍ପଙ୍କ ଟାରିଫ୍ ଝଟକା। ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପୁଣି ବିଶ୍ୱକୁ ଶୁକ୍ରବାର ଆଉ ଏକ ବଡ ଝଟକା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଔଷଧ ଉପରେ ଲଗାଇଛନ୍ତି ୧୦୦ ପ୍ରତିଶତ ଶୁଳ୍କ। ମଧ୍ୟପ୍ରାଚ୍ୟରେ ସଂଘର୍ଷ ମଧ୍ୟରେ…

    Continue reading
    ପ୍ରତିରକ୍ଷା ସଚିବଙ୍କୁ ବିଦା କଲା ଆମେରିକା

    ୱାଂଶିଟନ୍:ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକାରେ ଏକ ବଡ଼ ସାମରିକ ଅଦଳବଦଳ ହୋଇଛି। ଇରାନ ସହ ଯୁଦ୍ଧ ମଝିରେ ସେନାମୁଖ୍ୟଙ୍କୁ ବିଦା କଲା ଆମେରିକା।ପ୍ରତିରକ୍ଷା ସଚିବ ପିଟ ହେଗସେଥ ଆମେରିକୀୟ ସେନାର ମୁଖ୍ୟ ଜେନେରାଲ ଜର୍ଜଙ୍କୁ ତୁରନ୍ତ ଅବସର ନେବାକୁ କହିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ