ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସାକ୍ଷାତ କଲେ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ତଥା ବିଶିଷ୍ଟ ଗାୟକ ଅନୁରାଗ କୀର୍ତି

ଭୁବନେଶ୍ୱର,02/09: ଦେଶରେ ବହୁଳ ଭାବେ ଆଦୃତି ଲାଭ କରିଥିବା ଭକ୍ତିଭାବପୂର୍ଣ୍ଣ ମ୍ୟୁଜିକ ଭିଡ଼ିଓ ‘ଭୋଲେନାଥ‘ର ଗାୟକ ଏବଂ ଅଭିନେତା ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ର ଅନୁରାଗ କୀର୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଶନିବାର ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଜି ମ୍ୟୁଜିକ୍ ବ୍ୟାନରରେ ମୁକ୍ତି ଲାଭ କରିଥିବା କୀର୍ତିଙ୍କର ଏହି ଭାବପୂର୍ଣ୍ଣ ସଂଗୀତକୁ ବିଶିଷ୍ଟ ଗୀତିକାର ତଥା ସଂଗୀତ ନିର୍ଦ୍ଦେଶକ କୌଶଳ କିଶୋର ପ୍ରସ୍ତୁତ କରିଥିବା ବେଳେ ସଂଗୀତ ପ୍ରେମୀଙ୍କ ମଧ୍ୟରେ ଏହା ଖୁବ୍ ପ୍ରଶଂସିତ ହେବାରେ ଲାଗିଛି ।
ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରୁ ଇନ୍‌ଫର୍ମେସନ୍ ଟେକ୍ନୋଲଜିରେ ଶିକ୍ଷା ଲାଭ କରି ୨୦୧୫ରେ କୀର୍ତି ପାସ କରିଥିଲେ ।
ଆଇଟିଇଆରରେ ଅଧ୍ୟୟନ କରୁଥିବା ବେଳେ ସେ ବିଭିନ୍ନ ସାଂସ୍କୃତିକ ଏବଂ କଳାତ୍ମକ କାର୍ଯ୍ୟରେ ନିଜକୁ ସଂଶ୍ଳିଷ୍ଟ ରଖିଥିଲେ । ବର୍ତମାନ ସେ ଭାରତର ଏକ ଅଗ୍ରଣୀ ମଲ୍ଟିନ୍ୟାସ୍‌ନାଲ୍ କମ୍ପାନୀରେ ଟ୍ୟାଲେଂଟ ଆକ୍ୟୁଜିସନ୍ ଲିଡ ଭାବେ କାର୍ଯ୍ୟରତ ଅଛନ୍ତି ।
ପ୍ରଫେସର ନାୟକ କୀର୍ତିଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତରେ ତାଙ୍କର ଉତରୋତର ସଫଳତା କାମନା କରିଥିଲେ । ନିଜ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରି କୀର୍ତି କହିଛନ୍ତି ଯେ ସେ ପ୍ରାୟ ଗୋଟିଏ ଦଶନ୍ଧି ଓଡ଼ିଶାରେ ବିତାଇଥିବା ବେଳେ ରାଜ୍ୟର ବଳିଷ୍ଠ ସଂସ୍କୃତି ଏବଂ ଓଡ଼ିଆ ଭାଷା ପ୍ରତି ବେଶ ଆକୃଷ୍ଟ ହୋଇଥିଲେ । “ଓଡ଼ିଶା ମୋତେ ବହୁତ କିଛି ଶିଖାଇଛି ଏବଂ ମୋର ଏହି ରାଜ୍ୟ ଏବଂ ଏହାର ଲୋକଙ୍କ ପାଇଁ ଯଥେଷ୍ଟ ସମ୍ମାନ ରହିଛି” ବୋଲି ସେ କହିଥିଲେ ।

  • Related Posts

    ହାଇକୋର୍ଟ ଗେଟ୍ ଆଗରେ ୩୪ ପୋଡି ପାଉଁଶ

    କଟକ: ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି ହୁତୁହୁତୁ ହୋଇ ଜଳିଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ…

    Continue reading
    ଶ୍ଵାସରୁଦ୍ଧ ହୋଇ ୨ ମୃତ

    ସମ୍ବଲପୁର: ଆଜି ସକାଳ ପ୍ରାୟ ୯ଟାରେ ବାମରା ବ୍ଲକ କେଶାଇବାହାଲ ଠାରେ ନୂତନ ଭାବେ ତିଆରି ହୋଇଥିବା ଶୌଚାଳୟ ଟାଙ୍କି ଭିତରକୁ ପଶି ସେଣ୍ଟରିଂ ଖୋଳୁଥିବା ବେଳେ ୪ଜଣ ଗୁରୁତର ହୋଇ ପଡ଼ିଥିଲେ । ସେଥି ମଧ୍ୟରୁ ୨ ଜଣ ବ୍ୟକ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ