ସେପ୍ଟେମ୍ବରରୁ ବିଏମସି କୁକୁର ଗଣିବ

ଭୁବନେଶ୍ବର: ସେପ୍ଟେମ୍ବର ଦ୍ଵିତୀୟ ସପ୍ତାହରୁ ବିଏମସି ପକ୍ଷରୁ କୁକୁର ଗଣନା ଆରମ୍ଭ ହେବ। ଭୋର ସମୟରେ ଗଣନା କରାଯିବ। ଏହି ସମୟରେ ଚାରିଆଡେ ଶୁନଶାନ ଥିବାରୁ କୁକୁରମାନେ ରାସ୍ତା ଉପରେ ମେଳି ହୋଇଥାନ୍ତି। ତେଣୁ ଏହି ସମୟରେ ସହଜରେ ଗଣନା କରାଯାଇପାରିବ ବୋଲି ବିଏମସି ବିଏମସି କମିସନର ଚଞ୍ଚଳ ରାଣା କହିଛନ୍ତି।ସ୍ଵଛସାଥୀ, ସଫେଇ କର୍ମୀଙ୍କ ସହ ବିଏମସି ଅଧିକାରୀମାନେ ମଧ୍ୟ କୁକୁର ଗଣନା କାର୍ୟ୍ୟରେ ସାମିଲ ହେବେ। ଗଣନା ପୂର୍ବରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ସପ୍ତାହେ ରୁ ୧୦ ଦିନ ମଧ୍ୟରେ ଭୁବନେଶ୍ୱରରେ ଏହି ଗଣନା ଶେଷ ହେବ।
ଭେଟେନାରୀ ଡାକ୍ତରଙ୍କ ପରାମର୍ଶ ନେଇ ପ୍ରତି ୱାର୍ଡରେ ଏକକାଳୀନ ଗଣନା ଆରମ୍ଭ ହେବ। ପ୍ରତି ୱାର୍ଡ ପାଇଁ ୩ ରୁ ୪ ଜଣ ଅଧିକାରୀ କୁକୁର ଗଣନା କାର୍ୟ୍ୟରେ ନିୟୋଜିତ ହେବେ। ଏହି ଗଣନା ପରେ କେଉଁ ଅଞ୍ଚଳରେ କେତେ କୁକୁର ଅଛନ୍ତି ଜଣାପଡ଼ିବ।

  • Related Posts

    ସୋମବାରଠୁ ଭିତର ରତ୍ନଭଣ୍ଡାର ଗଣତି ମଣତି

    ପୁରୀ: ଆଜି ସରିବ ବାହାର ରତ୍ନ ଭଣ୍ଡାର ଗଣତି ମଣତି। ଗତକାଲି ତୃତୀୟ ଦିନରେ ବାହାର ରତ୍ନଭଣ୍ଡାର ଅଳଙ୍କାରର ପ୍ରାୟ ୯୦% ଅଳଙ୍କାରର ଗଣତି ମଣତି ସରିଛି। ସମସ୍ତ ଅଳଙ୍କାରର ଥ୍ରୀଡୀ ମ୍ୟାପିଂ ସହ ଭିଡିଓଗ୍ରାଫି ଓ ଫଟୋଗ୍ରାଫି ହୋଇଛି। ଆସନ୍ତା…

    Continue reading
    କ୍ୟାବିନେଟ ନିଷ୍ପତ୍ତି : କେନ୍ଦୁଝର ଜିଲ୍ଲାରେ ୧୬୪୭କୋଟି ଟଙ୍କାର ଅତ୍ୟାଧୁନିକ ଗ୍ରୀଡ୍ ସବଷ୍ଟେସନ

    ଭୁବନେଶ୍ୱର: ରାଜ୍ୟରେ ଶକ୍ତି, ପରିବହନ ଓ ପାନୀୟ ଜଳ କ୍ଷେତ୍ର ସମେତ ୫ଟି ବିଭାଗର ମୋଟ ୧୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କେନ୍ଦୁଝରରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ