ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କ’ଣ ନିଆଁ ଲଗାଇ ଦେଲେ କି ?

ଭୁବନେଶ୍ଵର: ଏସସିବି ମେଡିକାଲ ନିଆଁରେ ରାଜ୍ୟ ରାଜନୀତିରେ ତାତି। ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କ’ଣ ନିଆଁ ଲଗାଇ ଦେଲେ କି ? ଗୋଟିଏ ଦୁର୍ଘଟଣା ଘଟିଗଲା। ରାସ୍ତାରେ ଗାଡ଼ି ଖରାପ ହୋଇଗଲେ ସେଥିପାଇଁ ଡ୍ରାଇଭର ତ ଦାୟୀ ହେବ ନାହିଁ ନା । ସେଥିପାଇଁ ଗୋଟିଏ ଦୁର୍ଘଟଣା ଉପରେ ତଦନ୍ତ ହେବ ଏବଂ ଯିଏ ଦାୟୀ ଥିବ ଆକ୍ସନ ନିଆଯିବ । ମନ୍ତ୍ରୀ ଦାୟୀ କହିବା ଓ ଇସ୍ତଫା ଦାବି କରିବା ବିଚିତ୍ର କଥା । ୨୪ ବର୍ଷ ବିଜେଡି ସରକାରରେ ଦିବ୍ୟ ଶଙ୍କର ମିଶ୍ର ହତ୍ୟାରେ ସମ୍ପୃକ୍ତ ଥିଲେ। ବିଜେପି ତାଙ୍କ ଇସ୍ତଫା ଦାବି କରିଥିଲା । ହେଲେ ସେ କାହିଁକି ଇସ୍ତଫା ଦେଲେ ନାହିଁ। ଏସସିବି ଅଗ୍ନିକାଣ୍ଡ ଘଟଣାରେ ମନ୍ତ୍ରୀଙ୍କର କୌଣସି ସମ୍ପୃକ୍ତି ନଥାଇ ଦୁର୍ଘଟଣା ପାଇଁ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଅନୁଚିତ୍।

ସୂଚନା ଥାଉକି, କଟକ ଏସ୍ସିବିରେ ଅଗ୍ନିକାଣ୍ଡକୁ ନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଟାଗେର୍ଟ କରିଛନ୍ତି। ସେ କହିଛନ୍ତି ସୋମବାର କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ କରିଥିଲି। ମୁଁ ଯାହା ଦେଖିଲି ତାହା କେବଳ ଏକ ଦୁଃଖଦ ଦୁର୍ଘଟଣାର ଦୃଶ୍ୟ ନୁହେଁ, ବରଂ ଆମ ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟସେବା ପ୍ରତିଷ୍ଠାନରେ ଭୁଶୁଡ଼ି ପଡ଼ୁଥିବା ସୁରକ୍ଷା ମାନଦଣ୍ଡର ଏକ ସ୍ପଷ୍ଟ ଉଦାହରଣ। ସୁସ୍ଥ ହେବାର ଆଶା ନେଇ ଯେଉଁମାନେ ହସ୍ପିଟାଲକୁ ଆସିଥିଲେ, ପ୍ରଶାସନିକ ଅବହେଳା ଯୋଗୁଁ ସେମାନଙ୍କର ଭୟଙ୍କର ମୃତ୍ୟୁ ଘଟିଥିଲା। ଏଥିପାଇଁ ନ୍ୟାୟିକ ତଦନ୍ତ ସ୍ୱାଗତଯୋଗ୍ୟ, କିନ୍ତୁ ଏହି ଦୁର୍ଘଟଣା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗଙ୍କ ତୁରନ୍ତ ଇସ୍ତଫା ଦିଅନ୍ତୁ। ସୁରକ୍ଷା ତଦାରଖରେ ଏହି ଭୟଙ୍କର ତ୍ରୁଟି ପାଇଁ ତାଙ୍କୁ ନୈତିକ ଦାୟିତ୍ୱ ନେବାକୁ ପଡିବ। ଏହା ସହିତ, ବର୍ତ୍ତମାନ ଘୋଷଣା କରାଯାଇଥିବା ଅନୁକମ୍ପା ରାଶି ପର୍ଯ୍ୟାପ୍ତ ନୁହେଁ। ପ୍ରତ୍ୟେକ ମୃତ ପୀଡିତଙ୍କ ପରିବାର ପାଇଁ ୫୦ ଲକ୍ଷ ସହାୟତା ଦାବି କରୁଛି।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ