
ଦାରିଙ୍ଗବାଡି : ଦୁର୍ଘଟଣାରେ ସ୍ୱାମୀ ମୃତ ଓ ସ୍ତ୍ରୀ ଗୁରୁତର । ବସ ଧକ୍କାରେ ଦୋକାନ ଭିତରକୁ ପଶିଗଲା ରଖା ହୋଇଥିବା କାର । ଦୋକାନରେ ବସିଥିବା ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର । ଘଟଣା ସ୍ଥଳରେ ବ୍ୟବସାୟୀ ମୃତ୍ୟୁ ହୋଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ମୃତକ ବ୍ୟବସାୟୀ ହେଲେ ମଣ୍ଡାଳୁ ମାଝୀ । ତାଙ୍କ ସ୍ତ୍ରୀ ଜିରିମିୟ ମାଝୀଙ୍କ ଚାଲିଛି ଚିକିତ୍ସା ।
ସୂଚନା ଥାଉକି, ଦାରିଙ୍ଗବାଡିରୁ ବ୍ରହ୍ମପୁର ଯାଉଥିଲା ଘରେଇ ବସ ପଦ୍ମାଳୟା । ଏହି ସମୟରେ ଅନ୍ୟ ଏକ ଘରୋଇ ବିକ୍ରାନ୍ତି ବସକୁ ଓଭର ଟେକ୍ କରୁଥିଲା ପଦ୍ମାଳୟା । ଏହି ସମୟରେ ଦୁର୍ଘଟଣା ଘଟିଥିଲା । ଘଟଣା ସ୍ଥଳରେ ବ୍ରାମୁଣିଗାଁ ପୋଲିସ ପହଞ୍ଚି ତଦନ୍ତ କରିଛି । ସେପଟେ କ୍ଷତି ପୂରଣ ଦାବିରେ ଗାଡି ଚଳାଚଳ ବନ୍ଦ ରହିଛି ।