ସେବା ପକ୍ଷ: ୨୧ରେ “ମୋଦୀ ଯୁବା ମାରାଥନ”କରିବ ବିଜେପି ଯୁବ ମୋର୍ଚ୍ଚା

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଦେଶର ଯୁବାବର୍ଗର ଉନ୍ନତି ପାଇଁ ଅନେକ ଉଲ୍ଲେଖନୀୟ କାର୍ୟ୍ୟ କରିଛନ୍ତି। ଯୁବକମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ତାଙ୍କ ପ୍ରୟାସ ଯୋଗୁ ସାରା ବିଶ୍ୱରେ ଭାରତର ଯୁବବର୍ଗ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। କେବଳ ଯୁବବର୍ଗ ନୁହେଁ ସମାଜ ପ୍ରତ୍ୟେକ କ୍ଷେତ୍ରରେ ମୋଦିଜୀଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ସମାଜର ଗରିବ ଓ ଶୋଷିତ ବର୍ଗର ଉତ୍‌ଥାନ ପାଇଁ କାର୍ୟ୍ୟକରି ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସମସ୍ତେ ମୋଦିଜୀଙ୍କ ଭଳି ସାମାଜିକ କାର୍ୟ୍ୟରେ ନିଜକୁ ସାମିଲ କରିବା ପାଇଁ ମୋଦିଜୀଙ୍କ ଜନ୍ମଦିନକୁ ସେବା ଦିବସ ଭାବେ ପାଳନ କରନ୍ତି। ତାଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପର୍ୟ୍ୟନ୍ତ ସେବା ପକ୍ଷ ଭାବେ ପାଳନ କରାଯାଏ। ଚଳିତ ବର୍ଷ ମୋଦିଜୀଙ୍କ ୭୫ ତମ ଜନ୍ମଦିବସ ପଡୁଥିବାରୁ ଏହାକୁ ସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ ବୃକ୍ଷଚାରା ରୋପଣଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମ ବିଜେପି, ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆୟୋଜନ କରାଯିବ। ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୨୧ରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ସବୁଠାରୁ ଆକର୍ଷଣୀୟ କାର୍ୟ୍ୟକ୍ରମ “ମୋଦୀ ଯୁବା ମାରାଥନ” ଆୟୋଜନ କରାଯିବ ବୋଲି ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା ସୂଚନା ଦେଇଛନ୍ତି।
ଶ୍ରୀ ପଣ୍ଡା କହିଛନ୍ତି ଯେ, ଆଜିର ବହୁ ଯୁବବର୍ଗ ନିଶାରେ କବଳିତ ହୋଇ ଦିଗହରା ହେବାରେ ଲାଗିଛନ୍ତି। ସେମାନଙ୍କୁ ସେବା ପକ୍ଷରେ ସଚେତନ କରି ନିଶାମୁକ୍ତ ଭାରତ ଗଠନ ପାଇଁ ଆହ୍ୱାନ ଦେବା ସହ ଅନିୟମିତ ଜୀବନ ଶୈଳୀ ନିୟନ୍ତ୍ରିତ କରିବା ଉଦ୍ଦେଶ୍ୟରେ ସାରା ଭାରତର ୭୫ ସ୍ଥାନରେ ମୋଦି ଯୁବ ମାରାଥନ ଆୟୋଜନ କରାଯିବ। ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର୨୧ ତାରିଖରେ ସକାଳ ୬ଟା୧୫ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ପର୍ୟ୍ୟନ୍ତ ଗଣଦୌଡ଼ ଅନୁଷ୍ଠିତ ହେବ। ଏଥିରେ ସାରା ରାଜ୍ୟରେ ୧୦ହଜାରରୁ ଊର୍ଦ୍ଧ୍ୱ ଯୁବବର୍ଗ ସାମିଲ ହେବେ। ଏନେଇ ୭ ସେପ୍ଟେମ୍ବରରୁ ସାରା ଦେଶରେ କ୍ୟାମ୍ପେନ ଆରମ୍ଭ ହୋଇଛି। ଏହାକୁ ରାଷ୍ଟ୍ରୀୟ କାର୍ୟ୍ୟାଳୟରେ ଦେଶର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡବୀୟ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ତେଜସ୍ୱୀ ସୁର୍ୟ୍ୟା, ଦେଶର ଫିଟନେସ୍ ଆଇକନ୍ ମିଲିନ୍ଦ ସୋମନ ଉଦ୍‌ଘାଟନ କରିଥିଲେ। ଏହି ମାରାଥନକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଭାଗିତା ଜରୁରୀ ବୋଲି ପଣ୍ଡା କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ମୋର୍ଚ୍ଚା ରାଜ୍ୟ ସମ୍ପାଦକ ସୁବ୍ରତ ବିଶ୍ୱାଳ, ମାନସ କୁମାର ସାହୁ, ରାଜ୍ୟ ସଂଯୋଜକ ଚଣ୍ଡୀପ୍ରସାଦ ବେହେରା ଉପସ୍ଥିତ ଥିଲେ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ