ହତ୍ୟା ମାମଲାରେ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ରାୟଗଡ଼ା: ଏକ ହତ୍ୟା ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନା ଦେବା ପାଇଁ ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଳ୍ପନା ସ୍ବାଇଁ ରାୟ ଦେଇଛନ୍ତି । ଏହି ହତ୍ୟା ମାମଲାର ବିଚାର କରି ଗୁରୁବାର ଅଭିଯୁକ୍ତ ଅଶୋକ ଗୌଡ଼,ଭାଗିରଥୀ ଗୌଡ଼ ଓ ବିକ୍ରମ ଗ‌ୌଡ଼ଙ୍କୁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଜୀବନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ।ଏହି ହତ୍ୟାକାଣ୍ଡ ଘଟଣାରେ ୨୩ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପରେ ଦଫା ୩୦୨/୩୪ ଆପିସି,ଆରଡବ୍ଲ୍ୟୁ ୩(୧)(ଆର)(ଏସ)/୩(୨)(ଭି)(ଭିଏ) ଏସସି ଏବଂ ଏସ ଟି (ପିଓଏ) ଆକ୍ଟ ଆଧାରରେ ଅଭିଯୁକ୍ତଙ୍କୁ କାରାଦଣ୍ଡାଦେଶ କରାଯାଇଛି। ରିମାନା ଅନାଦେୟ ହେଲେ ଅଧିକା ୬ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ଘଟଣାର ୨ ବର୍ଷ ପରେ ପୀଡ଼ିତ ପରିବାରଙ୍କୁ ନ୍ୟାୟ ମିଳିଛି।
ମିଳିଥିବା ସୂଚନା ମୁତାବକ, ଗତ ୨୦୨୩ ମସିହା ଜୁନ ୯ ତାରିଖ ସକାଳ ସମୟରେ କାଶୀପୁର ବ୍ଲକର ‌ଗଜେନ୍ଦ୍ର ନାୟକ କୋଶନଦୋରା ଗ୍ରାମରେ ଥିବା ଜମିରେ ସମତଳ ହେଉଥିବା କାର୍ୟ୍ୟକୁ ତଦାରଖ ପାଇଁ ଯାଇଥିଲେ । ଜେସିବି ମେସିନ ଦ୍ବାରା ଅପରେଟର ରଘୁ ‌‌ଝୋଡିଆ ଏବଂ ତାଙ୍କର ସହଯୋଗୀ ଅନନ୍ତ ମାଝି ଏବଂ ଚୈତନ୍ୟ ମାଝି ଏହି କାର୍ୟ୍ୟ କରୁଥିଲେ। ସେହି ସମୟରେ ଭାଗିରଥୀ ଗୌଡ଼ ଓ ତାଙ୍କର ୨ ସହଯୋଗୀ ଅଶୋକ ଗୌଡ଼ ଓ ବିକ୍ରମ ଗ‌ୌଡ ସେହି ସ୍ଥାନକୁ ଆସି ଆମ ଜମି କେଉଁଠି ଅଛି ଦେଖାଇବା ପାଇଁ କହିବା ସହ ସେମାନେ ସାଙ୍ଗ‌ରେ ଆଣିଥିବା ଟାଙ୍ଗିଆ ଦ୍ବାରା ପ୍ରଥମେ ତାଙ୍କ ଗୋଡ ଏବଂ ପରେ ବେକକୁ ଆକ୍ରମଣ କରିଥିଲେ । ସେଠାରେ କାର୍ୟ୍ୟ କରୁଥିବା ଲୋକେ ପାଟି କରିବାରୁ ସେମାନେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ । ଜମିରେ କାର୍ୟ୍ୟ କରୁଥିବା ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଗଜେନ୍ଦ୍ରଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଗଜେନ୍ଦ୍ରଙ୍କ ପୁତ୍ର ମିହିର କୁମାର ନାୟକ ଏନେଇ କାଶୀପୁର ଥାନାରେ ଏକ ମାମଲା ରୁଜୁ କରିଥିଲେ । କାଶୀପୁର ପୁଲିସ ଏହି ଘଟଣାର ତଦନ୍ତ କରି ୧୨/୦୬/୨୩ ତାରିଖ ଦିନ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବ୍ୟବହୃତ ହୋଇଥିବା ୩ଟି ଟାଙ୍ଗିଆକୁ ଜବତ କରିଥିଲେ ।

  • Related Posts

    ଚୌଦ୍ୱାର ଜେଲରୁ ଫେରାର୍ ରାଜା ସାହାଣୀ ଗିରଫ

    ଭୁୁବନେଶ୍ୱର : ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ଗୁରୁବାର ଗିରଫ ହୋଇଛି। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ…

    Continue reading
    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ