ସ୍ୱଚ୍ଛତାକୁ ଆନନ୍ଦ ଓ ଉତ୍ସାହର ସହ ପର୍ବ ଭଳି ପାଳିବା- ଧର୍ମେନ୍ଦ୍ର

ସମ୍ବଲପୁର: ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ଏବଂ ଆଗାମୀ ପାର୍ବଣ ଋତୁରେ ସ୍ୱଚ୍ଛତାକୁ ଅଧିକ ଦୃଷ୍ଟି ଦେବା । ପର୍ବପର୍ବାଣୀ ଭଳି ଆନନ୍ଦ ଓ ଉତ୍ସାହର ସହ ସ୍ୱଚ୍ଛତା ପର୍ବ ପାଳିବା ସହ ଆମ ସହରକୁ ସ୍ୱଚ୍ଛ ସହରରେ ପରିଣତ କରିବାର ସଂକଳ୍ପ ନେବାକୁ ସମ୍ବଲପୁରବାସୀଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ରବିବାର ସମ୍ବଲପୁର କ୍ଷେତରାଜପୁରରେ ‘ସମ୍ବଲପୁର ମହାନଗର ନିଗମ’ ପକ୍ଷରୁ ଆୟୋଜିତ “ସ୍ଵଚ୍ଛତା ହିଁ ସେବା- ୨୦୨୫” କାର୍ୟ୍ୟକ୍ରମର ଶୁଭାରମ୍ଭ କରିବା ସହ ସ୍ଥାନୀୟ ସ୍ୱଚ୍ଛ ସାଥୀମାନଙ୍କୁ ସମ୍ମାନିତ କରିଥିଲେ ଶ୍ରୀ ପ୍ରଧାନ । ସ୍ୱଚ୍ଛ, ସୁନ୍ଦର ଓ ସବୁଜ ସମ୍ବଲପୁର ଗଢ଼ିବାର ଉଦ୍ୟମକୁ ପ୍ରଶଂସା କରିବା ସହ ସେ କହିଛନ୍ତି ଯେ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ‘ସେବା ପକ୍ଷ’ ପାଳନର ପ୍ରସ୍ତୁତି ପୂର୍ବରୁ ଆଜି ସମ୍ବଲପୁରରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ ହୋଇଛି । ସ୍ୱଚ୍ଛ ସର୍ବେକ୍ଷଣରେ ସମ୍ବଲପୁର ପୂର୍ବବର୍ଷ ଅପେକ୍ଷା ଅପେକ୍ଷା କୃତ ଭଲ ପ୍ରଦର୍ଶନ କରିଛି । କେବଳ ଦାୟିତ୍ଵରେ ଥିବା ଲୋକମାନେ ସ୍ୱଚ୍ଛତା ରଖିଲେ ହେବ ନାହିଁ ବରଂ ସମ୍ବଲପୁର ଲୋକଙ୍କୁ ସ୍ୱଚ୍ଛତାରେ ସଂସ୍କାର ଆଣିବାକୁ ପଡ଼ିବ । ସବୁ ପର୍ବପର୍ବଣୀକୁ ଯେପରି ଭାବରେ ଆମେ ଆନନ୍ଦ ଉଲ୍ଲାସରେ ପାଳନ କରୁଛନ୍ତି ସେଇ ଭଳି ଭାବେ ଆମକୁ ସହରକୁ ସ୍ୱଚ୍ଛ କରିବାକୁ ପଡ଼ିବ। ସମାଜକୁ ସ୍ୱଚ୍ଛ ଓ ସୁନ୍ଦର ରଖିଲେ ହିଁ ସମାଜ ସୁସ୍ଥ ହେବ ।
ସମ୍ବଲପୁରରେ ସ୍ୱଚ୍ଛତା ଦାୟିତ୍ୱରେ ଥିବା କର୍ମଚାରୀ ଭାଇ ଭଉଣୀମାନେ, ଜନସାଧାରଣ, ସ୍ୱେଚ୍ଛାସେବୀ ସଂଗଠନ ଓ ବ୍ୟବସାୟିକ ସଂଗଠନକୁ ସାଧୁବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସ୍ଵଚ୍ଛ ରଖୁଥିବା ସାଥୀମାନଙ୍କୁ ଉତ୍ସାହିତ କରିବା ସହ ନିରୋଗ ଜୀବନ ପାଇଁ ସ୍ଵଚ୍ଛତାକୁ ଆପଣାଇବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହ୍ୱାନ କରିଛନ୍ତି। ଏହି ଅବସରରେ ସମ୍ବଲପୁରକୁ ଆବର୍ଜନା ମୁକ୍ତ କରିବା ସହ ସ୍ୱଚ୍ଛ ରଖିବା ପାଇଁ ସମବେତ ଜନସାଧାରଣ ଶପଥ ପାଠ କରିଥିଲେ । ସ୍ୱଚ୍ଛ ସମ୍ବଲପୁର ପାଇଁ ଏକ ଦସ୍ତଖତ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି । ଏହି କାର୍ୟ୍ୟକ୍ରମରେ ଓଡ଼ିଶାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ