ସୋଫିଆଙ୍କ କ୍ରସ ଭୋଟିଂ!

ଭୁବନେଶ୍ୱର: କଂଗ୍ରେସ ବିଧାୟିକା ସୋଫିଆ ଫିଦେ୍ର୍ଧାସ କ୍ରସ ଭୋଟିଂ କରିଛନ୍ତି । ବିଜେଡି ସହ କଂଗ୍ରେସର ବୁଝାମଣା ସମ୍ପର୍କୀତ ଦଳୀୟ ନିଷ୍ପତ୍ତିକୁ ନେଇ ପୂର୍ବରୁ ସୋଫିଆ ନିଜର ଅସନ୍ତୋଷ ଝାଡ଼ିଥିଲେ । ମିଳିତ ପ୍ରାର୍ଥୀ ଡ.ଦତ୍ତେଶ୍ୱର ହୋତାଙ୍କୁ ନେଇ ମଧ୍ୟ ସେ ଆପତ୍ତି ଉଠାଇଥିଲେ । ବିଜେଡି ଓ କଂଗ୍ରେସ ମୁଖିଆ ତାଙ୍କ ନାମ ଏକାଠି ଘୋଷଣା କରିଥିଲେ କଂଗ୍ରେସର ଇଜ୍ଜତ ରହିଯାଇଥାନ୍ତା ବୋଲି ସେ କହିଥିଲେ ।

ଦଳର ଦୁଇ ପ୍ରଭାବଶାଳୀ ବିଧାୟକ ଦାଶରଥି ଗମାଙ୍ଗ ଏବଂ ରମେଶ ଜେନା ଦଳୀୟ ହୁଇପ୍‌କୁ ଅମାନ୍ୟ କରି କ୍ରସ୍-ଭୋଟିଂ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତିରେ ଚହଳ ପଡ଼ିଯାଇଛି । ବିଶେଷ କରି ମୋହନା ବିଧାୟକ ଦାଶରଥୀ ଗମାଙ୍ଗଙ୍କ ରୋଚକ ମନ୍ତବ୍ୟ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।ସେ କହିଛନ୍ତି, ପାହାଡ ଉପରେ ଥିଲି। ମୋ ମୋବାଇଲରେ ନେଟୱର୍କ ନଥିଲା। ପିସିସ ସଭାପତି ଯାହାକୁ କହିଲେ ତାଙ୍କୁ ଦେଲି। ଗତ କିଛି ଦିନ ହେବ ଦାଶରଥୀଙ୍କ ପତ୍ତା ମିଳୁନଥିଲା। ଦଳ ଉପରେ ଦଳ ନୋଟିସ୍ ଜାରି କରୁଥିଲେ ମଧ୍ୟ ସେ ପାର୍ଟି ଅଫିସ୍ ଆସିନଥିଲେ। ହେଲେ ଆଜି ସିଧା ବିଧାନସଭାରେ ପହଞ୍ଚି ଭୋଟ୍ ଦେଇଛନ୍ତି ଦାଶରଥୀ। ଅନ୍ୟପଟେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ମଧ୍ୟ ସସପେନ୍ସ ବଢ଼ାଇଛନ୍ତି। ସେ ଭୋଟ୍ ତ ଦେଲେ, ହେଲେ କାହାକୁ ଦେଲେ ସେ କଥା ସ୍ପଷ୍ଟ କଲେନି। ଦଳୀୟ ହ୍ୱିପ୍ ମାନିଛନ୍ତି ନା କ୍ରସ୍ ଭୋଟିଂ କରିଛନ୍ତି, ତାକୁ ନେଇ ଏବେ କଂଗ୍ରେସ ଶିବିରରେ ଛନକା ପଶିଛି।
କଂଗ୍ରେସର ନିର୍ବାଚନ ଏଜେଣ୍ଟ ତଥା ପିସିସି ସଭାପତି ଭକ୍ତ ଚରଣ ଦାସ ଏହି କ୍ରସ୍-ଭୋଟିଂ ନେଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଭକ୍ତ ଦାସ ଅଭିଯୋଗ କରିଛନ୍ତି ଯେ, ଦାଶରଥି ଗମାଙ୍ଗ ଓ ରମେଶ ଜେନା ଦଳୀୟ ଆଦେଶ ବା ‘ହୁଇପ୍’କୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଛନ୍ତି । ସେମାନେ ନିଜ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ନଦେଇ ଅନ୍ୟତ୍ର ଭୋଟ୍ ଦେଇଥିବା ଦେଖିବାକୁ ମିଳିଛି । ଦଳୀୟ ଅନୁଶାସନ ଭଙ୍ଗ କରାଯାଇଛି, ତେଣୁ ଏହି ଭୋଟ୍‌କୁ ରଦ୍ଦ କରାଯାଉ କିମ୍ବା ଆମ ଅଭିଯୋଗକୁ ଗ୍ରହଣ କରି ଉଚିତ୍ ବିଚାର କରାଯାଉ ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ