
ନୂଆଦିଲ୍ଲୀ : ହରିୟାଣାରେ ଭୂକମ୍ପ ଝଟକା। ସକାଳ ୬ଟା ସମୟରେ ହରିୟାଣାର ଫରିଦାବାଦରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଫରିଦାବାଦର ଦକ୍ଷିଣ ପୂର୍ବରେ ୧୬ କିମି ଏବଂ ଭୂମିଠାରୁ ଗଭୀରତା ୫ କିଲୋମିଟର ରହିଥିଲା। ଭୂମି ଥରି ଉଠିବା ପରେ ଅଧିକାଂଶ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ବର୍ତ୍ତମାନ ପର୍ୟ୍ୟନ୍ତ ଏଥିରେ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିଛି। ପୂର୍ବରୁ ଜୁଲାଇ ୧୬ ତାରିଖରେ ଭୂକମ୍ପ ଅନୁଭୂତ ହୋଇଥିଲା।