
କଟକ: ପୁଲିସ ହାତରେ ସେକ୍ସଟର୍ସନ ସର୍ଦ୍ଦାର । ଦିଲ୍ଲୀରୁ ଉଠାଇ ଆଣିଲା କଟକ କମିଶନନେଟର ସ୍ବତନ୍ତ୍ର ଟିମ୍ । ଜଣେ ନାଇଜେରିଆନ ଯୁବକକୁ ଦିଲ୍ଲୀରୁ ଗିରଫ କରିବା ପରେ ଟ୍ରାନଜିଟ୍ ରିମାଣ୍ଡରେ ଆଣିଲା ପୁଲିସ । ଅଭିଯୁକ୍ତ ପାଖରୁ ମିଳିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଫେକ୍ ଆଇଡିରେ ଯୁବତୀଙ୍କୁ କରୁଥିଲା ଟାର୍ଗେଟ । ନିଜକୁ ଡାକ୍ତର କହି ଯୁବତୀଙ୍କ ସହ ବାନ୍ଧୁଥିଲା ସର୍ମ୍ପକ । ନିଜର ପରିଚୟ ଲୁଚାଇ ଫେସବୁକରୁ ନେଉଥିଲା ହ୍ବାଟସଅପ ନମ୍ବର । ଫୋନ ନମ୍ବର ପାଇବା ପରେ ଆରମ୍ଭ କରୁଥିଲା ଅପରେସନ ସେକ୍ସଟର୍ସନ । ସର୍ମ୍ପକ ସ୍ଥାପନ କରି ଭଏସ କଲ ଓ ମେସେଜରେ କଥା ହେଉଥିଲା । କୌଶଳକ୍ରମେ ନ୍ୟୁଡ୍ ଭିଡିଓ ପାଇବା ପରେ ବ୍ଲାକମେଲ କରୁଥିଲା । ମୋଟା ଅଙ୍କର ଟଙ୍କା ନଦେଲେ ଭିଡିଓ ଭାଇରାଲ ଧମକ ଦେଉଥିଲା । ପୁଲିସ ହାତରେ ଅଭିଯୁକ୍ତର ୮ ସିମ କାର୍ଡ ଓ ୫ଟି ମୋବାଇଲ ଫୋନ । ୩ହଜାର ଯୁବତୀଙ୍କୁ ସେକ୍ସଟର୍ସନ ପାଇଁ କରିଥିଲା ତାଲିକା । କଟକର ଜଣେ ଯୁବତୀଙ୍କୁ ବ୍ଲାକମେଲ କରିବା ପରେ ଆତ୍ମହତ୍ୟା କରିଥିଲେ ।