ସ୍କିମାଟିକ୍ ଶିକ୍ଷକଙ୍କ ନିୟମିତକରଣ ଉପରେ ହାଇକୋର୍ଟଙ୍କ ରହିତାଦେଶ

କଟକ: ପ୍ରାୟ ୧୩ହଜାରରୁ ଅଧିକ ଚୁକ୍ତିଭିତ୍ତିକ ଜୁନିୟର ଶିକ୍ଷକ(ସ୍କିମାଟିକ)ମାନଙ୍କୁ ରାଜ୍ୟ ସରକାର ନିୟମିତ କରିବା ପ୍ରସଙ୍ଗ ଏବେ ଆଇନଗତ ବିବାଦ ଭିତରେ ଫସିଯାଇଛି। ପୂର୍ବରୁ ନିଯୁକ୍ତ ଜୁନିୟର ଶିକ୍ଷକମାନଙ୍କ ବରିଷ୍ଠତାକୁ ଅଣଦେଖା କରି ରାଜ୍ୟ ସରକାର ଗତ ଏପ୍ରିଲ ୨ତାରିଖରେ କେବଳ ସମସ୍ତ ସ୍କିମାଟିକ୍ ଶିକ୍ଷକମାନଙ୍କୁ ନିୟମିତ କରିଥିବାରୁ ଏହା ଉପରେ ଓଡ଼ିଶା ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତିକୁ କାର୍ୟ୍ୟକାରୀ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଅନୁସାରେ, ରାଜ୍ୟ ସରକାର ଏପ୍ରିଲ ୨ତାରିଖରେ ସମସ୍ତ ସ୍କିମାଟିକ୍ ଶିକ୍ଷକଙ୍କୁ ନିୟମିତ କରିବା ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବା ପରେ ଏହାକୁ ପଂଚାନନ ଜେନା ଓ ଅନ୍ୟମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁ ପୂର୍ବରୁ କାର୍ୟ୍ୟରତ ଥିବା ଜୁନିୟର ଶିକ୍ଷକମାନଙ୍କ ବରିଷ୍ଠତା ପ୍ରଭାବିତ ହେବ ବୋଲି ଦର୍ଶାଇ ଏପ୍ରିଲ ୧୭ତାରିଖରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାହାର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣି ପର୍ୟ୍ୟନ୍ତ ୨୦୨୬ ଏପ୍ରିଲ ୨ତାରିଖରେ ଜାରି ବିଜ୍ଞପ୍ତିକୁ କାର୍ୟ୍ୟକାରୀ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରୀ ପଂଚାନନ ଜେନା ଓ ଅନ୍ୟମାନଙ୍କ ପକ୍ଷରୁ ଓକିଲ କୁନାଲ କୁମାର ସ୍ୱାଇଁ ଯୁକ୍ତି ଦର୍ଶାଇଥିଲେ ଯେ,ତାଙ୍କ ମହକିଲ ୨୦୧୮ ମସିହାରେ ଚୁକ୍ତିଭିତ୍ତିକ ଜୁନିୟର ଶିକ୍ଷକ ଭାବେ ଚାକିରିରେ ଯୋଗ ଦେଇଥିଲେ ଓ ୬ବର୍ଷ ପରେ ଅର୍ଥାତ୍ ୨୦୨୪ ଡିସେମ୍ବର ୧୧ତାରିଖରେ ସେମାନେ ନିୟମିତ ଶିକ୍ଷକ ହୋଇଥିଲେ। କିନ୍ତୁ ରାଜ୍ୟ ସରକାରଙ୍କ ଏପ୍ରିଲ ୨ତାରିଖ ବିଜ୍ଞପ୍ତି ଅନୁସାରେ ୨୦୨୩-୨୪ରେ ନିଯୁକ୍ତି ପାଇଥିବା ଜୁନିୟର ଶିକ୍ଷକ(ସ୍କିମାଟିକ)ମାନଙ୍କୁ ସେମାନଙ୍କ ଯୋଗଦାନ ତାରିଖରୁ ହିଁ ନିୟମିତ ମାନ୍ୟତା ପ୍ରଦାନ କରାଯାଇଛି। ଯାହାକି ସିଧାସଳଖ ୨୦୨୪ ମସିହାରେ ନିୟମିତ ହୋଇଥିବା ଶିକ୍ଷକମାନଙ୍କ ଗ୍ରେଡେସନ୍ ଓ ବରିଷ୍ଠତାକୁ ପ୍ରଭାବିତ କରିବ ବୋଲି ଯୁକ୍ତି ଦର୍ଶାଇଥିଲେ। ସ୍କିମାଟିକ୍ ଶିକ୍ଷକମାନେ ପଛରେ ଚାକିରି କରି ମଧ୍ୟ ବରିଷ୍ଠତାରେ ୨୦୧୮ ମସିହାରେ ନିଯୁକ୍ତି ପାଇଥିବା ଜୁନିୟର ଶିକ୍ଷକଙ୍କଠୁ ଆଗରେ ରହିବେ।
ଏହି ଗୁରୁତର ବିଷୟକୁ ବିଚାରକୁ ନେଇ କୋର୍ଟ ୪ ସପ୍ତାହ ସୁଦ୍ଧା ଜବାବ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ସରକାର ନିଜର ଏପ୍ରିଲ ୨ତାରିଖର ବିଜ୍ଞପ୍ତିକୁ କାର୍ୟ୍ୟକାରୀ କରିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଆସନ୍ତା ଜୁନ୍ ୨୯ତାରିଖରେ ଏହି ମାମଲାର ପରବର୍ତ୍ତୀର ଶୁଣାଣି ପାଇଁ ଦିନ ଧାର୍ୟ୍ୟ ହୋଇଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ମାର୍ଚ୍ଚ ୨୦ତାରିଖରେ ଏହି ସ୍କିମାଟିକ୍ ଶିକ୍ଷକମାନଙ୍କୁ ନିୟମିତକରଣ ନେଇ ଘୋଷଣା କରିଥିଲେ ଓ ଏପ୍ରିଲ ୨ତାରିଖରେ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିଲା। ପୂର୍ବର ବିଜେଡି ସରକାର ୨୦୨୩-୨୪ ଶିକ୍ଷାବର୍ଷରେ ଏହି ସ୍କିମାଟିକ୍ ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇଥିଲେ।

  • Related Posts

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ଭୁବନେଶ୍ୱର, ୨୭/୦୪/୨୦୨୬: ସମ୍ୱଲପୁରର ରେଙ୍ଗାଲି ଠାରେ JSW ଓ ଜାପାନର JFE Steel ମଧ୍ୟରେ ଏକ ଜଏଣ୍ଟ ଭେନ୍‌ଚର୍ ଘୋଷଣା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତ ମିଷ୍ଟର ଓନୋ କେଇଚି (Mr…

    Continue reading
    ଶିମିଳିପାଳ ଇତିହାସରେ ପ୍ରଥମ, ୧୫ ଶହ କିମି ଚାଲିଆସିଲା ମହାବଳ ବାଘ

    ଶିମିଳିପାଳ: ଶିମିଳିପାଳ ଇତିହାସରେ ପ୍ରଥମ । ବାଘ ଗଣତି ବେଳେ ଚମକାଇ ଦେଲା ଭିଡିଓ । ୧୫ ଶହ କିମି ଚାଲିଆସିଲା ମହାବଳ ବାଘ । ଛତିଶଗଡ଼ରୁ ସୁନ୍ଦରଗଡ଼ ଦେଇ ପହଂଚିଲା ଶିମିଳିପାଳରେ । ମହାରାଷ୍ଟ୍ରର ବିଦର୍ଭରୁ ମହାବଳ ଆସିଥିବା ଅନୁମାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା