ସୋଆ ବିଶ୍ୱବିଦ୍ୟାଳୟରେ ରାଗିଂ ବିରୋଧୀ ସପ୍ତାହ ପାଳିତ

ଭୁବନେଶ୍ୱର,: ନିକଟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ର୍ୟାଗିଂ ବିରୋଧୀ ସପ୍ତାହ ପାଳନ ହୋଇଯାଇଛି । ବିଶ୍ୱବିଦ୍ୟାଳୟ ପରିଚାଳିତ ସମସ୍ତ ଶିକ୍ଷାନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟ ସ୍ତରରେ ଅଗଷ୍ଟ ୧୨ ରୁ ୧୮ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରାଯାଇଥିଲା ।
ଏହି ଉପଲକ୍ଷେ ଏକ ର୍ୟାଗିଂ ମୁକ୍ତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ନିମନ୍ତେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଅଗଷ୍ଟ ୧୨ରେ ବିଶ୍ୱବିଦ୍ୟାଳୟରେ ର୍ୟାଗିଂ ବିରୋଧୀ ଦିବସ ପାଳିତ ହୋଇଥିଲା । ଏଥିରେ ଶପଥ ଗ୍ରହଣ ଉତ୍ସବ, ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମ୍ବେଦନଶୀଳତା ବୃଦ୍ଧି ଓ ସଚେତନତା ସୃଷ୍ଟି ନିମନ୍ତେ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଥିଲା । ବିଭିନ୍ନ ଶିକ୍ଷାନୁଷ୍ଠାନର ର୍ୟାଗିଂ ବିରୋଧୀ କମିଟି ଓ ହଷ୍ଟେଲ ଅଧୀକ୍ଷକମାନେ ଏହା ପରିଚାଳନା କରିଥିଲେ । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ପୋଷ୍ଟର ତିଆରି, ସ୍ଲୋଗାନ୍ ଲେଖିବା, ନୁକଡ଼ ନାଟକ, ବିତର୍କ, କୁଇଜ, ପ୍ରବନ୍ଧ ଏବଂ ରଙ୍ଗୋଲି ଭଳି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ମଧ୍ୟ ଦେଇ ପରସ୍ପର ପ୍ରତି ସମ୍ମାନ ପ୍ରକାଶ ତଥା ମର୍ଯ୍ୟାଦାର ଗୁରୁତ୍ୱ ଏବଂ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଅନ୍ତର୍ଭୁକ୍ତତାକୁ ପ୍ରାଧାନ୍ୟ ଦିଆଯାଇଥିଲା । ଏହି ସପ୍ତାହର ପୁରସ୍କାର ବିତରଣୀ ଓ ସମ୍ବର୍ଦ୍ଧନା ଉତ୍ସବ ଅଗଷ୍ଟ ୧୮ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶ୍ୱବିଦ୍ୟାଳୟର କୁଳପତି, ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଡିନ୍ (ଛାତ୍ର ମଙ୍ଗଳ) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଅନ୍ୟାନ୍ୟ ଡିନ୍, ନିଦେ୍ର୍ଧଶକ, ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ର୍ୟାଗିଂ ବିରୁଦ୍ଧରେ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ପ୍ରଫେସର ନନ୍ଦ କହିଥିଲେ ଯେ ବିଶ୍ୱବିଦ୍ୟାଳୟ ର୍ୟାଗିଂକୁ ସଂପୂର୍ଣ୍ଣ ବିରୋଧ କରେ । ଏହା ସହିତ ଛାତ୍ରଛାତ୍ରୀମାନେ ପରସ୍ପର ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ପରସ୍ପରର ବିଶ୍ୱାସ ଭାଜନ ହେବା ଆବଶ୍ୟକ ବୋଲି ସେ କହିଥିଲେ ।ଫ୍ୟାକଲ୍ଟି କୋଅର୍ଡିନେଟର ଡକ୍ଟର ଅଂଶୁମାନ ଜେନା ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ଓ ଏକତା ବୃଦ୍ଧି ନିମନ୍ତେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ ।ଏହି ଉପଲକ୍ଷେ ଏକ ସନେ୍ଦଶ ଦିଆଯାଇଥିଲା ଯାହାର ଅର୍ଥ ହେଲା “ର୍ୟାଗିଂ ବିଭକ୍ତ କରେ ମାତ୍ର ପରସ୍ପର ପ୍ରତି ସମ୍ମାନ ଏକତା ବଢ଼ାଏ । ଆମେ ଏକତ୍ର ଶପଥ ନେଉଛୁ ଯେ ବିଶ୍ୱବିଦ୍ୟାଳୟରେ ପରସ୍ପର ପ୍ରତି ସମ୍ମାନ, ମର୍ଯ୍ୟାଦା ଓ ବନ୍ଧୁତ୍ୱ ବୃଦ୍ଧି ନିମନ୍ତେ ଉଦ୍ୟାମ ଜାରି ରଖିବୁ ।”

  • Related Posts

    ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ଭୁବନେଶ୍ବର: ବିଶ୍ବର ସର୍ବବୃହତ ରାଜନୈତିକ ଦଳ ବିଜେପିର ଆଜି ୪୬ ତମ ପ୍ରତିଷ୍ଠା ଦିବସ । ୪୫ ବର୍ଷ ତଳେ ଆଜିର ଦିନରେ ଅର୍ଥାତ ୬ ଏପ୍ରିଲ ୧୯୮୦ରେ ତିଆରି ହୋଇଥିଲା ଭାରତୀୟ ଜନତା ପାର୍ଟୀ। ବିଜେପିର ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା…

    Continue reading
    କଟକ ନେତାଜୀ ବସ ଟର୍ମିନାଲ ସ୍ଥାନାନ୍ତର ଦାବି ଉଠାଇଲେ ଭର୍ତ୍ତୃହରି

    କଟକ : କଟକ ନେତାଜୀ ବସ ଟର୍ମିନାଲରେ ସ୍ଥାନାନ୍ତର ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଦାବି । ଭର୍ତ୍ତୃହରି କହିଛନ୍ତି, କଟକ ବସ ଗମନାଗମନ ସୁଗମ କରିବାକୁ କାଠଯୋଡ଼ି ଉପରେ ୧୩୦ କୋଟି ଟଙ୍କା ବ୍ୟୟରେ ୬ ଲେନ୍ ସେତୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ