ହନୁମାନ ମନ୍ଦିରରେ ଟି୨୦ ବିଶ୍ବକପ୍‌ ଟ୍ରଫି

ନୂଆଦିଲ୍ଲୀ: ଆଇସିସି ଟି୨୦ ବିଶ୍ୱକପ୍-୨୦୨୬ ଶେଷ ହୋଇଛି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ରବିବାର ରାତି ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡକୁ ୯୬ ରନରେ ପରାସ୍ତ କରି ତୃତୀୟ ଥର ପାଇଁ ଟି୨୦ ବିଶ୍ୱକପ୍ ଜିତିଛି। ଭାରତ ଅହମଦାବାଦରେ ଇତିହାସ ସୃଷ୍ଟି ହୋଇଛି। ସାରା ଦେଶରେ ଉତ୍ସବର ପରିବେଶ ରହିଛି। ଭାରତର ବିଜୟକୁ ଏକ ଭିନ୍ନ ସ୍ତରରେ ପାଳନ କରାଯାଉଛି। ବିଶ୍ୱକପ୍ ଜିତିବା ପରେ କ୍ୟାପଟେନ୍ ସୂର୍ୟ୍ୟକୁମାର ଯାଦବ, ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କୁ ହନୁମାନ ମନ୍ଦିରରେ ଦେଖିବାକୁ ମିଳିଥିଲା। ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଜାରି ହୋଇଛି। ସେହି ଭିଡିଓରେ କ୍ୟାପଟେନ୍ ସୂର୍ୟ୍ୟକୁମାର ଯାଦବ, ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଶ୍ରୀ ଶାହଙ୍କୁ ଅହମଦାବାଦର ହନୁମାନ ମନ୍ଦିରରେ ଦେଖିବାକୁ ମିଳିଛି। ସୂର୍ୟ୍ୟ ଟ୍ରଫି ସହିତ ଦର୍ଶନ କରିବାକୁ ଆସୁଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

  • Related Posts

    ବାଂଲାଦେଶରେ ଆଇପିଏଲ୍‌ ପ୍ରସାରଣ ବନ୍ଦ

    ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍‌ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍‌ ମ୍ୟାଚ୍‌ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍‌ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି।…

    Continue reading
    ଆଜି ରାଜସ୍ଥାନକୁ ଭେଟିବ ଚେନ୍ନଇ

    ଗୁଆହାଟୀ: ଆଇପିଏଲର ୧୯ତମ ସଂସ୍କରଣର ସୋମବାର ତୃତୀୟ ମ୍ୟାଚ ଗୁଆହାଟୀର ଆସାମ କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡ​‌ରେ ଦୁଇ ପୂର୍ବତନ ଚମ୍ପିଆନ ରାଜସ୍ଥାନ ରୟାଲ୍‌ସ ଓ ଚେନ୍ନଇ ସୁପରକିଙ୍ଗ୍‌ସ ମୁହାଁମୁହିଁ ହେବେ। ୧୧ ବର୍ଷ ଧରି ରାଜସ୍ଥାନ ରୟାଲ୍‌ସରୁ ଖେଳି ଆସୁଥିବା ସଞ୍ଜୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ