ସ୍ୱାସ୍ଥ୍ୟ ସଚିବଙ୍କ ଡାକ୍ଟରଖାନା କୋଠା ଏବଂ ଅଗ୍ନି ନିରାପତ୍ତା ପଦକ୍ଷେପ ସମ୍ପର୍କରେ ସମୀକ୍ଷା ବୈଠକ

ଭୁବନେଶ୍ୱର, ୧୦/୦୯/୨୦୨୫ : ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ ଲୋକ ସେବା ଭବନରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ବୈଠକର ଅଧ୍ୟକ୍ଷତା କରି ସରକାରୀ ଡାକ୍ତରଖାନା କୋଠା ଗୁଡ଼ିକ ନିର୍ମାଣର ଅଗ୍ରଗତି ଏବଂ ଅଗ୍ନି ନିରାପତ୍ତା ପଦକ୍ଷେପ ସମୀକ୍ଷା କରିଛନ୍ତି । ସେ ଏହି ସମୀକ୍ଷା ବୈଠକରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ମେଡିକାଲ କଲେଜ ଏବଂ ହସ୍ପିଟାଲ ପର୍ଯ୍ୟନ୍ତ ସମସ୍ତ କାମ ତ୍ଵରିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ହସ୍ପିଟାଲଗୁଡ଼ିକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ , ଅଗ୍ନି ନିରାପତ୍ତାକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ସର୍ଟ ସର୍କିଟ୍ ରୋକିବା ପାଇଁ ସୁରକ୍ଷିତ ବୈଦ୍ୟୁତିକ ସଂଯୋଗ ନିଶ୍ଚିତ କରିବା ଦିଗରେ ଗୁରୁତ୍ଵ ଦେବାକୁ ନିର୍ଦେଶ ଦେଇଥିଲେ । ଆବଶ୍ୟକୀୟ ଜରୁରୀ ନିରପତ୍ତା ଗ୍ରହଣ କରିବା ସହ ବିଭିନ୍ନ ବିଭାଗ ମିଳିତ ସହୋଯୋଗରେ କାମ କରିବାକୁ ଅନୁରୋଧ କରିଥିଲେ । ସଂଶୋଧନମୂଳକ ପଦକ୍ଷେପ ଏବଂ ଆନୁମାନିକ ଯୋଜନା ସହିତ ଏକ ବିସ୍ତୃତ ରିପୋର୍ଟ ଆଗାମୀ ସପ୍ତାହ ସୁଦ୍ଧା ଦାଖଲ କରିବାକୁ ସମ୍ପୃକ୍ତ ବିଭାଗଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବୃଦ୍ଧି କରିବା ପାଇଁ ବ୍ୟୟବରାଦ ଟଙ୍କାରୁ ଯୋଜନା ଆଧାରରେ ପାଣ୍ଠି ଯୋଗାଇ ଦିଆଯିବ, ସମୟସୀମା ସମାପ୍ତି ଉପରେ ଜୋର ଦେବାକୁ କହିଥିଲେ । ଏହି ବୈଠକରେ ସ୍ଵତନ୍ତ୍ର ସଚିବ ବିଜୟ ମହାପାତ୍ର ,ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ନିର୍ଦ୍ଦେଶକଙ୍କ ସହିତ ଅଗ୍ନିଶମ ସେବା, ରାସ୍ତା ଏବଂ କୋଠା, ପିଏଚଡି, ୱାଟକୋ, ଗ୍ରାମ୍ୟ ଉନ୍ନୟନର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

  • Related Posts

    ‘ହର୍ ଘର୍ ଜଲ୍’ ଲକ୍ଷ୍ୟ ପୂରଣ ପାଇଁ ଓଡିଶାରେ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର,୨୪/୦୩/୨୦୨୬: ଓଡିଶାରେ ଜଳ ଜୀବନ ମିଶନ 2.0ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି | ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା…

    Continue reading
    ସଚିବାଳୟର ଅଧିକାରୀମାନଙ୍କ ପାଇଁ ‘ପୋଶ୍’ ସଚେତନତା କର୍ମଶାଳା

    ଭୁବନେଶ୍ୱର, ୨୪/୦୩/୨୦୨୬: କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ ଏବଂ ନିରାକରଣ) ଅଧିନିୟମ, ୨୦୧୩ (POSH Act) ଉପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ କର୍ମଶାଳା ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟର ଅଧିକାରୀମାନଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ